ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀଲିଙ୍ଗରାଜ ମନ୍ଦିରରେ ଅବକ୍ଷୟ ହୋଇଥିବା ୮ ଚଳନ୍ତି ବିଗ୍ରହଙ୍କ ଯାଞ୍ଚ କରିଛି ଶ୍ରୀମନ୍ଦିର ୧୦ ଜଣିଆ ମୁକ୍ତିମଣ୍ଡପ ପଣ୍ଡିତ ମଣ୍ଡଳି। ମନ୍ଦିରରେ ଦକ୍ଷିଣ ଘରେ ପୂଜା ପାଉଥିବା ୮ ବିଗ୍ରହଙ୍କ ଦୀର୍ଘଦିନ ଧରି ଅବକ୍ଷୟ ଅବସ୍ଥାରେ ରହିଛନ୍ତି। ଯାହାକୁ ନେଇ ମନ୍ଦିର ନିଯୋଗ ଗୁଡିକ ପକ୍ଷରୁ ବାରମ୍ବାର ମନ୍ଦିର ପରିଚାଳନା ଅଧିକାରୀଙ୍କୁ ଜଣାଯାଇଥିଲା। ଆଜି ଯାଞନଚ ବେଳେ ମୁକ୍ତି ମଣ୍ଡପ ପ୍ରତିନିଧିଙ୍କ ସହ ୪ ନିଯୋଗ ଓ ମନ୍ଦିର ପରିଚାଳନା ଅଧିକାରୀ ଉପସ୍ଥିତ ଥିଲେ।
ପୂର୍ବରୁ ୨୦୧୫ରେ ମଧ୍ୟ ମୁକ୍ତିମଣ୍ଡପ ମଣ୍ଡଳି ଯାଞ୍ଚ କରି ନୂଆ ମୂର୍ତ୍ତୀ ପାଇଁ କହିଥିଲେ। ତେବେ ଶିଳ୍ପୀ ମାନେ ପୁରୁଣା ବିଗ୍ରହରେ ଅଗ୍ନି ସଂଯୋଗ କରିବାକୁ ଅନିଚ୍ଛା ପ୍ରକାଶ କରିବାରୁ ଏଯାଏ କୌଣସି ନିଷ୍କର୍ସ ବାହାରିପାରିନାହିଁ। ପଣ୍ଡିତମାନେ ଯାଞ୍ଚ କରି ଯାଇଥିବାବେଳେ ଏନେଇ ମୁକ୍ତି ମଣ୍ଡପରେ ଆଲୋଚନା କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ଅଧିକାରୀ ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।