ଡିଜିଙ୍କୁ ଭେଟିଲା ବିଜେଡି, ଧର୍ମେନ୍ଦ୍ର କହିଲେ-ମୁଖ୍ୟମନ୍ତ୍ରୀଙ୍କ ଗୁଇନ୍ଦା ଫେଲ୍‌, ସୁଆଙ୍ଗ କରୁଛି ଶାସକ ଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଚପଲ ଫିଙ୍ଗାକୁ ନେଇ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଆକ୍ରମଣ ପଛରେ ଥିବା ଷଡଯନ୍ତ୍ରକାରୀଙ୍କୁ ଗିରଫ କରିବାକୁ ଦାବି କରି ବିଜେଡିର ପ୍ରତିନିଧି ଦଳ ପୋଲିସ ଡିଜିଙ୍କ ଦ୍ୱାରସ୍ଥ ହୋଇଛି। ଅନ୍ୟପକ୍ଷରେ ଏଥିପାଇଁ ରାଜ୍ୟ ସରକାରଙ୍କ ଗୁଇନ୍ଦା ଫେଲ୍‌କୁ ଦାୟୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୋଲିସ ଡିଜିଙ୍କୁ ଭେଟିବା ପରେ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି-“ବିଜେଡି ଚାହୁଁଛି ଶାନ୍ତି ଓ ଅବାଧ ନିର୍ବାଚନ। ମାତ୍ର ଦେଶର ଏକ […]

Chapala

Rakesh Mallick
  • Published: Wednesday, 21 February 2018
  • , Updated: 21 February 2018, 05:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଚପଲ ଫିଙ୍ଗାକୁ ନେଇ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଆକ୍ରମଣ ପଛରେ ଥିବା ଷଡଯନ୍ତ୍ରକାରୀଙ୍କୁ ଗିରଫ କରିବାକୁ ଦାବି କରି ବିଜେଡିର ପ୍ରତିନିଧି ଦଳ ପୋଲିସ ଡିଜିଙ୍କ ଦ୍ୱାରସ୍ଥ ହୋଇଛି। ଅନ୍ୟପକ୍ଷରେ ଏଥିପାଇଁ ରାଜ୍ୟ ସରକାରଙ୍କ ଗୁଇନ୍ଦା ଫେଲ୍‌କୁ ଦାୟୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପୋଲିସ ଡିଜିଙ୍କୁ ଭେଟିବା ପରେ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି-“ବିଜେଡି ଚାହୁଁଛି ଶାନ୍ତି ଓ ଅବାଧ ନିର୍ବାଚନ। ମାତ୍ର ଦେଶର ଏକ ପ୍ରତିଷ୍ଠିତ ରାଜନୈତିକ ଦଳ ବିଜେପି ଏହା ଚାହୁଁନି। ଉପନିର୍ବାଚନକୁ ବିଭ୍ରାନ୍ତ କରିବା ପାଇଁ ଏ ଦଳ ଚାହୁଁଛି। ସେଥିପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଚପଲ ଫିଙ୍ଗା ଗଲା, ଏହାକୁ ଆମେ ନିନ୍ଦା କରୁଛୁଁ। ଏପରି ଘଟଣା ଯେପରି ଭବିଷ୍ୟତରେ ନଘଟିବ, ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି କରାଯାଇଛି।”

ସେ କହିଛନ୍ତି-“ଚପଲ ଫିଙ୍ଗିଥିବା ବ୍ୟକ୍ତିଙ୍କ ପଛରେ ନିଶ୍ଚିତ କେହିନା କହି ଷଡଯନ୍ତ୍ରକାରୀ ଅଛନ୍ତି। ସେମାନଙ୍କୁ ଶୀଘ୍ର ଗିରଫ କରାଯାଉ। ଚପଲ ଫିଙ୍ଗି ଗିରଫ ହୋଇଥିବା ଯୁବକ କାର୍ତ୍ତିକ ମେହେର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଉ।”

ଚପଲ ଫିଙ୍ଗିବା ଯୁବକ ସମ୍ପର୍କରେ ଭିନ୍ନଭିନ୍ନ ମତକୁ ନେଇ ସେ କହିଛନ୍ତି-“ଘଟଣାଟି ପଦ୍ମପୁର ଥାନା ଅଞ୍ଚଳରେ ଘଟିନାହିଁ। ତେଣୁ ପଦ୍ମପୁର ଥାନା ଆଇଆଇସି ଯାହା କହିଛନ୍ତି, ତାହା ତାଙ୍କ କ୍ଷମତା ବାହାରେ। ଏ ସମ୍ପର୍କରେ ଆମେ ପୋଲିସ ଡିଜିଙ୍କ ଦୃଷ୍ଟି ଆକର୍ଷଣ କରିଛୁ।”

ଷଡଯନ୍ତ୍ର ପଛରେ ବିଜେପି ଅଛି କି ବୋଲି ପ୍ରଶ୍ନର ଉତ୍ତର ଦେଇ ମହେଶ୍ୱର ମହାନ୍ତି କହିଛନ୍ତି-“ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ମାଡ଼ ହେବା ପଛରେ ବିଜେପି ହିଁ ରହିଛି। ନିର୍ବାଚନ ହାରିବା ଭୟରେ ବିଜେପି ଏପରି କରୁଛି।”

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି-“ଜଣେ ଉଦଭ୍ରାନ୍ତ ଯୁବକ ଏସବୁ ପରିସ୍ଥିତି ସୃଷ୍ଟି କଲା। ମୁଖ୍ୟମନ୍ତ୍ରୀଙ୍କ ଗୁଇନ୍ଦା ସଂସ୍ଥା ଫେଲ୍ ମାରିବାର ଏହା ଚରମ ନିଦର୍ଶନ। ଆସନ୍ନ ପରାଜୟକୁ ସହିନପାରିବାର ଏହା ଏକ ସୁଆଙ୍ଗ।”

Related story