ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟକୁ  ଜମି ପ୍ରଦାନ ଘଟଣା : କୋର୍ଟର ଆଶ୍ରୟ ନେବ କଳିଙ୍ଗସେନା

ଭୁବନେଶ୍ୱର:  ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବିଡିଏ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟକୁ ଦେଇଥିବା ଜମି ଘଟଣାରେ କୋର୍ଟଙ୍କ ଆଶ୍ରୟ ନେବ କଳିଙ୍ଗସେନା। ଏ ନେଇ କଳିଙ୍ଗସେନା ସଭାପତି ହେମନ୍ତ ରଥ ସୂଚନା ଦେଇ କହିଛନ୍ତି, ରାଜଧାନୀର ଯେଉଁ ଜମି ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ତାକୁ ବିନା ବିଜ୍ଞପ୍ତିରେ ବିଡିଏ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟକୁ ଦେଇଛନ୍ତି । ଏ ସମସ୍ତ ତଥ୍ୟ ବିଡିଏ ନଥିପତ୍ରରୁ ହସ୍ତଗତ ହୋଇଛି। ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ […]

vlcsnap-2015-08-16-19h42m37s819 - Copy

Rakesh Mallick
  • Published: Sunday, 16 August 2015
  • , Updated: 16 August 2015, 02:14 PM IST

ଭୁବନେଶ୍ୱର:  ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବିଡିଏ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟକୁ ଦେଇଥିବା ଜମି ଘଟଣାରେ କୋର୍ଟଙ୍କ ଆଶ୍ରୟ ନେବ କଳିଙ୍ଗସେନା। ଏ ନେଇ କଳିଙ୍ଗସେନା ସଭାପତି ହେମନ୍ତ ରଥ ସୂଚନା ଦେଇ କହିଛନ୍ତି, ରାଜଧାନୀର ଯେଉଁ ଜମି ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ତାକୁ ବିନା ବିଜ୍ଞପ୍ତିରେ ବିଡିଏ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟକୁ ଦେଇଛନ୍ତି । ଏ ସମସ୍ତ ତଥ୍ୟ ବିଡିଏ ନଥିପତ୍ରରୁ ହସ୍ତଗତ ହୋଇଛି। ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ହେମନ୍ତ କହିଛନ୍ତି। ଏ ସଂପର୍କରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

 

Related story