ଶିକ୍ଷାନୀତି-୨୦୧୫: ପ୍ରଦର୍ଶନ ଭିତ୍ତିରେ କଲେଜକୁ ଗ୍ରେଡ୍ ଓ ଶିକ୍ଷକଙ୍କୁ ପୁରସ୍କାର ଦିଆଯିବ

ଭୁବନେଶ୍ୱର: ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ଲକ୍ଷ୍ୟରେ କାର୍ଯ୍ୟକାରୀ ହେବ ଓଡିଶା ଶିକ୍ଷାନୀତି। କେନ୍ଦ୍ର ସରକାରଙ୍କ ଶିକ୍ଷାନୀତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଏହି ନୀତି କାର୍ଯ୍ୟକାରୀ କରିବାକୁ ଉଚ୍ଚଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି। ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗଠିତ ଏକ ଉଚ୍ଚ ସ୍ତରୀୟ କମିଟିର ବୈଠକ ବସିଥିଲା। ଏହି ନୀତି ଅନୁସାରେ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ସିବିଏସ୍ଇ ଶୈଳୀରେ ସିଲାବସ୍ ପ୍ରସ୍ତୁତ ହେବ। ସେହିପରି କଲେଜ ଗୁଡିକରେ ଭିତ୍ତିଭୂମି, ଅଧ୍ୟାପକଙ୍କ […]

sikhya

sikhya

Rakesh Mallick
  • Published: Monday, 07 September 2015
  • Updated: 07 September 2015, 02:31 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ଲକ୍ଷ୍ୟରେ କାର୍ଯ୍ୟକାରୀ ହେବ ଓଡିଶା ଶିକ୍ଷାନୀତି। କେନ୍ଦ୍ର ସରକାରଙ୍କ ଶିକ୍ଷାନୀତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଏହି ନୀତି କାର୍ଯ୍ୟକାରୀ କରିବାକୁ ଉଚ୍ଚଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି। ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗଠିତ ଏକ ଉଚ୍ଚ ସ୍ତରୀୟ କମିଟିର ବୈଠକ ବସିଥିଲା। ଏହି ନୀତି ଅନୁସାରେ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ସିବିଏସ୍ଇ ଶୈଳୀରେ ସିଲାବସ୍ ପ୍ରସ୍ତୁତ ହେବ। ସେହିପରି କଲେଜ ଗୁଡିକରେ ଭିତ୍ତିଭୂମି, ଅଧ୍ୟାପକଙ୍କ କାର୍ଯ୍ୟଦକ୍ଷତା ଆଧାରରେ ଗ୍ରେଡ ଦିଆଯିବ। ଶିକ୍ଷାନୁଷ୍ଠାନରେ ଭଲ ଛାତ୍ରଛାତ୍ରୀ ସାଙ୍ଗକୁ ଭଲ ଶିକ୍ଷକ ସୃଷ୍ଟି କରିବା ମଧ୍ୟ ଶିକ୍ଷାନୀତିରେ ବ୍ୟବସ୍ଥା ରହିଛି। ମେଧାବୀ ଶିକ୍ଷକଙ୍କୁ ବିଭାଗ ତରଫରୁ ପୁରସ୍କାର ଦେବାର ମଧ୍ୟ ବ୍ୟବସ୍ଥା ରହିଛି। ଏହି ବୈଠକରେ କମିଟିର ଅଧ୍ୟକ୍ଷ ତଥା ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ଶିବ ପ୍ରସାଦ ଅଧିକାରୀଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos