ଚପଲ ଫିଙ୍ଗା  କାର୍ତ୍ତିକଙ୍କ ପୁରୁଣା କାରନାମା, କେବେ କ’ଣ କରିଥିଲେ ଦେଖନ୍ତୁ ଭିଡିଓ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗିଥିବା ଯୁବକ। ଗତକାଲି ବିଜେପୁର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇଥିବା ବେଳେ କାର୍ତ୍ତିକ ମେହେର ନାମକ ଜଣେ ଯୁବକ ତାଙ୍କୁ ଚପଲ ଫିଙ୍ଗିଥିଲେ । କିନ୍ତୁ ସୁରକ୍ଷାକର୍ମୀଙ୍କ ଉଦ୍ୟମ ଯୋଗୁ ଏହା ମୁଖ୍ୟମନ୍ତ୍ରୀଙ୍କ ଉପରେ ବାଜି ନ ଥିଲା। ତେବେ  କାର୍ତ୍ତିକ ମେହେରଙ୍କୁ ନେଇ ଆଜି ଦିନ ତମାମ ରାଜନୈତିକ ତାତି ଦେଖାଦେଇଥିଲା। କାର୍ତ୍ତିକ ମେହେର ବିଜେପିର ନା ନନ୍ ପଲିଟିକାଲ ବ୍ୟକ୍ତି, ତାକୁ ନେଇ ଆରମ୍ଭ ହୋଇଥିଲା ତନାଘନା।

ଗତକାଲି ବରଗଡ଼ ଏସଡିପିଓ ଯାହାଙ୍କୁ ବିଜେପି ସମର୍ଥକ ବୋଲି ଦର୍ଶାଇଥିଲେ,ଆଜି ସକାଳେ ପଦ୍ମପୁର ଆଇଆଇସି କିନ୍ତୁ ତାଙ୍କୁ ଅଣରାଜନୈତିକ ଓ ମେଣ୍ଟାଲ ପ୍ରକୃତିର ବୋଲି କହିଥିଲେ।  ହେଲେ ଅପରାହ୍ନରେ  ପୋଲିସ ପୁଣି କଥା ବଦଳେଇଥିଲା।  ଏମିତିକି ପୂର୍ବରୁ ୨୦୧୪ ମସିହାରେ କାର୍ତ୍ତିକ ଅଣ୍ଡା ମାଡ଼ କରିଥିବା ନେଇ ଅଭିଯୋଗ ଥିବା କଥା ବି କହିଥିଲେ ପଦ୍ମପୁର ଥାନା ଆଇଆଇସି। ସେପଟେ ବରଗଡ଼ରେ ଆଜି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଅଭିଯୁକ୍ତର ବିଗତ ଦିନର କିଛି କାରନାମା ସମ୍ପର୍କିତ ଭିଡିଓ  ଦେଖାଇଛନ୍ତି।  ଯାହା ପୋଲିସର ନୂଆ ସ୍ପଷ୍ଟୀକରଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଗୋଟିଏ ଭିଡିଓ ରେ ଅଭିଯୁକ୍ତ କାର୍ତ୍ତିକ ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ ଅଫିସ ଛାତ ଉପରେ ଚଢ଼ିଥିଲେ ଓ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା।  ଆଉ ଅନ୍ୟଟି ଥିଲା ୨୦୧୬ରେ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ଦେଖାଉଥିବାର ଚିତ୍ର।  ସେପଟେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗା ଘଟଣାକୁ ନେଇ ବି ରାଜନୈତିକ ବୟାନବାଜି ତେଜିଛି।

https://youtu.be/pvog-98egS8?list=UUNFdwbQNVYk-ekuWpbaLSzQ

Ordigital Desk
• Published: Wednesday, 21 February 2018
• Updated: 21 February 2018, 08:22 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos