ପାଇକମାଟିରେ ଗର୍ଜିଲେ ଶିବରାଜ୍‌

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧାରେ ସଦସ୍ୟତା ଅଭିଯାନ ବେଳେ ବର୍ଷିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍। କାଶ୍ମୀର ନୀତି ପାଇଁ ନେହରୁ ଅପରାଧୀ ବୋଲି କହିବା ସହ ନେହରୁ୍ଙ୍କ ଭୁଲ ପାଇଁ  କାଶ୍ମୀରବାସୀ ଏଭଳି ଦଶା ଭୋଗୁଛନ୍ତି ବୋଲି ସେ କହିଛନ୍ତି। ଏହାସହ ନା ଅଛି ନୀତି, ନା ନେତା ନା ନିୟତ ଅଛି ବୋଲି କହି ସେ କଂଗ୍ରେସକୁ ତାତ୍ସଲ୍ୟ କରିଛନ୍ତି। ୟୁପିଏ ଶାସନ ବେଳେ ପ୍ରଧାନମନ୍ତ୍ରୀ ବିଦେଶ ଗଲେ ସମ୍ମାନ ପାଉ […]

pak

pak

Tapas Behera
  • Published: Saturday, 10 August 2019
  • Updated: 10 August 2019, 09:51 PM IST

Sports

Latest News

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧାରେ ସଦସ୍ୟତା ଅଭିଯାନ ବେଳେ ବର୍ଷିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍। କାଶ୍ମୀର ନୀତି ପାଇଁ ନେହରୁ ଅପରାଧୀ ବୋଲି କହିବା ସହ ନେହରୁ୍ଙ୍କ ଭୁଲ ପାଇଁ  କାଶ୍ମୀରବାସୀ ଏଭଳି ଦଶା ଭୋଗୁଛନ୍ତି ବୋଲି ସେ କହିଛନ୍ତି।

ଏହାସହ ନା ଅଛି ନୀତି, ନା ନେତା ନା ନିୟତ ଅଛି ବୋଲି କହି ସେ କଂଗ୍ରେସକୁ ତାତ୍ସଲ୍ୟ କରିଛନ୍ତି। ୟୁପିଏ ଶାସନ ବେଳେ ପ୍ରଧାନମନ୍ତ୍ରୀ ବିଦେଶ ଗଲେ ସମ୍ମାନ ପାଉ ନ ଥିଲେ, ମାତ୍ର ମୋଦିଙ୍କ ବିଦେଶ ଗସ୍ତ ବେଳେ ୧୩୦ କୋଟି ଭାରତୀୟ ସମ୍ମାନ ପାଉଛନ୍ତି ବୋଲି ସେ କହିଛନ୍ତି।

'ନବୀନବାବୁ ଓଡ଼ିଶାକୁ ବରବାଦ କରିଦେଇଛନ୍ତି'

ଶ୍ରୀ ଚୌହାନ ନିଜ ଭାଷଣରେ ନବୀନଙ୍କ ଅପାରଗତାକୁ କଡ଼ା ଭର୍ତ୍ସନା କରିଛନ୍ତି। ଗୋଟିଏ ପଥରକୁ ଯଦି ୨୦ବର୍ଷ ଶାସନରେ ବସାଯାଇଥାନ୍ତା ହୁଏତ ସେ ଓଡ଼ିଆ ଭାଷା ଶିଖିପାରିଥାନ୍ତା। ଏଠି ପାଣ୍ଡିଆନ ସାହେବ ଶାସନ ଚଳାଉଛନ୍ତି। ସିଏ ସରକାର ସହ ପାର୍ଟି ବି ଚଳାଉଛନ୍ତି। ଆଉ ନେତାମାନେ ବି ଚୁପଚାପ ତାଙ୍କୁ ଗ୍ରହଣ କରିନେଉଛନ୍ତି। ସାଧୁତାର ମୁଖା ନବୀନବାବୁ ପିନ୍ଧିଛନ୍ତି ଆଉ ବିଜେଡି ସରକାର ଦୁର୍ନୀତିରେ ବୁଡ଼ି ରହିଛି। ଓଡ଼ିଶାକୁ ନବୀନବାବୁ ବରବାଦ କରିଦେଇଛନ୍ତି। ୨୦ବର୍ଷ ଶାସନ କରି ମଧ୍ୟ ଦାରିଦ୍ର‌୍ୟ, କୁପୋଷଣ, ଶିଶୁ ଓ ମାତୃ ମୃତ୍ୟୁହାର, ବେରୋଜଗାର ସବୁଥିରେ ଓଡ଼ିଶା ସମଗ୍ର ଦେଶରେ ପଛଆଡ଼ୁ ପ୍ରଥମରେ ରହିଛି।

ମୋଦି ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ଆଉ ସେସବୁକୁ ନବୀନ ସରକାର ଏଠି ଲାଗୁ କରୁନାହାନ୍ତି। ତେଣୁ ନୂଆ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ସଂକଳ୍ପ ନେବାକୁ ପଡ଼ିବ। ପଞ୍ଚାୟତ ଓ ବୁଥସ୍ତରରେ ସବୁ ବର୍ଗର ଲୋକଙ୍କ ପାଖରେ ଦଳ ପହଞ୍ଚି ସଂଗଠନକୁ ସୁଦୃଢ଼ କରିବ। ଚଳିତ ସାଧାରଣ ନିର୍ବାଚନରେ ଦଳ ଯେଉଁ ବୁଥରେ ଦୁର୍ବଳ ପ୍ରଦର୍ଶନ କରିଛି ତା’ଉପରେ ବିଶେଷ ଫୋକସ ଦିଆଯିବ। ଏବେଠୁ ଦଳର କର୍ମୀମାନେ ପ୍ରସ୍ତୁତ ହୋଇ ଆଗାମୀ ବିଧାନସଭା ନିର୍ବାଚନରେ ନବୀନ ସରକାରକୁ ଓପାଡ଼ି ଫିଙ୍ଗିବା ପାଇଁ କାମ କରିବା ନିମନ୍ତେ ଶ୍ରୀ ଚୌହାନ ଆହ୍ୱାନ କରିଥିଲେ।

ଚଳିତବର୍ଷ ଓଡ଼ିଶାରେ ୫୦ଲକ୍ଷ ନୂଆ ସଦସ୍ୟ ସଂଗ୍ରହ କରିବାକୁ ବିଜେପି ଲକ୍ଷ୍ୟ ରଖିଛି । ଆଜିର ଏହି ସଦସ୍ୟତା ଅଭିଯାନ ସଂଗ୍ରହ ସଭାରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos