କୁନ୍ଦୁଲି ମାମଲାର ତଦନ୍ତ ପାଇଁ ଗାଁକୁ ଗଲେ ଏସ୍‌ଆଇଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁର୍ଷ୍କମ ଓ ଆତ୍ମହତ୍ୟା ମାମଲାର ତଦନ୍ତ ଆରମ୍ଭ କରିଛି ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି)। ୩ ରେଞ୍ଜର ଡିଆଇଜିଙ୍କୁ ନେଇ ଗଠିତ ଏହି ଟିମ ଆଜି ସକାଳେ ପୀଡ଼ିତାଙ୍କ ଗାଁକୁ ଯାଇ ତଦନ୍ତ କରିଛନ୍ତି। ଏହାସହ ଘଟଣାସ୍ଥଳକୁ ଯାଇ ମଧ୍ୟ ବୁଲି ଦେଖିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ କୁନ୍ଦୁଲି ଗଣଦୁର୍ଷ୍କମ ଓ ଆତ୍ମହତ୍ୟା ମାମଲାର SIT ସ୍ତରୀୟ ତଦନ୍ତ କରାଯାଉଛି। ଏହାପୂର୍ବରୁ ଗତକାଲି କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ ଏସ୍ଆଇଟିର ବୈଠକ ବସିଥିଲା। ଏଥିରେ ତିନି […]

kunduli-1-768x576-1

Manoranjan Sial
  • Published: Tuesday, 03 December 2019
  • , Updated: 03 December 2019, 10:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁର୍ଷ୍କମ ଓ ଆତ୍ମହତ୍ୟା ମାମଲାର ତଦନ୍ତ ଆରମ୍ଭ କରିଛି ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି)। ୩ ରେଞ୍ଜର ଡିଆଇଜିଙ୍କୁ ନେଇ ଗଠିତ ଏହି ଟିମ ଆଜି ସକାଳେ ପୀଡ଼ିତାଙ୍କ ଗାଁକୁ ଯାଇ ତଦନ୍ତ କରିଛନ୍ତି। ଏହାସହ ଘଟଣାସ୍ଥଳକୁ ଯାଇ ମଧ୍ୟ ବୁଲି ଦେଖିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ କୁନ୍ଦୁଲି ଗଣଦୁର୍ଷ୍କମ ଓ ଆତ୍ମହତ୍ୟା ମାମଲାର SIT ସ୍ତରୀୟ ତଦନ୍ତ କରାଯାଉଛି।

ଏହାପୂର୍ବରୁ ଗତକାଲି କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ ଏସ୍ଆଇଟିର ବୈଠକ ବସିଥିଲା। ଏଥିରେ ତିନି ରେଞ୍ଜର ଡିଆଇଜି ସଫିନ୍‌ ଅହମ୍ମଦ କେ, ସତ୍ୟବ୍ରତ ଭୋଇ ଓ ହିମାଂଶୁ ଲାଲ୍ ଯୋଗଦେଇ ପୀଡ଼ିତାଙ୍କ ମାଆ ଓ ଭାଇଙ୍କୁ ଡାକି ପଚରାଉଚରା କରିଥିଲେ।

କୁନ୍ଦୁଲି ଗଣଦୁର୍ଷ୍କମ ଓ ଆତ୍ମହତ୍ୟା ମାମଲାର ତଦନ୍ତ କରିବାକୁ ତିନିଜଣିଆ ଏସ୍ଆଇଟି ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। କୁନ୍ଦୁଲି ସମ୍ପର୍କିତ ଏକାଧିକ ମାମଲାର ଏକକାଳୀନ ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ। ୧୦ ଅକ୍ଟୋବର ୨୦୧୭ରେ କୁନ୍ଦୁଲି ପୀଡ଼ିତାଙ୍କ ସହ ଦୁର୍ଷ୍କମ ହୋଇଥିଲା।

Related story