ପୋଖରୀ ଶୁଖାଇ ଲେଗିଂସ୍ ପାଇଲା ଏସ୍ଆଇଟି

ନୟାଗଡ଼:(ଓଡ଼ିଶା ରିପୋର୍ଟର): ନୟାଗଡ଼ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗାଁ ପୋଖରୀରୁ ମିଳିଲା ନାବାଳିକାଙ୍କ ଲେଗିଙ୍ଗ୍ସ। ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ପୋଖରୀ ଶୁଖାଇବା ପରେ ମିଳିଲା ଲେଗିଙ୍ଗ୍ସ। ମିଳିଥିବା ଲେଗିଙ୍ଗ୍ସକୁ ଜବତ କରି ହେପାଜତକୁ ନେଲା SIT। ସୂଚନା ଅନୁଯାୟୀ, ଉକ୍ତ ହତ୍ୟାକାଣ୍ଡ ମାମଲାରେ ଏସ୍‌ଆଇଟି ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ତା’ ଗାଁ ଯଦୁପୁରରେ ଥିବା ଏକ ପୋଖରୀରୁ ଜଳ ନିଷ୍କାସନ ଆରମ୍ଭ ହୋଇଥିଲା । ଅଧିକ ପ୍ରମାଣ ଯୋଗାଡ଼ […]

arun-bothra

arun-bothra

Tapas Behera
  • Published: Tuesday, 22 December 2020
  • Updated: 22 December 2020, 10:45 PM IST

Sports

Latest News

ନୟାଗଡ଼:(ଓଡ଼ିଶା ରିପୋର୍ଟର): ନୟାଗଡ଼ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗାଁ ପୋଖରୀରୁ ମିଳିଲା ନାବାଳିକାଙ୍କ ଲେଗିଙ୍ଗ୍ସ। ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ପୋଖରୀ ଶୁଖାଇବା ପରେ ମିଳିଲା ଲେଗିଙ୍ଗ୍ସ। ମିଳିଥିବା ଲେଗିଙ୍ଗ୍ସକୁ ଜବତ କରି ହେପାଜତକୁ ନେଲା SIT। ସୂଚନା ଅନୁଯାୟୀ, ଉକ୍ତ ହତ୍ୟାକାଣ୍ଡ ମାମଲାରେ ଏସ୍‌ଆଇଟି ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ତା’ ଗାଁ ଯଦୁପୁରରେ ଥିବା ଏକ ପୋଖରୀରୁ ଜଳ ନିଷ୍କାସନ ଆରମ୍ଭ ହୋଇଥିଲା । ଅଧିକ ପ୍ରମାଣ ଯୋଗାଡ଼ ଲାଗି ପୋଖରୀରୁ ଜଳ ନିଷ୍କାସନ କରାଯାଉ ଥିଲା । ଏସ୍‌ଆଇଟି ଅଧିକାରୀଙ୍କ ଉପସ୍ଥିତିରେ ପୋଖରୀରୁ ଜଳ ନିଷ୍କାସନ କରାଯାଉଛି।

ଗତକାଲି ନୟାଗଡ଼ ସଦର ଥାନା ପୁଲିସ୍ ଏହି ପୋଖରୀ ଅଞ୍ଚଳ ବୁଲି ଦେଖି ଯିବା ପରେ ଏହାକୁ ଶୁଖାଯିବ ବୋଲି ଜଣାପଡ଼ିଥିଲା। ତେବେ ଏନେଇ ଆନୁଷ୍ଠାନିକ ଭାବେ କିଛି ସୂଚନା ଦିଆଯାଇ ନଥିଲା। ସୂଚନାଯୋଗ୍ୟ, ଏହି ପୋଖରୀ ନିକଟରୁ ହିଁ ‘ପରୀ’ର କିଛି ଦେହାବଶେଷ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos