ଶ୍ରୀମନ୍ଦିର ଚାରିପଟେ ନିର୍ମାଣ ତୁରନ୍ତ ବନ୍ଦ ହେଉ, ସୁପ୍ରିମକୋର୍ଟ ଯିବ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଚାରିପଟେ ଚାଲିଥିବା ନିର୍ମାଣ ଓ ଖନନ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ଦାବି ସହ ରାଜ୍ୟ ସରକାରଙ୍କ ଏଭଳି ମାନସିକତା ବିରୋଧରେ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ଖୁବଶୀଘ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କହିଛି । ୮୦୦ କୋଟି ଟଙ୍କାର ବଜେଟ୍ କ’ଣ ଏହି ୪ଟି ଟଏଲେଟ୍ ପାଇଁ ବୋଲି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ପ୍ରଶ୍ନ କରିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୁରକ୍ଷା ଅଭିଯାନର ସଂଯୋଜକ […]

Press Conference

Press Conference

Ordigital Desk
  • Published: Thursday, 12 May 2022
  • Updated: 12 May 2022, 10:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଚାରିପଟେ ଚାଲିଥିବା ନିର୍ମାଣ ଓ ଖନନ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ଦାବି ସହ ରାଜ୍ୟ ସରକାରଙ୍କ ଏଭଳି ମାନସିକତା ବିରୋଧରେ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ଖୁବଶୀଘ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କହିଛି । ୮୦୦ କୋଟି ଟଙ୍କାର ବଜେଟ୍ କ’ଣ ଏହି ୪ଟି ଟଏଲେଟ୍ ପାଇଁ ବୋଲି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ପ୍ରଶ୍ନ କରିଛି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୁରକ୍ଷା ଅଭିଯାନର ସଂଯୋଜକ ବିନୟ କୁମାର ଭୂୟାଁ ଓ ଅନ୍ୟ କର୍ମକର୍ତ୍ତାମାନେ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ପରିଚୟ ଓ ପରମ ଆରାଧ୍ୟ । ଶ୍ରୀମନ୍ଦିର ହେଉଛି ସମଗ୍ର ହିନ୍ଦୁ ସମାଜର ଆସ୍ଥା, ବିଶ୍ୱାସ ଓ ସଂସ୍କୃତିର ପ୍ରାଣକେନ୍ଦ୍ର । ୧୦୦୦ ବର୍ଷରୁ ଊର୍ଦ୍ଧ୍ୱ ପ୍ରାଚୀନ ଐତିହ୍ୟ ସମ୍ପନ୍ନ କୀର୍ତ୍ତି ଶ୍ରୀମନ୍ଦିର ଚତୁର୍ପାଶ୍ୱର୍ର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାଧ୍ୟମରେ ବିଭିନ୍ନ ପ୍ରକାରର ଖନନ ଓ ନର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରାଯିବା ଉଚିତ୍ । ଏହା ସମ୍ପୂର୍ଣ୍ଣ ରୂପେ ଅବୈଧ, ଅନୈତିକ ତଥା ଅପରିଣାମଦର୍ଶୀ । ଏକ ପ୍ରାଚୀନ ଐତିହ୍ୟ ସମ୍ପନ୍ନ କୀର୍ତ୍ତିି ହୋଇଥିବାରୁ ଏହାର ରକ୍ଷଣାବେକ୍ଷଣ ତଥା ସୁରକ୍ଷା ଓ ସଂରକ୍ଷଣ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବିଭାଗ (ଏଏସଆଇ)ର କତ୍ତୃତ୍ୱାଧୀନ ।

