ଆଜିଠୁ ପର୍ଯ୍ୟଟକଙ୍କୁ ଶିମିଳିପାଳ ମନା, ୪ ମାସ ବନ୍ଦ ରହିବ ଗେଟ୍‌

ବାରିପଦା(ମାଣିକ ଲାଲ ପାଣି): ଆଜିଠାରୁ  ୪ ମାସ  ଯାଏ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଆଜିଠୁ ଅଭୟାରଣ୍ୟକୁ ବନ୍ଦ ରଖାଯିବ । ଏନେଇ ସୂଚନା ଦେଇଛନ୍ତି ଉତ୍ତର ଶିମିଳିପାଳର ଏସିଏଫ୍ ପ୍ରଦୀପ କୁମାର ଦେ । ବର୍ଷା ଆସିଲେ ଶିମିଳିପାଳ ଅଭୟାରଣ୍ୟ ଭିତର ମାଟିରାସ୍ତା ଓ ପୋଲ ବିପଦପୂର୍ଣ୍ଣ ହୋଇଯାଏ । ଏଣୁ ପ୍ରତିବର୍ଷ ମୌସୁମୀ ଆଗମନ ପୂର୍ବରୁ ଶିମିଳିପାଳକୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ […]

Similipal

Similipal

Niharika Rout
  • Published: Thursday, 16 June 2022
  • Updated: 16 June 2022, 09:43 AM IST

Sports

Latest News

ବାରିପଦା(ମାଣିକ ଲାଲ ପାଣି): ଆଜିଠାରୁ  ୪ ମାସ  ଯାଏ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଆଜିଠୁ ଅଭୟାରଣ୍ୟକୁ ବନ୍ଦ ରଖାଯିବ । ଏନେଇ ସୂଚନା ଦେଇଛନ୍ତି ଉତ୍ତର ଶିମିଳିପାଳର ଏସିଏଫ୍ ପ୍ରଦୀପ କୁମାର ଦେ ।

ବର୍ଷା ଆସିଲେ ଶିମିଳିପାଳ ଅଭୟାରଣ୍ୟ ଭିତର ମାଟିରାସ୍ତା ଓ ପୋଲ ବିପଦପୂର୍ଣ୍ଣ ହୋଇଯାଏ । ଏଣୁ ପ୍ରତିବର୍ଷ ମୌସୁମୀ ଆଗମନ ପୂର୍ବରୁ ଶିମିଳିପାଳକୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥାଏ । ବର୍ଷା କମିବା ପରେ ଆଭ୍ୟନ୍ତରୀଣ ରାସ୍ତା ଓ ପୋଲର ମରାମତି କରାଯାଇଥାଏ । ଏହାପରେ ଶୀତ ଆଗମନ ହେଲେ ନଭେମ୍ବର ୧ରୁ  ପର୍ଯ୍ୟଟକଙ୍କ ପାଇଁ ଖୋଲିଥାଏ ଶିମିଳିପାଳ ଗେଟ୍‌।

୨, ୭୫୦ ବର୍ଗ କିଲୋମିଟରରେ ପରିବ୍ୟାପ୍ତ ଶିମିଳିପାଳ ଅଭୟାରଣ୍ୟରେ ଥିବା ବରେହିପାଣି, ଯରୋନ୍ଦା ଆଦି ଜଳପ୍ରପାତ ଦେଖିବାକୁ ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ତା ସହିତ ନଅଣା, ଗୁଡୁଗୁଡିଆର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମଧ୍ୟ ବେଶ୍‌ ଉପଭୋଗ କରିଥାଆନ୍ତି ଲୋକେ  ।  କିଛି ବର୍ଷ ହେବ ଶିମିଳିପାଳରେ ରାତ୍ରୀଯାପନ ବ୍ୟବସ୍ଥା କରାଯାଇଥିବାରୁ ପର୍ଯ୍ୟଟକ ଏଥିପ୍ରତି ବେଶ୍‌ ଆକୃଷ୍ଟ ହେଉଛନ୍ତି। ଏଥିନିମନ୍ତେ ଗୁଡୁଗୁଡିଆ, ଜାମୁଆଣି, ରାମତୀର୍ଥ ଓ କୁମାରିରେ କ୍ୟାମ୍ପ ସହିତ କଟେଜ ବ୍ୟବସ୍ଥା ରହିଛି ।

ଉତ୍ତର ଶିମିଳିପାଳ ବନ୍ୟାଞ୍ଚଳ ବନଖଣ୍ଡର ଏସିଏଫ ପ୍ରଦୀପ କୁମାର ଦେ କହିଛନ୍ତି, ପ୍ରତିବର୍ଷ ପରି ଚଳିତ ବର୍ଷ ବି ଜୁନ ୧୬ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ ରହିବ । ଜାନୁୟାରୀରେ କୋଭିଡ କଟକଣା ଥିବାରୁ ବହୁ ଟିକେଟ କ୍ୟାନସେଲ କରିବାକୁ ପଡ଼ିଥିଲା। ଏହାସତ୍ତ୍ୱେ ଚଳିତ ବର୍ଷ  ବହୁ ସଂଖ୍ୟାରେ ପର୍ଯ୍ୟଟକ ଶିମିଳିପାଳ ବୁଲି ଆସିଥିବା ବେଳେ ପାଖାପାଖି ଅଢେଇ କୋଟି ରାଜସ୍ୱ ଆଦାୟ ହୋଇଛି।   ନଭେମ୍ବର ୧ ରେ ଶିମିଳିପାଳ ଖୋଲିବା ପରେ ରେକର୍ଡ ସଂଖ୍ୟକ ରାଜସ୍ୱ ଆଦାୟ ହେବେ ବୋଲି ଆଶ ରଖିଛୁ।

ଏଥିସହ ସେ କହିଛନ୍ତି, ଚଳିତ ବର୍ଷ ଶିମିଳିପାଳରେ ୬ଟି ଜଙ୍ଗଲ ସଫାରୀ ବସ୍‌ ଚାଲିଲା । ତାହାଦ୍ୱାରା ଅଧିକ ସଂଖ୍ୟକ ପର୍ଯ୍ୟଟକ ଆକୃଷ୍ଟ ହୋଇ ଶିମିଳିପାଳ ବୁଲି ଆସିଲେ ଓ ଭଲ ରାଜସ୍ୱ ବି ଆସିଲା। ଆଗାମୀ ଦିନରେ ଏହି ସେବାକୁ ବ୍ୟାପକ କରିବାକୁ ଚେଷ୍ଟିତ ହେବୁ । ଜଙ୍ଗଲ ସଫାରୀର ମଜା ନେଇ ଅଧିକ ସଂଖ୍ୟକ ପର୍ଯ୍ୟଟକ କିପରି ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ଉପଭୋଗ କରିପାରିବେ ତାହା ଉପରେ ଫୋକସ୍‌ କରିବୁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story