ସହିଦ୍‌ ଯବାନଙ୍କ ଆତ୍ମାର ସଦ୍‌ଗତି ପାଇଁ ନିରବ ପ୍ରାର୍ଥନା

ବୌଦ୍ଧ (ଭାର୍ଜନ ପ୍ରଧାନ): ଭାରତ-ଚାଇନା ସୀମା ଲଦାଖ ଗାଲୱାନ ଭ୍ୟାଲିରେ ହୋଇଥିବା ସଂଘର୍ଷରେ ୨୦ ଯବାନ ସହିଦ ହୋଇଛନ୍ତି। ଅନେକ ଗୁରୁତର ଆହତ ହୋଇଛନ୍ତି। ଯାହାକୁ ନେଇ ଲଦାଖର ଲାଇନ ଅଫ୍‌ ଆକଚୁଆଲ୍‌ କଣ୍ଟ୍ରୋଲରେ ବର୍ତ୍ତମାନ ସ୍ଥିତି ତିକ୍ତ ଅବସ୍ଥାରେ ରହିଛି। ଚୀନ ସେନାର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଆଜି ସହିଦ୍‌ ଯବାନଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ବୌଦ୍ଧରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଛି। ଏଥିରେ ଜିଲ୍ଲାର ସଚେତନ ନାଗରୀକମାନେ ସାମିଲ […]

boudha.jpg1

Manoranjan Sial
  • Published: Wednesday, 17 June 2020
  • , Updated: 17 June 2020, 07:58 PM IST

ବୌଦ୍ଧ (ଭାର୍ଜନ ପ୍ରଧାନ): ଭାରତ-ଚାଇନା ସୀମା ଲଦାଖ ଗାଲୱାନ ଭ୍ୟାଲିରେ ହୋଇଥିବା ସଂଘର୍ଷରେ ୨୦ ଯବାନ ସହିଦ ହୋଇଛନ୍ତି। ଅନେକ ଗୁରୁତର ଆହତ ହୋଇଛନ୍ତି। ଯାହାକୁ ନେଇ ଲଦାଖର ଲାଇନ ଅଫ୍‌ ଆକଚୁଆଲ୍‌ କଣ୍ଟ୍ରୋଲରେ ବର୍ତ୍ତମାନ ସ୍ଥିତି ତିକ୍ତ ଅବସ୍ଥାରେ ରହିଛି। ଚୀନ ସେନାର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଆଜି ସହିଦ୍‌ ଯବାନଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ବୌଦ୍ଧରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଛି। ଏଥିରେ ଜିଲ୍ଲାର ସଚେତନ ନାଗରୀକମାନେ ସାମିଲ ସହିଦ୍‌ ଯବାନଙ୍କ ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରିଥିଲେ। ଏପରିକି ଚାଇନାର ଏପରି କାର୍ଯ୍ୟକୁ ବିରୋଧ କରିଥିଲେ।

ଚୀନ ସେନାର ଏପରି କାର୍ଯ୍ୟକୁ ଭାରତରେ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଛି। ଚୀନ ପତାକା ପୋଡ଼ା ଯାଇ ଚୀନ ସେନା ବିରୋଧରେ ସ୍ଲୋଗାନ ଦିଆଯାଇଛି। ଏପରିକି ଚିନ୍‌ ସାମଗ୍ରୀ ବର୍ଜନ କରିବାକୁ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା କରାଯାଇଛି। ଏହି ମର୍ମରେ ଆଜି ଜଗତସିଂହପୁର ଜିଲ୍ଲାରେ ଚୀନ୍‌ ସାମଗ୍ରୀ ବର୍ଜନ ପାଇଁ ଏକ ଶୋଭାଯାତ୍ରା ହୋଇଥିଲା।

Related story