ଶ୍ରୀମନ୍ଦିରରୁ ୧୦୦ ମିଟର ପର୍ଯ୍ୟନ୍ତ ନିଷେଧା ଅଂଚଳ ଏବଂ ୧୦୦ ମିଟରରୁ ୩୦୦ ମିଟର ପର୍ଯ୍ୟନ୍ତ ନିୟନ୍ତ୍ରିତ ଅଚଂଳ ବୋଲି ଆଇନ୍ କହୁଛି। ନିଷେଧାଚଂଳରେ ସ୍ଥାୟୀ ବୃହତ ନିର୍ମାଣ ସମ୍ପୂର୍ଣ୍ଣ ନିଷିଦ୍ଧ ଏବଂ ନିୟନ୍ତ୍ରିତ ଅଚଂଳରେ ଯେକୌଣସି ନିର୍ମାଣ ଏଏସଆଇର ପରାମର୍ଶ ଅନୁଯାୟୀ ହେବ । କିନ୍ତୁ ରାଜ୍ୟ ସରକାର ସମସ୍ତ ଆଇନ୍ କାନୁନକୁ ଉଲ୍ଲଙ୍ଘନ କରି ଶ୍ରୀମନ୍ଦିରର ଅତି ନିକଟରେ ଉଚ୍ଚଶକ୍ତି ସମ୍ପନ୍ନ ମେସିନ୍ ଦ୍ୱାରା ଗଭୀର ଗର୍ତ୍ତ ଖନନ ତଥା ବୃହତ ନିର୍ମାଣର ଯୋଜନା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା ଦ୍ୱାରା ଶ୍ରୀମନ୍ଦିରର ମୂଳଭତ୍ତି ଗଭୀର ଭାବେ ପ୍ରଭାବିତ ହୋଇଛି । ହାଇକୋର୍ଟରେ ଏସଆଇ ଦ୍ୱାରା ଦାଖଲ କରାଯାଇଥିବା ସତ୍ୟପାଠରୁ ଏହା ସ୍ପଷ୍ଟ ହୋଇଛି ।

କୌଣସି ଅଧିକୃତ ସଂସ୍ଥାର ଅନୁମତି ନଥିବା ରାଜ୍ୟ ସରକାର ଏଭଳି ବେଆଇନ କାର୍ଯ୍ୟ କରୁଛନ୍ତି । ସୌନ୍ଦର୍ଯ୍ୟକରଣ ନାଁରେ ମଠ, ମନ୍ଦିରକୁ ଭାଙ୍ଗି ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଏ ରାଜ୍ୟ ସରକାର ଧ୍ୱଂସ କରୁଛନ୍ତି । ଏହି କାର୍ଯ୍ୟ ରାଜ୍ୟ ସରକାରକୁ ପରିଚାଳିତ କରୁଥିବା ଓଡ଼ିଆ ସଂସ୍କୃତି ଉପରେ ଜ୍ଞାନ ନଥିବା ମୁଷ୍ଟିମେୟ ଅଣଓଡ଼ିଆ ଅଧିକାରୀମାନଙ୍କର ଜିଦ୍ କାରଣରୁ ହେଉଅଛି । କିଛି ନ୍ୟସ୍ତସ୍ୱାର୍ଥ ଓଡ଼ିଆ ମଧ୍ୟ ଏଥିରେ ସାମିଲ ଅଛନ୍ତି । ଓଡ଼ିଆଙ୍କ ଅସ୍ମିତା, ସଂସ୍କୃତି ଓ ପରିଚୟକୁ ଧ୍ୱଂସ କରିବାର ସୁପରିକଳ୍ପିତ ଷଡ଼ଯନ୍ତ୍ର ପଛରେ କାହାର ସ୍ୱାର୍ଥ ନିହିତ ଅଛି?

ଏହି କାର୍ଯ୍ୟକୁ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ଦୃଢ଼ ନିନ୍ଦା ତଥା ବିରୋଧ କରୁଛି । ବେଆଇନ ନିର୍ମାଣକୁ ତୁରନ୍ତ ବନ୍ଦ କରିବା ପାଇଁ ଖୁବ୍‌ଶୀଘ୍ର ସୁପ୍ରିମକୋର୍ଟରେ ଆବେଦନ କରାଯିବା ସଙ୍ଗେସଙ୍ଗେ ସାରା ରାଜ୍ୟରେ ବ୍ୟାପକ ଜନ ଆନ୍ଦୋଳନ କରାଯିବ । କାର୍ଯ୍ୟ ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ସାଧାରଣ ଜନତାଙ୍କ ଦ୍ୱାରା ଅଧିକରୁ ଅଧିକ ଚିଠି ଲେଖାଯିବ । ବ୍ଲକସ୍ତରରୁ ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ ଗଣଧାରଣା, ବୁଦ୍ଧିଜୀବୀ ସଂଗୋଷ୍ଠୀ, ସନ୍ଥ ସମ୍ମିଳନୀ, ମାତୃଶକ୍ତି ଜାଗରଣ ଇତ୍ୟାଦି କାର୍ଯ୍ୟକ୍ରମ ମଧ୍ୟ କରାଯିବ ବୋଲି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନର କର୍ମକର୍ତ୍ତା ତନ୍ମୟ କୁମାର ଦାଶ, ସୁମନ୍ତ କୁମାର ପଣ୍ଡା ଓ ମନୋଜ କୁମାର ରାଉତ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story