ଶିମିଳିପାଳ ନିଆଁ: ହାଇକୋର୍ଟରେ ମାମଲା, ଟାସ୍କଫୋର୍ସ କହିଲେ ୯୫% ନିଆଁ ଲିଭିଲାଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୧୫ଦିନ ଧରି ଶିମିଳିପାଳ ଜଙ୍ଗଲ ଜଳୁଥିବାବେଳେ ଏହି ପ୍ରସଙ୍ଗ ଏବେ ହାଇକୋର୍ଟରେ ପହଂଚିଛି। ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ନିଆଁ ଲିଭାଇବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଟାସ୍କଫୋର୍ସ ୯୫ ପ୍ରତିଶତ ନିଆଁ ଲିଭିଗଲାଣି ବୋଲି କହିଛନ୍ତି। ଆଜି ଟାସ୍କଫୋର୍ସ ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଗତ ୨୪ଘଣ୍ଟା ମଧ୍ୟରେ ଶତକଡ଼ା ୯୫ ଭାଗରୁ ଅଧିକ ସ୍ଥାନରେ ନିଆଁକୁ ଲିଭାଇ ଦିଆଯାଇଛି। […]

Orissa High Court

Orissa High Court

Ordigital Desk
  • Published: Tuesday, 09 March 2021
  • Updated: 09 March 2021, 09:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୧୫ଦିନ ଧରି ଶିମିଳିପାଳ ଜଙ୍ଗଲ ଜଳୁଥିବାବେଳେ ଏହି ପ୍ରସଙ୍ଗ ଏବେ ହାଇକୋର୍ଟରେ ପହଂଚିଛି। ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ନିଆଁ ଲିଭାଇବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଟାସ୍କଫୋର୍ସ ୯୫ ପ୍ରତିଶତ ନିଆଁ ଲିଭିଗଲାଣି ବୋଲି କହିଛନ୍ତି।

ଆଜି ଟାସ୍କଫୋର୍ସ ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଗତ ୨୪ଘଣ୍ଟା ମଧ୍ୟରେ ଶତକଡ଼ା ୯୫ ଭାଗରୁ ଅଧିକ ସ୍ଥାନରେ ନିଆଁକୁ ଲିଭାଇ ଦିଆଯାଇଛି। ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ସାଧାରଣ ଲୋକମାନେ ବନ ବିଭାଗ ଓ ଅନ୍ୟ ବିଭାଗର କର୍ମଚାରୀଙ୍କୁ ସହଯୋଗ କରିବା ପାଇଁ ରାଜ୍ୟ ସରକାର ନିବେଦନ କରିଛନ୍ତି। ବିଭିନ୍ନ ଅଂଚଳରେ ସ୍ଥାନୀୟ ବନଖଣ୍ଡ ଅଧିକାରୀ, ସ୍ଥାନୀୟ କୃଷି ଅଧିକାରୀଙ୍କ ସହାୟତାରେ ଜଙ୍ଗଲକୁ ଲାଗିଥିବା ଗାଁଗୁଡ଼ିକର କୃଷି ବର୍ଜ୍ୟବସ୍ତୁକୁ ନିଆଁ ଲଗାଇବା ପରିବର୍ତ୍ତେ ଆବଶ୍ୟକସ୍ଥଳେ ପାଣିଟାଙ୍କିର ବ୍ୟବହାର କରି ନିଆଁକୁ ଆୟତ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଗତ ଦୁଇଦିନ ମଧ୍ୟଗେ ନିଆଁ ଲାଗିଥିବା ସ୍ଥାନ ସଂଖ୍ୟା ୬୨୫୮ରୁ ୩୨୫୮କୁ ହ୍ରାସ ପାଇଛି। ସମଗ୍ର ରାଜ୍ୟରେ ନିଆଁ ଲିଭାଇବା ପାଇଁ ୧୦୦ଟି ଦଳ ନିୟୋଜିତ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ୍ରାଫ ଟିମକୁ ରାଜ୍ୟତମାମ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏହି ଓଡ୍ରାଫ ଟିମ୍ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ପହଂଚି ସାରିଛନ୍ତି।

ଏହାପୂର୍ବରୁ ଆଜି ପୂର୍ବାହ୍ନରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସବୁ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ବନଖଣ୍ଡ ଅଧିକାରୀଙ୍କ ସହ ବନରେ ନିଆଁ ଲାଗିବା ପରିସ୍ଥିତିର ସମୀକ୍ଷା କରିଛନ୍ତି। ନିଆଁ ଯେଭଳି ନବ୍ୟାପେ ସେଥିପାଇଁ ସମସ୍ତ ଉଦ୍ୟମ ଜାରି ରଖିବା ଓ ଯଥାଶୀଘ୍ର ରାତ୍ରିକାଳୀନ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣାଧୀନ ରଖିବା ନିମନ୍ତେ ପଂଚାୟତର କର୍ମକର୍ତ୍ତା ଓ ଭେଟେନାରୀ ସେବା କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ଜଡ଼ିତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଜି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇ ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ନିଆଁ ଲିଭାଯାଉ ବୋଲି ଆବେଦନ କରାଯାଇଛି। ଜଙ୍ଗଲ ଜଳିବା ଯୋଗୁ ଜଳବାୟୁ ପ୍ରଭାବିତ ହେବାର ଆଶଙ୍କା ରହିଛି ଓ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ରହିଛି ଜଙ୍ଗଲ ବିଭାଗର ସଚିବଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ଭାଗରେ ଥିବା ଜଙ୍ଗଲରେ ଏବେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହେବାରେ ଲାଗିଛି । ବିଶେଷକରି ଶିମିଳିପାଳରେ ଲାଗିଥିବା ନିଆଁକୁ ଓଡ୍ରାଫ ସହାୟତାରେ ଆୟତ୍ତାଧୀନ କରାଯାଇଛି ବୋଲି ସରକାର କହୁଥିଲେ ମଧ୍ୟ ଶିମିଳିପାଳ ଏବେବି ଜଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story