୧୬୩୭ କୋଟି ଟଙ୍କାର ୪ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ଆଜି ୧୬୩୭.୪୧ କୋଟି ଟଙ୍କାର ୪ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟିଙ୍କ ଅନୁମୋଦନ ମିଳିଛି। ଏହି ୪ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ଅତିରିକ୍ତ ୧୧୧୬ଟି ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଯେଉଁ ୪ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି, ତାହା ମୁଖ୍ୟତଃ ଡାଉନଷ୍ଟ୍ରିମ […]

CS Suresh Mohapatra

CS Suresh Mohapatra

Ordigital Desk
  • Published: Friday, 11 June 2021
  • Updated: 11 June 2021, 11:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ଆଜି ୧୬୩୭.୪୧ କୋଟି ଟଙ୍କାର ୪ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟିଙ୍କ ଅନୁମୋଦନ ମିଳିଛି। ଏହି ୪ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ଅତିରିକ୍ତ ୧୧୧୬ଟି ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଯେଉଁ ୪ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି, ତାହା ମୁଖ୍ୟତଃ ଡାଉନଷ୍ଟ୍ରିମ ମ୍ୟାନୁଫାକଚରିଂ, ମେଟାଲ ଓ ପାୱାର ସେକ୍ଟରର ରହିଛି । ମୁ୍‌ଖ୍ୟ ସଚିବ ଶ୍ରୀ ମହାପାତ୍ର ଏସବୁ ପ୍ରକଳ୍ପ ପାଇଁ ଜମି ଓ ଜଳର ବାସ୍ତବ ଆବଶ୍ୟକତା ଆକଳନ ପାଇଁ ଇପିକଲକୁ ନିର୍ଦ୍ଦେଶ ଦେଇଛନ୍ତି।

ଯେଉଁ ସବୁ ପ୍ରକଳ୍ପକୁ ଆଜି ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି ସେଗୁଡ଼ିକ ହେଲା ଯୋଡ଼ାସ୍ଥିତ ଟାଟା ଷ୍ଟିଲ ଲିଃର ଆଇରନ୍ ଓର ବେନିଫିକେସନ୍ ପ୍ଲାଣ୍ଟ ସମ୍ପ୍ରସାରଣ ସାମିଲ ରହିଛି। ଏହି ପ୍ଳାଣ୍ଟର କ୍ଷମତା ବାର୍ଷିକ ୧୨ନିୟୁତ୍ ଟନରୁ ୧୭.୬ ନିୟୁତ୍ ଟନକୁ ବୃଦ୍ଧି କରାଯିବ। ଏଥିରେ ୯୪୬କୋଟି ଟଙ୍କା ନିବେଶ ହେବ ଓ ୮୦୩ଜଣ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ସେହିପରି ବୌଦ୍ଧରେ ମହାନଦୀ କୋଲ୍ ଫିଲଡ୍ ଦ୍ୱାରା ୫୦ ମେଗାୱାଟ ବିଶିଷ୍ଟ ସୋଲାର ପାୱାର ଜେନେରେସନ୍ ପ୍ଲାଣ୍ଟସ୍ଥାପନକୁ ଅନୁମୋଦନ ମିଳିଛି। ଏଥିପାଇଁ ୨୫୪.୭୧କୋଟି ଟଙ୍କା ଖର୍ଚ୍ଚ ହେବ ଓ ଏଥିରେ ୩୬ଜଣ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ସେହିପରି ସମ୍ବଲପୁରର ହୀରାକୁଦରେ ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିଃ ଦ୍ୱାରା ରେଳବାଇ ସାଇଡିଂ ପ୍ଲାଣ୍ଟ, ସିଆର ମିଲ୍‌, ଇଲେକ୍ଟ୍ରି ଆର୍କ ଫର୍ଣ୍ଣେସ ଆଦି ପାଇଁ ୩୮୧.୬୦କୋଟି ଟଙ୍କା ନିବେଶ କରିବ । ଏହା ଦ୍ୱାରା ୧୧୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ସେହିପରି ସମ୍ବଲପୁରର ରେଙ୍ଗାଳି ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ ଭିତରେ ଶ୍ୟାମ ମେଟାଲିକ୍ ଆଣ୍ଡ ଏନର୍ଜି ଦ୍ୱାରା ୫୫.୧୦କୋଟି ଟଙ୍କା ବ୍ୟୟରେ ବାର୍ଷିକ ୧୦,୮୦,୦୦୦ ସିଲିଣ୍ଡର ଉତ୍ପାଦନ କ୍ଷମତା ବିଶିଷ୍ଟ ଅକ୍ସିଜେନ୍ ସିଲିଣ୍ଡର ଉତ୍ପାଦନ ପ୍ଲାଣ୍ଟ ନିର୍ମାଣ କରିବ। ଏଥିପାଇଁ ୧୬୨ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଏହି ପ୍ରକଳ୍ପକୁ ଆଜି ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି।

ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ସଚିବ ମୋନା ଶର୍ମା, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଇପିଲକ୍ ପରିଚାଳନା ନିର୍ଦ୍ଦେଶକ ନିତିନ୍ ଭାନୁଦାସ ଜାୱଲେ ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story