ମୋହନା (ମିହିର ଯତି): ଭିଜିଲାନ୍ସ ଜାଲରେ ଯୋଗାଣ ନିରୀକ୍ଷକ। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ଯୋଗାଣ ନିରୀକ୍ଷକ ସବ୍ୟସାଚୀ ମହାପାତ୍ର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି। ଏକ ବିଲ୍ ପାସ୍ କରାଇବା ପାଇଁ ସେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା।
ଗଞ୍ଜାମ ଜିଲ୍ଲା ଧରାକୋଟ ଜାହାଡ଼ା ଗାଁର ଶିବ ପଲାଇଙ୍କଠାରୁ ସେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିବା ସହ ତାଙ୍କ ଅଫିସ୍ ଓ ପୁରୀ ଚନ୍ଦନପୁରସ୍ଥିତ ବାସଭବନରେ ଚଢ଼ାଉ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ରାଜ୍ୟରେ ୫ ମାସରେ ୪୦ ହାତୀଙ୍କ ମୃତ୍ୟୁ ହୋଇଛି
ଗତ ତିନି ବର୍ଷରେ ୬୬୮ ଜଣଙ୍କୁ ମାରିଛି ହାତୀ, ୫ ବର୍ଷରେ ୨୨ ଜଣଙ୍କୁ ଖାଇଲାଣି କୁମ୍ଭୀର। ବିଧାନସଭାରେ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।
Miscellaneous
ଅତିରିକ୍ତ ବଜେଟରେ ୧୨ ହଜାର ୧୫୬ କୋଟି ଟଙ୍କା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬୪୪ କୋଟି ବ୍ୟବସ୍ଥା ଓ ସୁଭଦ୍ରା ଯୋଜନା ପାଇଁ ୧୧୯୬ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
Crime
ରାସ୍ତାରୁ ଟଙ୍କା ଆଦାୟ କରୁଥିଲେ! ARTO ଓ ଜୁନିୟର MVI ଗିରଫ
ଗିରିଶୋଳା ଗେଟ୍ରୁ ଧରାପଡ଼ିଥିବା ୩ ଦଲାଲଙ୍କୁ ପୁଲିସ୍ ଦୀର୍ଘ ସମୟ ଧରି ଜେରା କରିଥିଲା। ହେଲେ ସେମାନେ ବେଶୀ ସମୟ ଧରି ମିଛକୁ ଚାପି ରଖିପାରିନଥିଲେ। ଭୟରେ ସବୁ କଥା କହି ପକାଇଥିଲେ।
Miscellaneous
ମାର୍ଚ୍ଚ ୭ 'ସୁଭଦ୍ରା' ଆବେଦନର ଶେଷ ତାରିଖ
ମାର୍ଚ୍ଚ ୮ ମହିଳା ଦିବସରେ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବ। ବଣ୍ଡାଘାଟିରେ ହିତାଧିକାରୀଙ୍କ ପାଖକୁ ଯାଇ ସମସ୍ୟା ଦୂର କରିବେ ବିଭାଗୀୟ ଅଧିକାରୀ।
Politics
ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା କାର୍ଯ୍ୟନିର୍ଘଣ୍ଟ; ଡିସେମ୍ବର ୨୦ରେ ଭୋଟ୍
ସେପ୍ଟେମ୍ବର ୬ ତାରିଖରେ ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।