ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବିରୋଧରେ ଅଭିଯୋଗ ଆଣିଲେ ଜଗନ୍ନାଥ ସ୍ୱାଇଁ ମହାପାତ୍ର

ପୁରୀ: ଆଡ଼ପ ପହଣ୍ଡି ସମୟରେ ନନ୍ଦିଘୋଷ ରଥରେ ମହିଳା ଭକ୍ତ ଚଢ଼ିବା ପ୍ରସଙ୍ଗକୁ ନେଇ ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁମ୍ଭାରପଡ଼ା ଥାନାରେ ନିଲମ୍ୱିତ ପ୍ରତିହାରି ସେବାୟତ ଆର୍ତ୍ତତ୍ରାଣ ପ୍ରତିହାରୀ, ରଥରେ ଚଢ଼ିଥିବା ମହିଳା ପଦ୍ମିନୀ ପାତ୍ର ଓ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ାଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଏ ନେଇ ଶ୍ରୀ ଜଗନ୍ନାଥଙ୍କ  ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି ସେ କୋର୍ଟଙ୍କ ଦ୍ୱାରସ୍ଥ ହେବେ । ଆବଶ୍ୟକ […]

jagannath

Rakesh Mallick
  • Published: Tuesday, 18 August 2015
  • , Updated: 18 August 2015, 05:28 PM IST

ପୁରୀ: ଆଡ଼ପ ପହଣ୍ଡି ସମୟରେ ନନ୍ଦିଘୋଷ ରଥରେ ମହିଳା ଭକ୍ତ ଚଢ଼ିବା ପ୍ରସଙ୍ଗକୁ ନେଇ ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁମ୍ଭାରପଡ଼ା ଥାନାରେ ନିଲମ୍ୱିତ ପ୍ରତିହାରି ସେବାୟତ ଆର୍ତ୍ତତ୍ରାଣ ପ୍ରତିହାରୀ, ରଥରେ ଚଢ଼ିଥିବା ମହିଳା ପଦ୍ମିନୀ ପାତ୍ର ଓ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ାଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଏ ନେଇ ଶ୍ରୀ ଜଗନ୍ନାଥଙ୍କ  ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି ସେ କୋର୍ଟଙ୍କ ଦ୍ୱାରସ୍ଥ ହେବେ । ଆବଶ୍ୟକ ପଡିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବି ବୋଲି ସେ କହିଛନ୍ତି। ଏହାସହ ସେ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କ ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, କିଛିଦିନ ତଳେ ମୁଖ୍ୟ ପ୍ରଶାସକ ନିଜ ସାଙ୍ଗରେ ୧୪ରୁ ୧୫ ଜଣ ବିଦେଶୀଙ୍କୁ ଶ୍ରୀମନ୍ଦିର ଭିତରକୁ ନେଇଥିଲେ । ସେମାନଙ୍କୁ ରାପିଡ୍ ଆକ୍ସନ୍ ଫେ।ର୍ସ ଅଟକାଇ ଥିଲା। ଏହାସତ୍ତ୍ୱେ ସେ ମନ୍ଦିର ପୋଲିସ୍ ସହାୟତାରେ ସେମାନଙ୍କୁ ଭିତରକୁ ନେଇଥିଲେ ବୋଲି ସ୍ୱାଇଁ ମହାପାତ୍ର ଅଭିଯୋଗ କରିଛନ୍ତି।

Related story