ଶିକ୍ଷା ଅଧିକାର ନିୟମ ମାନୁ ନ ଥିବା ସ୍କୁଲ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଶିକ୍ଷା ଅଧିକାର ନିୟମ ମାନୁ ନ ଥିବା ଘରୋଇ ସ୍କୁଲ ଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ଆଜି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି,“ଯେଉଁ ସ୍କୁଲଗୁଡିକ ଶିକ୍ଷା ଅଧିକାର ଆଇନ ମାନୁ ନାହାନ୍ତି ସେମାନଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବ।” ଗତକାଲି ବିଧାନସଭାରେ ମିଶ୍ର କହିଥିଲେ,“ରାଜଧାନୀରେ ୨୧୨ଟି ଘରୋଇ ଶିକ୍ଷା ଅନୁଷ୍ଠାନ ଶିକ୍ଷା ଅଧିକାର ଆଇନ୍‌କୁ ଉଲ୍ଲଂଘନ କରିଛନ୍ତି। ଶିକ୍ଷା ଆଇନ୍‌ ଅଧିକାର ଅନୁଯାୟୀ […]

debi-prasad-mishra

Rakesh Mallick
  • Published: Friday, 09 December 2016
  • , Updated: 09 December 2016, 02:30 PM IST

ଭୁବନେଶ୍ୱର: ଶିକ୍ଷା ଅଧିକାର ନିୟମ ମାନୁ ନ ଥିବା ଘରୋଇ ସ୍କୁଲ ଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର ଆଜି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି,“ଯେଉଁ ସ୍କୁଲଗୁଡିକ ଶିକ୍ଷା ଅଧିକାର ଆଇନ ମାନୁ ନାହାନ୍ତି ସେମାନଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବ।”

ଗତକାଲି ବିଧାନସଭାରେ ମିଶ୍ର କହିଥିଲେ,“ରାଜଧାନୀରେ ୨୧୨ଟି ଘରୋଇ ଶିକ୍ଷା ଅନୁଷ୍ଠାନ ଶିକ୍ଷା ଅଧିକାର ଆଇନ୍‌କୁ ଉଲ୍ଲଂଘନ କରିଛନ୍ତି। ଶିକ୍ଷା ଆଇନ୍‌ ଅଧିକାର ଅନୁଯାୟୀ ପ୍ରତ୍ୟେକ ସ୍କୁଲରେ ମୋଟ୍‌ ସିଟ୍‌ରୁ ୨୫ ପ୍ରତିଶତ ସିଟ୍‌ ଗରିବ ପିଲାମାନଙ୍କ ପାଇଁ ରହିବ। ହେଲେ ଏହି ଆଇନ୍‌କୁ ଘରୋଇ ସ୍କୁଲ ଗୁଡ଼ିକ ପାଳନ କରୁନାହାନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ଶିକ୍ଷା ଅଧିକାର ଆଇନ୍‌କୁ କାର୍ଯ୍ୟକାରୀ କରିବା ପାଇଁ ବିଭାଗ ସମସ୍ତ ଘରୋଇ ସ୍କୁଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ଏହି ନିୟମକୁ କାର୍ଯ୍ୟକାରୀ ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା। ଏହାସତ୍ତ୍ୱେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ଆଇନ୍‌କୁ ପାଳନ କରୁ ନ ଥିବା ଜଣାପଡିଛି।

Related story