ସଟ୍-ଷ୍ଟେ ହୋମରେ ନାବାଳିକା ଯୌନ ନିର୍ଯାତନା ମାମଲା: ଦୁଇ ଅଧିକାରୀ ବହିଷ୍କୃତ

ବାଲେଶ୍ୱର:ବାଲେଶ୍ୱର ଜିଲାର ଦୁଇଟି ସୁଧାର ଗୃହରେ ନାବାଳିକାକୁ ଯୌନ ନିର୍ଯାତନା ମାମଲାରେ ବାଲେଶ୍ୱର ଜିଲ୍ଲାପାଳ ଆଜି ଦୁଇ ଅଧିକାରୀଙ୍କୁ ବହିଷ୍କାର କରିଛନ୍ତି। ଜିଲା ଶିଶୁ ସୁରକ୍ଷା ଅଧିକାରୀ ଇତିଶ୍ରୀ ମହାପାତ୍ର ଓ ପ୍ରୋଗ୍ରାମ୍ ଅଫିସର ସ୍ମିତାଞ୍ଜଳି ବେହୁରାଙ୍କୁ ବହିଷ୍କାର କରାଯାଇଛି। ଏଥିସହିତ ମିତ୍ରପୁରସ୍ଥିତ ବାପୁଜୀ ସେବା ସଦନ ଓ ସାନ୍ତ୍ୱନା ସୁଧାର ଗୃହକୁ ସିଲ କରି ସମସ୍ତ ଅନୁଦାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ସୁଧାର ଗୃହରେ ଥିବା ଆଶ୍ରିତମାନଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ମଧ୍ୟ […]

bls

bls

Rakesh Mallick
  • Published: Wednesday, 27 May 2015
  • Updated: 27 May 2015, 09:51 AM IST

Sports

Latest News

ବାଲେଶ୍ୱର:ବାଲେଶ୍ୱର ଜିଲାର ଦୁଇଟି ସୁଧାର ଗୃହରେ ନାବାଳିକାକୁ ଯୌନ ନିର୍ଯାତନା ମାମଲାରେ ବାଲେଶ୍ୱର ଜିଲ୍ଲାପାଳ ଆଜି ଦୁଇ ଅଧିକାରୀଙ୍କୁ ବହିଷ୍କାର କରିଛନ୍ତି। ଜିଲା ଶିଶୁ ସୁରକ୍ଷା ଅଧିକାରୀ ଇତିଶ୍ରୀ ମହାପାତ୍ର ଓ ପ୍ରୋଗ୍ରାମ୍ ଅଫିସର ସ୍ମିତାଞ୍ଜଳି ବେହୁରାଙ୍କୁ ବହିଷ୍କାର କରାଯାଇଛି। ଏଥିସହିତ ମିତ୍ରପୁରସ୍ଥିତ ବାପୁଜୀ ସେବା ସଦନ ଓ ସାନ୍ତ୍ୱନା ସୁଧାର ଗୃହକୁ ସିଲ କରି ସମସ୍ତ ଅନୁଦାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ସୁଧାର ଗୃହରେ ଥିବା ଆଶ୍ରିତମାନଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ୨୦୧୦ ନଭେମ୍ୱର ୫ ତାରିଖରେ ଜନୈକା ନାବାଳିକା ବାପା, ମା'ଙ୍କ ନିର୍ଯାତନା ସହିନପାରି ଘର ଛାଡ଼ି ଚାଲି ଯାଇଥିଲେ। ତାଙ୍କୁ ସେହି ମାସ ୭ ତାରିଖରେ ସିଲିଗୁଡ଼ି ରେଳ ଷ୍ଟେସନରେ ସ୍ଥାନୀୟ ଚାଇଲ୍ଡ ଲାଇନ ଉଦ୍ଧାର କରି ବାପୁଜୀ ସେବା ସଦନକୁ ହସ୍ତାନ୍ତର କରିଥିଲା। ସେହିଦିନ ଠାରୁ ନାବାଳିକା ସୁଧାର ଗୃହରେ ରହୁ ଥିବାବେଳେ ପରିଚାଳିକାଙ୍କ ସ୍ୱାମୀ ଗୌରଚନ୍ଦ୍ର ଖମାରୀ ତାଙ୍କୁ ଯୌନ ନିଯାତନା ଦେଇଥିବା ଅଭିଯୋଗ ହୋଇଛି। ପରେ ପରେ ଶିଶୁ ମଙ୍ଗଳ କମିଟିର ନିର୍ଦ୍ଦେଶ ଅନୁସାରେ ନାବାଳିକାଙ୍କୁ ବାପୁଜୀ ସେବା ସଦନରୁ ସ୍ଥାନାନ୍ତର କରାଯାଇ ସାନ୍ତ୍ୱନା ସୁଧାର ଗୃହରେ ରଖାଯାଇଥିଲା। ସେଠାରେ ମଧ୍ୟ କେୟାର ଟେକର ମମତା ବେହେରାଙ୍କ ଜାଣତରେ ପରିଚାଳିକାଙ୍କ ସ୍ୱାମୀ ବିନୋଦ ନାୟକ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏସମ୍ପର୍କରେ ନୀଳଗିରି ଓ ସହଦେବଖୁଣ୍ଟା ଥାନାରେ ଭିନ୍ନ ଭିନ୍ନ ଅଭିଯୋଗ ହେବାପରେ ପୋଲିସ ତଦନ୍ତକରି ଅଭିଯୁକ୍ତ ଗୌରଚନ୍ଦ୍ର ଖମାରୀ, ମମତା ବେହେରା ଓ ବିନୋଦ ନାୟକଙ୍କୁ ଗିରଫକରି କୋର୍ଟା ଚାଲାଣ କରିଛି। ଅଭିଯୋଗ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଏନ୍ଏଚ୍ଆରସି ତଦନ୍ତକରି ଅଭିଯୋଗର ସତ୍ୟତା ସମ୍ପର୍କରେ ଜାଣିବାକୁ ପାଇ କାର୍ଯ୍ୟାନୁଷ୍ଠାନ ପାଇଁ ବାଲେଶ୍ୱର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story