ଯମୁନା ଜାଣିନି ତା’ ନାଁରେ ହଜାରେ ସିମ୍‌ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଯମୁନା ଏକ ନଦୀର ନାଁ ହୋଇପାରେ କିମ୍ବା ଜଣେ ଯୁବତୀଙ୍କ ନାମ ହୋଇପାରେ। ଯମୁନା କିଏ କାହାକୁ ଜଣାନାହିଁ। ହେଲେ ଯମୁନା ନାଁରେ ହଜାରେ ସିମ୍ ବ୍ୟବହାର ହୋଇ କାରବାର ହୋଇପାରେ, ନିଜେ ଯମୁନା ବି ଏକଥା ଜାଣି ନଥିବେ। ତେବେ ଏକଥା କହିବାର ଉଦ୍ଦେଶ୍ୟ ହେଉଛି ଆଜି ସାଇବର ଅପରାଧୀ ଗ୍ୟାଙ୍ଗ ଧରାପଡ଼ିଥିବା ବେଳେ ଏମିତି କିଛି ରୋଚକ ଓ ରହସ୍ୟଭରା କାହାଣୀ ସାମ୍ନାକୁ ଆସିଛି। ଅର୍ଥାତ ସେ ଯମୁନା କିମ୍ବା […]

790

790

Tapas Behera
  • Published: Tuesday, 29 June 2021
  • Updated: 29 June 2021, 08:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଯମୁନା ଏକ ନଦୀର ନାଁ ହୋଇପାରେ କିମ୍ବା ଜଣେ ଯୁବତୀଙ୍କ ନାମ ହୋଇପାରେ। ଯମୁନା କିଏ କାହାକୁ ଜଣାନାହିଁ। ହେଲେ ଯମୁନା ନାଁରେ ହଜାରେ ସିମ୍ ବ୍ୟବହାର ହୋଇ କାରବାର ହୋଇପାରେ, ନିଜେ ଯମୁନା ବି ଏକଥା ଜାଣି ନଥିବେ। ତେବେ ଏକଥା କହିବାର ଉଦ୍ଦେଶ୍ୟ ହେଉଛି ଆଜି ସାଇବର ଅପରାଧୀ ଗ୍ୟାଙ୍ଗ ଧରାପଡ଼ିଥିବା ବେଳେ ଏମିତି କିଛି ରୋଚକ ଓ ରହସ୍ୟଭରା କାହାଣୀ ସାମ୍ନାକୁ ଆସିଛି। ଅର୍ଥାତ ସେ ଯମୁନା କିମ୍ବା ଆଉ କେହି ବ୍ୟକ୍ତିବିଶେଷ ହୋଇଥାଇ ପାରନ୍ତି ସେମାନଙ୍କ ନାମରେ ଚାଲିଥିଲା ସିମ୍‌ର କଳାକାରନାମା। ଯାହାର ପର୍ଦ୍ଦାଫାସ କରିଛି କମିଶନେରେଟ୍‌ ପୁଲିସ। ପ୍ରକୃତ ବ୍ୟକ୍ତିର ଅଜାଣତରେ ସିମ୍‌ କାର୍ଡ଼ ବ୍ୟବହାର କରି ଚାଲିଥିଲା ସାଇବର ଅପରାଧ।  ଆଜି କମିଶନରେଟ୍ ପୁଲିସ କବଜାରେ ପଡିଛନ୍ତି ୭ ସାଇବର ଲୁଟେରା। ଆଉ ତାଙ୍କ ପାଖରୁ ଜବତ ହୋଇଛି ଦେଢ଼ ଶହ ମୋବାଇଲ୍ ଫୋନ୍ ସାଙ୍ଗକୁ ପ୍ରାୟ ୧୭ ହଜାର ସିମ୍ କାର୍ଡ  । ତା ସହିତ ସାମ୍ନାକୁ ଆସିଛି ସାଇବର ଠକେଇର ସିମ୍ କାହାଣୀ । ଏମାନଙ୍କ ମଧ୍ୟରୁ ୨ ଜଣ ଏକ ନିର୍ଦ୍ଦିଷ୍ଟ ସିମ୍ କମ୍ପାନୀର କର୍ମଚାରୀ । ଅନ୍ୟ ୫ ଜଣଙ୍କ ମଧ୍ୟରୁ କିଏ ଡିଷ୍ଟ୍ରିବ୍ୟୁଟର ତ’ ଆଉ କିଏ ରିଟେଲର । ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଅଂଚଳରୁ ଏମାନଙ୍କୁ ବାନ୍ଧିଛି କମିଶନରେଟ୍ ପୁଲିସ ।

