ଫୋନ୍‌ କଲେ ସପିଂ ମଲ୍‌ ପଠାଇବ ଜିନିଷ

କଟକ(ଓଡ଼ିଶା ରିପୋର୍ଟର): ‘କରୋନା’ ପାଇଁ ସାମାଜିକ ଦୂରତା ବଜାୟ ରଖିବାକୁ କଟକ ପୌର ନିଗମର ପଦକ୍ଷେପ ନେଇଛି। ଖାଉଟି ସାମଗ୍ରୀ ପାଇଁ ଦୋକାନ ଯାଇ ଗହଳି କରିବାକୁ ପଡ଼ିବନି। ଖାଉଟିଙ୍କ ଫୋନ କଲ୍‌ରେ ସପିଂ ମଲ୍‌ ଜିନିଷ ପହଞ୍ଚାଇବେ ଘରେ। ଏଥିଲାଗି ସହରର ୧୧ଟି ସପିଂ ମଲ୍‌କୁ କଟକ ମହାନଗର ନିଗମ(ସିଏମ୍‌ସି) ନିର୍ଦ୍ଦେଶ। ସେଥିରେ ରିଲାଏନ୍ସ ଫ୍ରେସର ୮, ମେଟ୍ରୋ ସୁପରମାର୍କେଟ୍‌ର ୨ ଓ ବିଗ୍‌ ବଜାର ଗୋଟିଏ ସପିଂ ମଲ୍‌ ରହିଛି। ଦିନକୁ ଦିନ ‘କରୋନା’ […]

reliance

Manoranjan Sial
  • Published: Wednesday, 25 March 2020
  • , Updated: 25 March 2020, 10:05 PM IST

କଟକ(ଓଡ଼ିଶା ରିପୋର୍ଟର): ‘କରୋନା’ ପାଇଁ ସାମାଜିକ ଦୂରତା ବଜାୟ ରଖିବାକୁ କଟକ ପୌର ନିଗମର ପଦକ୍ଷେପ ନେଇଛି। ଖାଉଟି ସାମଗ୍ରୀ ପାଇଁ ଦୋକାନ ଯାଇ ଗହଳି କରିବାକୁ ପଡ଼ିବନି। ଖାଉଟିଙ୍କ ଫୋନ କଲ୍‌ରେ ସପିଂ ମଲ୍‌ ଜିନିଷ ପହଞ୍ଚାଇବେ ଘରେ। ଏଥିଲାଗି ସହରର ୧୧ଟି ସପିଂ ମଲ୍‌କୁ କଟକ ମହାନଗର ନିଗମ(ସିଏମ୍‌ସି) ନିର୍ଦ୍ଦେଶ। ସେଥିରେ ରିଲାଏନ୍ସ ଫ୍ରେସର ୮, ମେଟ୍ରୋ ସୁପରମାର୍କେଟ୍‌ର ୨ ଓ ବିଗ୍‌ ବଜାର ଗୋଟିଏ ସପିଂ ମଲ୍‌ ରହିଛି।

ଦିନକୁ ଦିନ ‘କରୋନା’ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ବଢ଼ିବାରେ ଲାଗିଛି। ଯେଉଁଥିପାଇଁ ଗତକାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘରେ ରହିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଥିଲେ। ସେଥିପାଇଁ ସମଗ୍ର ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଯାହାଫଳରେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନରେ ଭିଡ଼ ଜମାଉଛନ୍ତି। ଦୋକାନରେ ଭିଡ଼ ଜମାଇଲେ ‘କରୋନା’ ବ୍ୟାପିବା ଭୟରେ ସିଏମ୍‌ସି ଏହି ବ୍ୟବସ୍ଥା କରିଛି। ସପିଂମଲ୍‌କୁ ଫୋନ୍‌ କଲେ ମଲ୍‌ କର୍ତ୍ତୃପକ୍ଷ ଘରେ ଜିନିଷ ପହଞ୍ଚାଇବ।

Related story