୨୧ରେ ମହାଶିବରାତ୍ରି, ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ ମହାଶିବରାତ୍ରି । ଏଥିପାଇଁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ନୀତିକାନ୍ତି ନେଇ କାର୍ଯ୍ୟ ନିର୍ଘଣ୍ଟ ହୋଇଛି । ଚଳିତ ବର୍ଷ ଶିବରାତ୍ରୀ ଦିନ ରାତି ୧୦ ଟାରେ ମହାଦୀପ ଉଠିବାକୁ  ନିଷ୍ପତ୍ତି ନିଆଯାଇଛି। ଭୋର ୩ ଟାରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଓ ଅବକାଶ ପରେ ଶ୍ରଦ୍ଧାଳୁମାନେ ସାଢେ ୩ ଟାରୁ ସାହାଣମେଲା ଦର୍ଶନ କରିପାରିବେ ବୋଲି ନୀତି ନିର୍ଘଣ୍ଟ ହୋଇଛି । ମହାପ୍ରଭୁଙ୍କ […]

bbsr-1

Niharika Rout
  • Published: Saturday, 08 February 2020
  • , Updated: 08 February 2020, 09:56 AM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ ମହାଶିବରାତ୍ରି । ଏଥିପାଇଁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ନୀତିକାନ୍ତି ନେଇ କାର୍ଯ୍ୟ ନିର୍ଘଣ୍ଟ ହୋଇଛି । ଚଳିତ ବର୍ଷ ଶିବରାତ୍ରୀ ଦିନ ରାତି ୧୦ ଟାରେ ମହାଦୀପ ଉଠିବାକୁ  ନିଷ୍ପତ୍ତି ନିଆଯାଇଛି। ଭୋର ୩ ଟାରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଓ ଅବକାଶ ପରେ ଶ୍ରଦ୍ଧାଳୁମାନେ ସାଢେ ୩ ଟାରୁ ସାହାଣମେଲା ଦର୍ଶନ କରିପାରିବେ ବୋଲି ନୀତି ନିର୍ଘଣ୍ଟ ହୋଇଛି ।

ମହାପ୍ରଭୁଙ୍କ ଏହି ନୀତିକାନ୍ତି  ଠିକ ସମୟରେ ଓ ସୁଚାରୂ ରୂପେ କରିବା ପାଇଁ ବିଭିନ୍ନ ନିଯୋଗ ସହିତ ଆଲୋଚନା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଏହାସହିତ ମନ୍ଦିର ଭିତର ଥିବା କାର୍ଯ୍ୟ ଶୀଘ୍ର ସାରିବା ପାଇଁ ଏଏସଆଇଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିଭଳି ମନ୍ଦିର ଭିତରେ ଓ ବାହାରେ ଆଲୋକସଜ୍ଜା,ବ୍ୟାରିକେଡ,ପାନୀୟଜଳ ସୁବିଧା,ପରିମଳ ବ୍ୟବସ୍ଥା,ଟ୍ରାଫିକ ମ୍ୟାନେଜମେଣ୍ଟ ,ସୂଚନା କେନ୍ଦ୍ର ସ୍ଥାପନ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସାରିବା ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୧୫ ତାରିଖରେ ଏହି ସବୁ କାର୍ଯ୍ୟ ଅଗ୍ରଗତି ନେଇ ପୁଣି ଥରେ ସମୀକ୍ଷା ବୈଠକ ହେବ ।

 

Related story