ବ୍ରହ୍ମ ବିଭ୍ରାଟ : ନିଲମ୍ୱନ ପ୍ରତ୍ୟାହାର ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲେ ଦଇତାପତି

ପୁରୀ: ନବକଳେବର ବ୍ରହ୍ମ ବିଭ୍ରାଟ ଘଟଣାରେ ନିଲମ୍ୱିତ ଦଇତାପତି ଜୟକୃଷ୍ଣ ଦାସ ମହାପାତ୍ର ଓ ତାଙ୍କ ବାପା କାଶୀନାଥ ସେମାନଙ୍କ ଉପରୁ ନିଲମ୍ୱନ ଆଦେଶ ଉଠାଇବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛନ୍ତି। ନିଲମ୍ୱନ ଆଦେଶର ଏକ ବର୍ଷ ପୂରଣ ହୋଇଥିବା ବେଳେ ଆଗକୁ ସ୍ନାନ ପୂର୍ଣ୍ଣିମା ଆସୁଛି। ସ୍ନାନ ପୂର୍ଣ୍ଣମୀଠାରୁ ରଥ ଯାତ୍ରା ପର୍ଯ୍ୟନ୍ତ ଦଇତାପତିଙ୍କ ସେବାରୁ ସେମାନଙ୍କୁ ବଞ୍ଚିତ କରାନଯାଉ ବୋଲି ସେମାନେ ଚିଠିରେ ଉଲ୍ଲେଖ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିକଟକୁ ଲେଖିଥିବା ଚିଠିର […]

puri

Rakesh Mallick
  • Published: Thursday, 12 May 2016
  • , Updated: 12 May 2016, 03:34 AM IST

ପୁରୀ: ନବକଳେବର ବ୍ରହ୍ମ ବିଭ୍ରାଟ ଘଟଣାରେ ନିଲମ୍ୱିତ ଦଇତାପତି ଜୟକୃଷ୍ଣ ଦାସ ମହାପାତ୍ର ଓ ତାଙ୍କ ବାପା କାଶୀନାଥ ସେମାନଙ୍କ ଉପରୁ ନିଲମ୍ୱନ ଆଦେଶ ଉଠାଇବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛନ୍ତି। ନିଲମ୍ୱନ ଆଦେଶର ଏକ ବର୍ଷ ପୂରଣ ହୋଇଥିବା ବେଳେ ଆଗକୁ ସ୍ନାନ ପୂର୍ଣ୍ଣିମା ଆସୁଛି। ସ୍ନାନ ପୂର୍ଣ୍ଣମୀଠାରୁ ରଥ ଯାତ୍ରା ପର୍ଯ୍ୟନ୍ତ ଦଇତାପତିଙ୍କ ସେବାରୁ ସେମାନଙ୍କୁ ବଞ୍ଚିତ କରାନଯାଉ ବୋଲି ସେମାନେ ଚିଠିରେ ଉଲ୍ଲେଖ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିକଟକୁ ଲେଖିଥିବା ଚିଠିର ଏକ ନକଲ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବ, ମୁଖ୍ୟ ଶାସନ ସଚିବ ଓ ଆଇନ ବିଭାଗ ଶାସନ ସଚିବଙ୍କ ନିକଟକୁ ପଠାଇଛନ୍ତି।

ଗତବର୍ଷ ଜୁନ୍‌ ୨୪ରେ ଘଟ ପରିବର୍ତ୍ତନ ବିଭ୍ରାଟ ନେଇ ଜୟକୃଷ୍ଣ ଦାସମହାପାତ୍ର ଓ କାଶୀନାଥ ଦାସମହାପାତ୍ରଙ୍କୁ ସେବାରୁ ନିଲମ୍ବନ କରିଥିଲେ ଶ୍ରୀମନ୍ଦିର ପ୍ରଶାସନ। ଏମାନଙ୍କ ଯୋଗୁ ଘଟ ପରିବର୍ତ୍ତନରେ ବିଳମ୍ବ ହେଲା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର କହିଥିଲେ।

 

Related story