ଖୋଲୁଛି ସିଲସିଲା ବେହେରାଙ୍କ କ୍ରାଇମ୍‌ ରେକର୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜକୁ ସମାଜସେବୀର ପରିଚୟ ଦେଉଥିଲେ ସିଲସିଲା ବେହେରା। ହେଲେ ଏବେ ସେ ସାଙ୍ଘାତିକ ଅଭିଯୋଗରେ ଫସିଛନ୍ତି। ସେ ସୁପାରୀ ଦେଇ ନିଜ ଇଂଜିନିୟର ସ୍ୱାମୀ ବିନାୟକ ବେହେରାଙ୍କୁ ହତ୍ୟା ଷଡ଼ଯନ୍ତ୍ର କରିଥିଲେ। ଏହାକୁ ନେଇ ସିଲ୍‌ସିଲା ଚର୍ଚ୍ଚାରେ ଥିବା ବେଳେ ସାମ୍ନାକୁ ଆସିଛି ତାଙ୍କ ପୁରୁଣା କ୍ରାଇମ୍‌ ରେକର୍ଡ। ଅଭିଯୋଗରୁ ଜଣାପଡ଼ିଛି, ଅନୁଗୋଳ ରହୁଥିବା ଏକ ପରିବାରରେ ପାରିବାରିକ କଳହ ଲାଗିଥିଲା। ଏହାର ସମାଧାନ କରିବା ପାଇଁ ସିଲସିଲା ମଧ୍ୟସ୍ତି ସାଜିଥିଲେ। ନକଲି NHRC ଅଧ୍ୟକ୍ଷ […]

Silsila-Behera

Manoranjan Sial
  • Published: Saturday, 23 April 2022
  • , Updated: 23 April 2022, 08:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜକୁ ସମାଜସେବୀର ପରିଚୟ ଦେଉଥିଲେ ସିଲସିଲା ବେହେରା। ହେଲେ ଏବେ ସେ ସାଙ୍ଘାତିକ ଅଭିଯୋଗରେ ଫସିଛନ୍ତି। ସେ ସୁପାରୀ ଦେଇ ନିଜ ଇଂଜିନିୟର ସ୍ୱାମୀ ବିନାୟକ ବେହେରାଙ୍କୁ ହତ୍ୟା ଷଡ଼ଯନ୍ତ୍ର କରିଥିଲେ। ଏହାକୁ ନେଇ ସିଲ୍‌ସିଲା ଚର୍ଚ୍ଚାରେ ଥିବା ବେଳେ ସାମ୍ନାକୁ ଆସିଛି ତାଙ୍କ ପୁରୁଣା କ୍ରାଇମ୍‌ ରେକର୍ଡ।

ଅଭିଯୋଗରୁ ଜଣାପଡ଼ିଛି, ଅନୁଗୋଳ ରହୁଥିବା ଏକ ପରିବାରରେ ପାରିବାରିକ କଳହ ଲାଗିଥିଲା। ଏହାର ସମାଧାନ କରିବା ପାଇଁ ସିଲସିଲା ମଧ୍ୟସ୍ତି ସାଜିଥିଲେ। ନକଲି NHRC ଅଧ୍ୟକ୍ଷ ସାଜି ସଂପୃକ୍ତ ପରିବାରଠୁ ୩ ଲକ୍ଷ ଟଙ୍କା ଦାବି କରିଥିଲେ ସିଲ୍‌ସିଲା। ଟଙ୍କା ନଦେଲେ ମିଛ ମାମଲାରେ ଫସାଇ ଦେବାର ଧମକ ଦେଇଥିଲେ। ସେତେବେଳେ ସିଲସିଲା ବ୍ୟବହାର କରିଥିବା ଗାଡ଼ିର ଫଟୋକୁ ସାଇତି ରଖିଛନ୍ତି ଅଭିଯୋଗକାରିଣୀ।

ଏ ନେଇ ଗତ ୨୦୨୦ ମସିହାରେ ତାଳଚେର ଥାନା ଅଭିଯୋଗ ହୋଇଥିଲା। ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଉକ୍ତ ପରିବାର ୨୦୨୧ ମସିହାରେ ଅନୁଗୋଳ ଏସ୍‌ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ସବୁଆଡୁ ନିରାଶ ହେବା ପରେ ଉକ୍ତ ପରିବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାମଲା ତଦନ୍ତ କରି ପୁଲିସ୍‌ ସିଲସିଲାଙ୍କ ସମେତ ୫ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲା।

ସେପଟେ ସ୍ୱାମୀଙ୍କୁ ହତ୍ୟା ପାଇଁ ସୁପାରୀ ଦେବା ଓ ଡ୍ରାଇଭରକୁ ସ୍ୱାମୀର ପରିଚୟ ଦେଇ ସୁନ୍ଦରପଦାସ୍ଥିତ ଆପାର୍ଟମେଣ୍ଟରେ ଭଡ଼ାରେ ରହିବା ଭଳି ଅଭିଯୋଗ ପରେ ରାଜଧାନୀରେ ଗଲା କିଛି ଦିନ ଧରି ବେଶ୍‌ ଚର୍ଚ୍ଚାରେ ଅଛନ୍ତି ଏହି ମହିଳା। ଏ ମାମଲାରେ ମଞ୍ଚେଶ୍ୱର ପୁଲିସ୍‌ ମହିଳାଙ୍କ ପ୍ରେମିକ ଡ୍ରାଇଭର ଅଶୋକ ସାହୁକୁ ଗିରଫ କରିଥିବା ବେଳେ ସିଲ୍‌ସିଲା ଓ ଲକ୍ଷେ ଟଙ୍କାର ସୁପାରୀ ନେଇଥିବା ଦୁଇ ବ୍ୟକ୍ତିଙ୍କ ନିକଟରେ ପହଞ୍ଚି ପାରିନି ପୁଲିସ୍‌। ସିଲସିଲାଙ୍କ ଠିକଣା ପାଉନଥିବାବେଳେ ଗଣମାଧ୍ୟମକୁ ବୟାନ ଦେଇ ତାଙ୍କ ବିରୋଧରେ ସବୁ ଅଭିଯୋଗକୁ ବାଏଁ ବାଏଁ ଉଡାଉଛନ୍ତି ସିଲ୍‌ସିଲା।

ସୁନ୍ଦରପଦା ଆପାର୍ଟମେଣ୍ଟରେ ରହୁଥିବା ସିଲସିଲା ନିଜ ନାଁ ବଦଳାଇ ଏଠାରେ ଛଦ୍ମ ନାମରେ ରହୁଥିବା କଥା ମଧ୍ୟ ସାମ୍ନାକୁ ଆସିଛି। ତା’ ସହ ରାଜଧାନୀର ଚନ୍ଦ୍ରଶେଖରପୁର ଓ ମଞ୍ଚେଶ୍ୱର ତାଙ୍କ ବିରୋଧରେ ଦୁଇ ଦୁଇଟି ମାମଲା ଥିବା କଥା ଜଣାପଡ଼ିଛି। ତେଣୁ ଏହି ମହିଳାଙ୍କ କ୍ରାଇମ୍‌ ରେକର୍ଡ ଏତିକି ନା ଆହୁରି ଖୋଲିବାକୁ ବାକି ଅଛି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Related story