ଶିମିଳିପାଳ ଅଭୟାରଣ୍ୟ ଭିତରେ ନକଲି ବିଶ୍ୱବିଦ୍ୟାଳୟ

ବାରିପଦା: ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଭିତରେ ନକଲି ବିଶ୍ୱବିଦ୍ୟାଳୟ ଥିବା ସାର୍ଟିଫିକେଟ୍‌ ଯାଞ୍ଚ ବେଳେ ସତ ପଦାକୁ ଆସିଛି। ନର୍ଥ ଓଡ଼ିଶା ୟୁନିଭର୍ସିଟ୍‌ ଅଫ୍‌ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜିର ୱେବସାଇଟରେ ଏହା ଅଭିୟାରଣ୍ୟର ୧୦୦ ଏକର ଜମିରେ ରହିଥିବା ଦର୍ଶାଯାଇଛି। ଏହା ଏକ ନକଲି ବିଶ୍ୱବିଦ୍ୟାଳୟ ଏବଂ ଏଭଳି ନାଁରେ ଶିମିଳିପାଳ କି ବାରିପଦାରେ କୌଣସି ବିଶ୍ୱବିଦ୍ୟାଳୟ ନ ଥିବା  ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କୁଳସଚିବ ସୂଚନା ଦେଇଛନ୍ତି। ହରିୟାଣାର ଜଣେ ଛାତ୍ରଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ବେଳେ […]

baripada

Rakesh Mallick
  • Published: Thursday, 23 March 2017
  • , Updated: 23 March 2017, 11:10 AM IST

ବାରିପଦା: ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଭିତରେ ନକଲି ବିଶ୍ୱବିଦ୍ୟାଳୟ ଥିବା ସାର୍ଟିଫିକେଟ୍‌ ଯାଞ୍ଚ ବେଳେ ସତ ପଦାକୁ ଆସିଛି। ନର୍ଥ ଓଡ଼ିଶା ୟୁନିଭର୍ସିଟ୍‌ ଅଫ୍‌ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜିର ୱେବସାଇଟରେ ଏହା ଅଭିୟାରଣ୍ୟର ୧୦୦ ଏକର ଜମିରେ ରହିଥିବା ଦର୍ଶାଯାଇଛି। ଏହା ଏକ ନକଲି ବିଶ୍ୱବିଦ୍ୟାଳୟ ଏବଂ ଏଭଳି ନାଁରେ ଶିମିଳିପାଳ କି ବାରିପଦାରେ କୌଣସି ବିଶ୍ୱବିଦ୍ୟାଳୟ ନ ଥିବା  ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କୁଳସଚିବ ସୂଚନା ଦେଇଛନ୍ତି।

ହରିୟାଣାର ଜଣେ ଛାତ୍ରଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ବେଳେ ଏହି ଠକାମୀର ଫର୍ଦ୍ଦାଫାଶ ହୋଇଛି। ହରିୟାଣା ଇନଷ୍ଟଚ୍ୟୁଟ ଅଫ୍‌ ଏଜଚକେସନ୍‌ ଆଣ୍ଡ୍ ଟେକ୍ନୋଲୋଜିରୁ ଅଜିତ୍‌ ସିଂ ଯାଦବ ନାମକ ଜଣେ ଛାତ୍ରଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଉତ୍ତର ଓଡ଼ିଶା ବିଦ୍ୟାଳୟକୁ  ଚିଠି ଆସିଥିଲା। ଯାଞ୍ଚ ପରେ  ସାର୍ଟିଫିକେଟ ନକଲି  ବୋଲି ଜଣାପଡ଼ିଥିଲା। ଏଥିରେ ଉକ୍ତ ସଂସ୍ଥା ନର୍ଥ ଓଡ଼ିଶା  ୟୁନିଭର୍ସିଟି ଅଫ୍‌ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜିର ଶାଖା ବୋଲି ଦର୍ଶାଇଥିଲା। ଏସମ୍ପର୍କରେ  ଜାଣିବା ପରେ  ଉତ୍ତର ଓଡ଼ିଶା ବିଶ୍ୱାବିଦ୍ୟାଳୟ ପକ୍ଷରୁ ୟୁଜିସିକୁ ଜଣାଯାଇଛି। ଏହା ସହ ଘଟଣା ସମ୍ପର୍କରେ କ୍ରାଇମବ୍ରାଞ୍ଚକୁ ଅବଗତ କରାଯାଇଛି।

 

Related story