[caption id="attachment_654834" align="alignnone" width="800"] ପୁଲିସ ହାତରେ ଧରା ପଡ଼ିଥିବା ଅପରାଧୀ।[/caption]

କେମିତି ହେଉଥିଲା ସାଇବର ଫ୍ରଡ୍?  ଅପରାଧୀଙ୍କ ପାଖରେ ପୋଲିସ ପହଁଚିଲା କେମିତି?  କିଛି ଦିନ ତଳେ ସହିଦ ନଗର  ଥାନାରେ ୨ଲକ୍ଷ ୫୮ ହଜାର ଟଙ୍କାର ସାଇବର ଠକେଇ ନେଇ ଏକ ମାମଲା ହୋଇଥିଲା । ସେହି ମାମଲାର ଖୋଳତାଡ କରୁ କରୁ ସାଇବର ରାକେଟର ଚେରରେ ପହଁଚିଥିଲା ପୁଲିସ । କଲ୍ ଆସିଥିବା IMEI ନମ୍ବରର ୧ ବର୍ଷର ଡାଟା ସର୍ଚ୍ଚରୁ ଜଣାପଡିଥିଲା ଯେ, ଗୋଟିଏ ଫୋନରେ ବ୍ୟବହାର ହୋଇଥିଲା ୩୦ ହଜାରରୁ ଅଧିକ ସିମ୍ । ଯେଉଁଥିରୁ ୭୦୦ ସିମ୍ କେବଳ ଓ଼ଡିଶାର।  ଆଉ ତାଭିତରୁ ୧୦୦ରୁ ଅଧିକ ସିମ୍ କେବଳ ଭଦ୍ରକର ଏକ ଦୋକାନରୁ ଆକ୍ଟିଭେସନ ହୋଇଥିଲା । ଅଭିଯୁକ୍ତମାନେ ନିଜେ ସିମ୍ କଂପାନୀର କର୍ମଚାରୀ ତ କିଏ ଡିଷ୍ଟ୍ରିବ୍ୟୁଟର, ପୁଣି କିଏ ଦୋକାନୀ ହୋଇଥିବାରୁ ପ୍ରି-ଆକ୍ଟିଭେଟେଡ ସିମ୍ ପାଇବାରେ ଆଉ ତାକୁ ରାଜ୍ୟ ବାହାରକୁ ପଠାଇବାରେ କିଛି ଅସୁବିଧା ହେଉ ନଥିଲା  । ପୁଲିସ କମିଶନର କହିଛନ୍ତି ପ୍ରି ଆକ୍ଟିଭେଟେଡ ସିମ୍ ଗୁଡିକୁ ହରିଆଣା, ବିହାର, କୋଲକାତା, ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀକୁ ପଠାଯାଇଛି।

ଏପରିକି ଗୋଟିଏ ଗୋଟିଏ ସିମକୁ ବାରମ୍ବାର ପୋର୍ଟେବିଲିଟି କରି ଚଢା ଦରରେ ବିକ୍ରି କରାଯାଇଛି  । ଏବେ ବଡ଼ ପ୍ରଶ୍ନ ସାଇବର ଅପରାଧ ସାମ୍ରାଜ୍ୟର ଚେର ଖୋଜିବାକୁ କମିଶନରେଟ୍ ପୁଲିସ ଏସବୁ ରାଜ୍ୟକୁ ଯିବ କି ? ତେବେ ଏହି ସିମ୍ ବ୍ୟବହାର କରି ଓଡିଶାରେ କୌଣସି ସାଇବର ଫ୍ରଡ୍ ହୋଇନାହିଁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହେଲେ ଅନାୟାସରେ ପ୍ରି-ଆକ୍ଟିଭେଟେଡ ସିମ୍ ଏଭଳି କାରବାର ହେଉଛି କେମିତି, ଏ ନେଇ ସଂପୃକ୍ତ ସର୍ଭିସ୍ ପ୍ରୋଭାଇଡର୍ କମ୍ପାନୀମାନେ ବି ତଦନ୍ତ ପରିସରକୁ ଆସିବେ କି ?  ତାକୁ ନେଇ ଉଠିଛି ପ୍ରଶ୍ନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story