ଏଥର ବି କଟକଣାରେ ପାଳନ ହେବ ମହାଶିବରାତ୍ରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ କଟକଣା ମଧ୍ୟରେ ଚଳିତବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପବିତ୍ର ମହାଶିବରାତ୍ରି ଅନୁଷ୍ଠିତ ହେବ । ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡ ସହ ଜିଲ୍ଲା ପ୍ରଶାସନର ବୈଠକରେ ଏହି ନିଷ୍ପତ୍ତ ନିଆଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ଆସନ୍ତା ମାର୍ଚ୍ଚ ୧ ତାରିଖରେ ‘ମହାଶିବରାତ୍ରି ’ ଅନୁଷ୍ଠିତ ହେଉଥିବାବେଳେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଏଥର ମଧ୍ୟ ଲିଙ୍ଗରାଜ ମନ୍ଦିରରେ ସୀମିତ ଶ୍ରଦ୍ଧାଳୁରେ ସମସ୍ତ ରୀତିନୀତି ପାଳିତ ହେବ । […]

lingaraj temple main gate

Ordigital Desk
  • Published: Friday, 11 February 2022
  • , Updated: 11 February 2022, 10:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ କଟକଣା ମଧ୍ୟରେ ଚଳିତବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପବିତ୍ର ମହାଶିବରାତ୍ରି ଅନୁଷ୍ଠିତ ହେବ । ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡ ସହ ଜିଲ୍ଲା ପ୍ରଶାସନର ବୈଠକରେ ଏହି ନିଷ୍ପତ୍ତ ନିଆଯାଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ମାର୍ଚ୍ଚ ୧ ତାରିଖରେ ‘ମହାଶିବରାତ୍ରି ’ ଅନୁଷ୍ଠିତ ହେଉଥିବାବେଳେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଏଥର ମଧ୍ୟ ଲିଙ୍ଗରାଜ ମନ୍ଦିରରେ ସୀମିତ ଶ୍ରଦ୍ଧାଳୁରେ ସମସ୍ତ ରୀତିନୀତି ପାଳିତ ହେବ । ଲିଙ୍ଗରାଜ ମନ୍ଦିରରେ ଜାଗର ମହାଦୀପ ମାର୍ଚ୍ଚ ୧ ତାରିଖ ରାତି ୧୦ଟାରେ ଉଠିବ । ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ସହ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲାବେଳେ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ମହାଶିବରାତ୍ରିରେ ଆବଶ୍ୟକ ରୀତିନୀତି ଦାୟିତ୍ୱରେ ଥିବା ସେବାୟତମାନଙ୍କ ପାଇଁ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

Related story