ଶିଶୁଭବନରେ ଶିଶୁମୃତ୍ୟୁ ଘଟଣା: ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ପ୍ରଦାନ କଲା ତଦନ୍ତକାରୀ ଟିମ୍

sishubhawanକଟକ : କଟକ ଶିଶୁଭବନରେ ଶିଶୁମୃତ୍ୟୁ ଘଟଣାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗଠିତ ତଦନ୍ତକାରୀ ଟିମ୍ ତାର ରିପୋର୍ଟ ପ୍ରଦାନ କରିଛି। ଡିଏମଇଟିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଘଟଣାର ତଦନ୍ତ କରିବା ପରେ ଆଜି ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ପ୍ରଦାନ କରିଛି। ଏହି ରିପୋର୍ଟ ବିସ୍ତୃତ ଆକାରରେ ଥିବାରୁ ଏହାର  ଅନୁଧ୍ୟାନ କରାଯିବ। ପରେ ରିପୋର୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା କହିଛନ୍ତି।