ଜଳୁଛି ଶିମିଳିପାଳ, ଜୀବନ ବିକଳରେ ଗାଁ ମୁହାଁ ହରିଣ!

କରଞ୍ଜିଆ/ବାରିପଦା (ଦୀପକ/ମାଣିକ): ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ନିୟନ୍ତ୍ରଣକୁ ଆସୁନି। ଗୋଟିଏ ସ୍ଥାନରେ ଲିଭାଇଲେ ଅନ୍ୟ ଜଙ୍ଗଲରେ ନିଆଁ ଲାଗି ଯାଉଛି। ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ନିଆଁ ପ୍ରକୋପ ବଢ଼ି ଚାଲିଥିବାରୁ ଅଭୟାରଣ୍ୟରେ ବସବାସ କରୁଥିବା ବନ୍ୟଜନ୍ତୁମାନେ ଗାଁ ମୁହାଁ ହେଉଛନ୍ତି। ଆଜି ସକାଳେ ବୃନ୍ଧେଇପୋଷି ଗାଁର ବିଜୁ ମହାରଣାଙ୍କ ଘରେ ଗୋଟିଏ ଅସୁସ୍ଥ ପଶି ଯାଇଥିଲା। ବିଜୁ ମହାରଣା ଅସୁସ୍ଥ ହରିଣକୁ ଘରେ ରଖିଥିଲେ। ପରେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ। କରଞ୍ଜିଆ ବନ […]

dear

dear

Manoranjan Sial
  • Published: Tuesday, 09 March 2021
  • Updated: 09 March 2021, 03:57 PM IST

Sports

Latest News

କରଞ୍ଜିଆ/ବାରିପଦା (ଦୀପକ/ମାଣିକ): ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ନିୟନ୍ତ୍ରଣକୁ ଆସୁନି। ଗୋଟିଏ ସ୍ଥାନରେ ଲିଭାଇଲେ ଅନ୍ୟ ଜଙ୍ଗଲରେ ନିଆଁ ଲାଗି ଯାଉଛି। ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ନିଆଁ ପ୍ରକୋପ ବଢ଼ି ଚାଲିଥିବାରୁ ଅଭୟାରଣ୍ୟରେ ବସବାସ କରୁଥିବା ବନ୍ୟଜନ୍ତୁମାନେ ଗାଁ ମୁହାଁ ହେଉଛନ୍ତି। ଆଜି ସକାଳେ ବୃନ୍ଧେଇପୋଷି ଗାଁର ବିଜୁ ମହାରଣାଙ୍କ ଘରେ ଗୋଟିଏ ଅସୁସ୍ଥ ପଶି ଯାଇଥିଲା। ବିଜୁ ମହାରଣା ଅସୁସ୍ଥ ହରିଣକୁ ଘରେ ରଖିଥିଲେ। ପରେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ। କରଞ୍ଜିଆ ବନ ଖଣ୍ଡର କର୍ମଚାରୀମାନେ ଗାଁକୁ ଆସି ହରିଣଟିକୁ ଉଦ୍ଧାର କରିନ୍ତି। ଏବେ ତା’ର ଚିକିତ୍ସା ଚାଲିଛି। ସୁସ୍ଥ ହେବା ପରେ ପୁଣି ଥରେ ଅଭୟାରଣ୍ୟରେ ଛାଡ଼ି ଦିଆଯିବ ବୋଲି ଜଣାପଡ଼ିଛି। ନିଆଁ ଲାଗି ଥିବାରୁ ହରିଣଟି ଜୀବନ ବିକଳରେ ଗାଁକୁ ପଳାଇ ଆସିଥିବା ଅନୁମାନ କରାଯାଉଛି।

ଶିମିଳିପାଳ ଅଭୟାରଣ୍ୟର ଉତ୍ତରରେ ୯୩ଟି ସ୍ଥାନରେ ନିଆଁ ଲାଗିଛି। ନିଆ ଧୀରେ ଧୀରେ କୋର୍‌ ଅଞ୍ଚଳକୁ ବ୍ୟାପୁଛି। ଯେଉଁଥିପାଇଁ ବଣ୍ୟ ଜନ୍ତୁମାନେ ଅଣନିଃଶ୍ୱାସୀ ହୋଇ ପଡ଼ୁଛନ୍ତି। ସେଥିପାଇଁ ଗ୍ରାମାଭିମୁଖୀ ହେଉଥିବା ଜଣାପଡ଼ିଛି।

ଜଙ୍ଗଲରେ ନିଆଁ ବେକାବୁ ହେଉଥିବା ଦେଖି ଓଡ୍ରାଫ୍‌ ଟିମ୍‌କୁ ନିୟୋଜିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନିର୍ଦ୍ଦେଶ ଦେଇଥିଲେ। ଏବେ ବନ ବିଭାଗ, ଅଗ୍ନିଶମ ସହ ଓଡ୍ରାଫ୍‌ ଟିମ୍‌ ନିଆଁ ଲିଭାଇବା କାମରେ ନିୟୋଜିତ ହୋଇଛନ୍ତି। ବାଲେଶ୍ୱର ଓ ବାରିପଦା ଓଡ୍ରାଫ୍‌ ଟିମ୍‌ର ଏକ ୫୦ ଜଣିଆ ଟିମ୍‌ ଶିମିଳିପାଳର ଯଶିପୁର ରେଞ୍ଜରେ ପହଞ୍ଚିଛନ୍ତି।

ସେପଟେ ନିଆଁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ଟାସ୍କଫୋର୍ସ ଗଠନ କରିଛନ୍ତି। ପୂର୍ବତନ PCCF ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ କରାଯାଇଛି। ସନ୍ଦୀପ ତ୍ରିପାଠୀଙ୍କ ସହ ଟାସ୍କଫୋର୍ସରେ ମୋଟ ୯ ଜଣ ସଦସ୍ୟ ରହିଛନ୍ତି। ୯ ଜଣିଆ ଟାସ୍କଫୋର୍ସରେ ଡେରାଡୁନ ଓ ହାଇଦ୍ରାବାଦର ୩ ବିଶେଷଜ୍ଞ ରହିଛନ୍ତି। ଜଙ୍ଗଲରେ ଲାଗିଥିବା ନିଆଁ ସମୀକ୍ଷା ସହ କାରଣ ଓ ନିରାକରଣ ବ୍ୟବସ୍ଥା କରିବେ କରିବେ। ଦୈନିକ ଅନୁଧ୍ୟାନ ସହ ଅପରାହ୍ନରେ ପ୍ରେସମିଟ କରି ସୂଚନା ଦେବ ଟାସ୍କଫୋର୍ସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story