କଟକ(ଓଡ଼ିଶା ରିପୋର୍ଟର): କଟକରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଯାହା ସରକାରଙ୍କ ଚିନ୍ତାର କାରଣ ପାଲଟଛି। କଟକ ଶିଶୁଭବନରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଶିଶୁଭବନ ଆଉଟଡୋରକୁ ବନ୍ଦ କରି ଦିଆଯାଇଛି। ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡା. ସରୋଜ ଶତପଥୀ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଶିଶୁ ଭବନରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଶିଶୁ ଭବନର ଆଉଟଡୋରକୁ ବନ୍ଦ କରି ଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଆଉଟଡୋର ବନ୍ଦ ରହିବ।
ସୂଚନାଯୋଗ୍ୟ, ଗତକାଲି କଟକ ଶିଶୁଭବନରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ବଡ଼ ମେଡିକାଲରୁ ୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାସହ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ପୁଣି ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସିଏମସି ପକ୍ଷରୁ ସେହି ଅଞ୍ଚଳକୁ ସାନିଟାଇଜ କରାଯାଇଛି।