ଆଜିଠୁ ଖୋଲିଲା ଶିମିଳିପାଳ

<p>ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆଜିଠାରୁ ଖୋଲିଛି ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ। ଗତ ୪ ମାସ ଧରି ପ୍ରବଳ ବର୍ଷା ଯୋଗୁଁ ଶିମିଳିପାଳକୁ ରାସ୍ତା ବିଚ୍ଛିନ୍ନ ହେବା ପରେ ଏବେ ଏହା ପୁଣି ଖୋଲିଛି। ପ୍ରଥମ ଦିନରେ ଶିମିଳିପାଳ କର୍ତ୍ତୃପକ୍ଷ ପର୍ଯ୍ୟଟକ ମାନଙ୍କୁ ଫୁଲ ଦେଇ ସ୍ୱାଗତ କରିଛନ୍ତି। ଆସାମ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରୁ କିଛି ପର୍ଯ୍ୟଟକ ଆଜି ଆସିଥିବା ବେଳେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ଯେଉଁମାନେ ବନ୍ୟଜନ୍ତୁ ଉପରେ ଗବେଷଣା କରୁଛନ୍ତି, ସେମାନେ ଶିମିଳିପାଳ ବୁଲିଛନ୍ତି। ଶିମିଳିପାଳର ପ୍ରାକୃତିକ ପରିବେଶ ସହ ସୁଉଚ୍ଚ ଝରଣା ଏବଂ ତା ସାଙ୍ଗକୁ ବନ୍ୟଜନ୍ତୁଙ୍କୁ ଦେଖି ମଜା ନେଉଛନ୍ତି ପର୍ଯ୍ୟଟକ। କାଳିଆପାଣି ଓ ପିଟାବଟା ଗେଟ୍ ଦେଇ ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରକୁ ଯାଇପାରିବେ।</p>

Ordigital Desk
  • Published: Wednesday, 01 November 2017
  • Updated: 01 November 2017, 12:35 PM IST
<p>ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆଜିଠାରୁ ଖୋଲିଛି ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ। ଗତ ୪ ମାସ ଧରି ପ୍ରବଳ ବର୍ଷା ଯୋଗୁଁ ଶିମିଳିପାଳକୁ ରାସ୍ତା ବିଚ୍ଛିନ୍ନ ହେବା ପରେ ଏବେ ଏହା ପୁଣି ଖୋଲିଛି। ପ୍ରଥମ ଦିନରେ ଶିମିଳିପାଳ କର୍ତ୍ତୃପକ୍ଷ ପର୍ଯ୍ୟଟକ ମାନଙ୍କୁ ଫୁଲ ଦେଇ ସ୍ୱାଗତ କରିଛନ୍ତି। ଆସାମ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରୁ କିଛି ପର୍ଯ୍ୟଟକ ଆଜି ଆସିଥିବା ବେଳେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ଯେଉଁମାନେ ବନ୍ୟଜନ୍ତୁ ଉପରେ ଗବେଷଣା କରୁଛନ୍ତି, ସେମାନେ ଶିମିଳିପାଳ ବୁଲିଛନ୍ତି। ଶିମିଳିପାଳର ପ୍ରାକୃତିକ ପରିବେଶ ସହ ସୁଉଚ୍ଚ ଝରଣା ଏବଂ ତା ସାଙ୍ଗକୁ ବନ୍ୟଜନ୍ତୁଙ୍କୁ ଦେଖି ମଜା ନେଉଛନ୍ତି ପର୍ଯ୍ୟଟକ। କାଳିଆପାଣି ଓ ପିଟାବଟା ଗେଟ୍ ଦେଇ ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରକୁ ଯାଇପାରିବେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos