‘ଶିବ ଏକା ହିଁ ଘଟାଇଛି ନରସଂହାର, ଜଣ ଜଣ କରି ସମସ୍ତଙ୍କୁ ମାରିଛି’

କଟକ(ଓଡ଼ିଶା ରିପୋର୍ଟର): ‘ଶିବ ସାହୁ ଏକା ଘଟାଇଥିଲା ସମ୍ପୂର୍ଣ୍ଣ ନରସଂହାର। ପ୍ରଥମେ ଭାଉଜ, ପରେ ଭାଇ ଓ ତା’ ପରେ ପୁତୁରା ଏବଂ ଝିଆରୀଙ୍କୁ କଟୁରୀରେ ହାଣିଥିଲା।’ କଟକ ଜିଲ୍ଲା ମାହାଙ୍ଗାର କୁସୁପୁର ଗଣହତ୍ୟା ମାମଲାରେ ଆଜି ଅଭିଯୁକ୍ତ ଶିବ ସାହୁକୁ ମର୍ଡର ସ୍ପଟକୁ ନିଆଯାଇ କ୍ରାଇମ ସିନ୍‌ ରିକ୍ରିଏଟ୍‌ କରାଯାଇଥିବା ବେଳେ ଏପରି ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍‌ପି ଅଶୋକ ବେହେରା । ସେ କହିଛନ୍ତି, ଅଭିଯୁକ୍ତ ଶିବ ସାହୁ ଏକା ହିଁ […]

murder

murder

Niharika Rout
  • Published: Friday, 15 April 2022
  • Updated: 15 April 2022, 03:04 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ‘ଶିବ ସାହୁ ଏକା ଘଟାଇଥିଲା ସମ୍ପୂର୍ଣ୍ଣ ନରସଂହାର। ପ୍ରଥମେ ଭାଉଜ, ପରେ ଭାଇ ଓ ତା’ ପରେ ପୁତୁରା ଏବଂ ଝିଆରୀଙ୍କୁ କଟୁରୀରେ ହାଣିଥିଲା।’ କଟକ ଜିଲ୍ଲା ମାହାଙ୍ଗାର କୁସୁପୁର ଗଣହତ୍ୟା ମାମଲାରେ ଆଜି ଅଭିଯୁକ୍ତ ଶିବ ସାହୁକୁ ମର୍ଡର ସ୍ପଟକୁ ନିଆଯାଇ କ୍ରାଇମ ସିନ୍‌ ରିକ୍ରିଏଟ୍‌ କରାଯାଇଥିବା ବେଳେ ଏପରି ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍‌ପି ଅଶୋକ ବେହେରା ।

ସେ କହିଛନ୍ତି, ଅଭିଯୁକ୍ତ ଶିବ ସାହୁ ଏକା ହିଁ ନିଜ ଭାଇ ପରିବାରର ସମସ୍ତଙ୍କୁ ହତ୍ୟା କରିଛି। ଜମିବାଡ଼ି ବିବାଦ ଲାଗି ରହିଥିବାରୁ ଦୀର୍ଘ ଦିନ ହେଲା ଭାଇ ଭାଇ ଭିତରେ ଶତ୍ରୁତା ରହିଥିଲା। ଘଟଣା ଦିନ ସନ୍ଧ୍ୟାରେ ଖାଇପିଇ ଶିବ ଭାଇ ଘରେ ପହଞ୍ଚିଥିଲା । ସେ କହିବା କଥା ପ୍ରଥମେ ଭାଉଜଙ୍କୁ କଟୁରୀରେ ହାଣିଥିଲା । ପରେ ଭାଇକୁ ହାଣି ହତ୍ୟା କରିଥିଲା । ତା’ ପରେ ୨ ପୁତୁରା ଓ ଝିଆରୀଙ୍କୁ ମାରିଥିଲା।

ଅତିରିକ୍ତ ଏସ୍‌ପି କହିଛନ୍ତି, ପ୍ରାରମ୍ଭିକ ତଦନ୍ତରୁ ଜଣାପଡୁଛି ଯେ, ସେ ଏକା ହିଁ ଏହି ଘଟଣାରେ ସମ୍ପୃକ୍ତ। ଅଧିକ ତଦନ୍ତ ପରେ ଏଥିରେ ଆଉ କିଏ ସଂପୃକ୍ତ ଅଛନ୍ତି କି ନାହିଁ ଜଣାପଡ଼ିବ। ହତ୍ୟା କରିବା ପୂର୍ବରୁ ନିଶା ଦିଆଯାଇଥିଲା କି ନାହିଁ ପୋଷ୍ଟମର୍ଟମ, ଭିସେରା ଓ ଫୋରେନସିକ୍ ରିପୋର୍ଟ ଆସିଲେ ଜଣାପଡ଼ିବ।

ସୂଚନାଯୋଗ୍ୟ, ଆଜି ଅଭିଯୁକ୍ତ ଶିବ ସାହୁକୁ ପୁଲିସ ହତ୍ୟାକାଣ୍ଡ ସ୍ଥଳ (କୁସୁପୁର ଗାଁ)କୁ ନେଇ କ୍ରାଇମ ସିନ୍‌ ରିକ୍ରିଏଟ କରିଛି। ୫ ଜଣଙ୍କୁ କିପରି ହତ୍ୟା କଲା, ତାହାର ଡେମୋ ଦେଖାଇଛି ଶିବ। ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ, ସେନେଇ ଶିବକୁ ପଚରାଉଚରା କରିଛି ପୁଲିସ୍‌। କଡ଼ା ସୁରକ୍ଷା ମଧ୍ୟରେ କ୍ରାଇମ ସିନ୍ ରିକ୍ରିଏଟ କରାଯାଇଥିଲା। କଟକ ଗ୍ରାମାଞ୍ଚଳର ଅତିରିକ୍ତ ଏସପି, ଏସ୍‌ଡିପିଓ ଓ ମାହାଙ୍ଗା ଥାନା ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଥିବା ବେଳେ କ୍ରାଇମ୍ ସ୍ପଟ୍‌ରୁ କିଛି ମାରଣାସ୍ତ୍ର ଜବତ ହୋଇଥିବା ସୂଚନା ମିଳିଛି।

https://youtu.be/DZSA6_IqNfM

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos