ଗରିବୀ ଭିତରେ ପ୍ରସ୍ଫୁଟିତ ପ୍ରତିଭା ଏବେ ବିପଦରେ: କିଏ ଦେବ ଭାଈ-ଭଉଣୀଙ୍କୁ ସୁଯୋଗ

ବଲାଙ୍ଗିର,(ସସ୍ମିତା ସାହୁ): କୁନି କୁନି କଣ୍ଠରେ ଭାସିଆସୁଛି ସୁମଧୂର ସଂଗୀତର ସ୍ୱର। କେତେବେଳେ ସମ୍ବଲପୁରୀ ଗୀତ ତ’ ଆଉ କେତେବେଳେ ହିନ୍ଦୀ ଫିଲ୍ମଗୀତ  ପୁଣି ଆଉ କେତେବେଳେ ଦେଶାତ୍ମକ ବୋଧକ ଗୀତ । ବିଭିନ୍ନ ପ୍ରକାର ଗୀତ ଗାଇପାରୁଛନ୍ତି କୁନି କଣ୍ଠଶିଳ୍ପୀ। ଇଏ ହେଉଛନ୍ତି ବଲାଙ୍ଗିର ପାଟଣାଗଡ ବ୍ଳକ ଭୁଳୁଦର୍ହ ଗାଁର ବର୍ଷାରାଣୀ ତ୍ରିପାଠୀ । କେବଳ ବର୍ଷା ନୁହନ୍ତି, ତାଙ୍କ ମଝିଆ ଭାଇ ଅମିତ କୁମାର ତ୍ରିପାଠୀ ମଧ୍ୟ ଗୀତ ଗାଇବାରେ ଧୂରନ୍ଧର। ଭାଇ ଅମିତ […]

vcc

vcc

Rakesh Mallick
  • Published: Tuesday, 26 June 2018
  • Updated: 26 June 2018, 10:54 PM IST

ବଲାଙ୍ଗିର,(ସସ୍ମିତା ସାହୁ): କୁନି କୁନି କଣ୍ଠରେ ଭାସିଆସୁଛି ସୁମଧୂର ସଂଗୀତର ସ୍ୱର। କେତେବେଳେ ସମ୍ବଲପୁରୀ ଗୀତ ତ’ ଆଉ କେତେବେଳେ ହିନ୍ଦୀ ଫିଲ୍ମଗୀତ  ପୁଣି ଆଉ କେତେବେଳେ ଦେଶାତ୍ମକ ବୋଧକ ଗୀତ । ବିଭିନ୍ନ ପ୍ରକାର ଗୀତ ଗାଇପାରୁଛନ୍ତି କୁନି କଣ୍ଠଶିଳ୍ପୀ। ଇଏ ହେଉଛନ୍ତି ବଲାଙ୍ଗିର ପାଟଣାଗଡ ବ୍ଳକ ଭୁଳୁଦର୍ହ ଗାଁର ବର୍ଷାରାଣୀ ତ୍ରିପାଠୀ । କେବଳ ବର୍ଷା ନୁହନ୍ତି, ତାଙ୍କ ମଝିଆ ଭାଇ ଅମିତ କୁମାର ତ୍ରିପାଠୀ ମଧ୍ୟ ଗୀତ ଗାଇବାରେ ଧୂରନ୍ଧର। ଭାଇ ଅମିତ ଦୁଃଖୀଶ୍ୟାମ ତ୍ରୀପାଠି ପ୍ରଖ୍ୟାତ ସଙ୍ଗୀତଜ୍ଞ ତଥା ସ୍ୱର୍ଭତ ଅରବିନ୍ଦ ମୁଦୁଲିଙ୍କ ଗୀତ ଗୁଡିକୁ ଗାଇବା ପାଇଁ ବେଶୀ ଭଲ ପାଇଥାନ୍ତି । ଏମାନେ ଗୀତ ଗାଇବା ପାଇଁ କୌଣସି ଗୁରୁଙ୍କ ଠାରୁ ଶିକ୍ଷା ନେଇନାହାନ୍ତି ।

ନିଜେ ନିଜେ କ୍ୟାସେଟରେ ଗୀତ ଶୁଣି ସେସବୁକୁ ମନେ ରଖି, ଗୀତ ଗାଇବାର ଅଭ୍ୟାସ କରୁଛନ୍ତି  । ସୁରିଲା ସୁରିଲା ଗୀତ ଗାଈ ସମସ୍ତଙ୍କୁ ଝୁମାଓ ଥିବା ଏ ଦୁଇ ଭାଇଭଉଣୀ  କିନ୍ତୁ ସୁଯୋଗ ଅଭାବରୁ, ଆଗକୁ ଯାଇପାରୁନାହାନ୍ତି। ଗରୀବିର ତାଡନାରେ ଭାଇ ଅମିତର ପାଠପଢାରେ ଡୋରି ଲାଗିଯାଇଛି। ପରିବାର ପ୍ରତିପୋଷଣ ପାଇଁ ସେ ଏବେ ଏକ ଟେଲର ଦୋକାନରେ କାମ କରୁଛନ୍ତି । ଏବେ ଆସନ୍ତୁ ନଜର ପକାଇବା,ସଂଗୀତର ଯାଦୁ ଦେଖାଉଥିବା ବର୍ଷା ଓ ଅମିତଙ୍କ ପରିବାର ସମ୍ପର୍କରେ । ଏ ଦୁଇ ଭାଇଭଉଣୀଙ୍କ ସାହାରା କହିଲେ କେବଳ ମା’ ଡିଲେଶ୍ୱରୀ।  ଡିଲେଶ୍ୱରୀ କୋରାପୁଟ ଜୟପୁରର ଜଣେ ଘରୋଇ ଶିକ୍ଷକଙ୍କୁ ବାହା ହୋଇଥିଲେ। କିନ୍ତୁ ସ୍ୱାମୀର ନିର୍ଯାତନା ସହି ନ ପାରି  ଡିଲେଶ୍ୱରୀ ଦୁଇ ପୁଅ ଏବଂ ଗୋଟିଏ ଝିଅଙ୍କୁ ନେଇ ଏବେ ନିଜ ବାପ ଘରେ ରହୁଛନ୍ତି ।

ଡିଲେଶ୍ୱରୀ  ଦୁଇ ପୁଅ ପାଠପଢା ଛାଡି ପରିବାର ପ୍ରତିପୋଷଣ ପାଇଁ ଅନ୍ୟତ୍ର କାମ କରୁଛନ୍ତି । କେବଳ ଝିଅ ବର୍ଷା ଏବେ ତୃତୀୟ ଶ୍ରେଣୀରେ ପାଠ ପଢୁଛନ୍ତି।  ବର୍ଷା ଓ ଅମିତଙ୍କ ଭଲ କଣ୍ଠଶିଳ୍ପୀ ଟିଏ ହେବା ପାଇଁ ବିଶେଷ ଆଗ୍ରହ । କିନ୍ତୁ ଗରିବୀ ଯୋଗୁଁ ମା ପୁଅ, ଝିଅଙ୍କ ଆଶାକୁ ପୂରଣ କରିପାରୁନାହାନ୍ତି।   ଧୀରେ ଧୀରେ ଗରିବୀର ତାଡନାରେ ଏହି ଦୁଇ ପ୍ରତିଭା ଲୁଚି ଯିବାର ଆଶଙ୍କା ଦେଖାଦେଇଛି। ତେଣୁ ଏମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇଦେବା ପାଇଁ ଦାବି ହେଉଛି ।

କଳା ହେଉଛି ଈଶ୍ୱରଙ୍କ ଦାନ ଭଳି। କଣ୍ଠଶିଳ୍ପୀଟିଏ ହେବାର ସ୍ୱପ୍ନ ବହୁ ଲୋକ ଦେଖିଥାନ୍ତି । କିନ୍ତୁ ସେଥିପାଇଁ ସୁମଧୂର ସ୍ୱରଟିଏ ଦରକାର। ଦୁଇ କୁନୀ କଳାକାରଙ୍କ ସୁମଧୂର କଣ୍ଠ ରହିଛି।  କିନ୍ତୁ ବାଧକ ସାଜିଛି ଗରିବୀ। ଭଲ  ଗୀତ ଗାଇପାରୁଥିଲେ ମଧ୍ୟ ଆଗକୁ ଯିବା ପାଇଁ ସୁବିଧା ସୁଯୋଗର ଅଭାବ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story