ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିରର ୮ଟି ଦ୍ୱାରର କବାଟକୁ ରୁପା ଛାଉଣି ପ୍ରସଙ୍ଗରେ ଆଜି ଚୂଡ଼ାନ୍ତ ହୋଇପାରିଲାନି କୌଣସି ଡିଜାଇନ। ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା।
ସେ କହିଛନ୍ତି-“ଡିଜାଇନ ଅନୁଧ୍ୟାନ କରିବାକୁ ଏକ ସବ କମିଟି ଗଠନ କରାଯିବ। ସବ କମିଟି ରଘୁରାଜପୁର ଓ ନାୟକ ପାଟଣା ଯାଇ ଅନୁଧ୍ୟାନ କରିବ। ଆବଶ୍ୟକ ପଡ଼ିଲେ କମିଟି କଟକ ଯାଇ ଡିଜାଇନ ଦେଖିବ। ଆସନ୍ତା ୧୯ରେ ପରବର୍ତ୍ତୀ ବୈଠକରେ ଡିଜାଇନ ଚୂଡ଼ାନ୍ତ ହେବ।
ସେହିପରି ASI ସୁପରିନ୍ଣ୍ଟେଣ୍ଡେଣ୍ଟ ଆର୍କିଓଲୋଜିଷ୍ଟ ଅରୁଣ ମଲ୍ଲିକଙ୍କ ସୂଚନା ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିରରେ ବାହାରର କଳା ଭାସ୍କର୍ଯ୍ୟ ସ୍ଥାନିତ ହେବନାହିଁ। ସଂପୂର୍ଣ୍ଣ ଉତ୍କଳୀୟ କଳା ସଂସ୍କୃତିରେ ଡିଜାଇନ କରାଯିବ। ଡିଜାଇନ ଚୂଡ଼ାନ୍ତ ହେଲେ ଅନୁମତି ପାଇଁ ଦିଲ୍ଲୀ ପଠାଯି। ASI ଦିଲ୍ଲୀରୁ ଅନୁମତି ମିଳିଲା ପରେ କାମ ଆରମ୍ଭ ହୋଇପାରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।