ଆୟ ଲୁଚାଇଥିଲେ ଜଷ୍ଟିସ ଅରିଜିତ୍ ପଶାୟତ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚର୍ଚ୍ଚାରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତ। କଳା ଧନ ପାଇଁ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତି ପାଇଥିବା କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥାର ଉପାଧ୍ୟକ୍ଷ ଅଛନ୍ତି ଜଷ୍ଟିସ୍ ପଶାୟତ। କିନ୍ତୁ ତାଙ୍କ ନାଁରେ ରହିଛି ଆୟକର ଠକିଥିବା ନେଇ ସଂଗୀନ ଅଭିଯୋଗ। ଏ ନେଇ ଏକ ଜାତୀୟ ଖବର କାଗଜରେ ଖବର ପ୍ରସାରଣ ପରେ ଆଲୋଚନା ପରିସରକୁ ଆସିଛନ୍ତି ଜଷ୍ଟିସ ପଶାୟତ। ୨୦୧୭-୧୮ ଆର୍ଥିକ ବର୍ଷରେ କୋଟିଏ ୬ ଲକ୍ଷ ଟଙ୍କାର […]

arijit-pasayat

arijit-pasayat

Ordigital Desk
  • Published: Wednesday, 15 June 2022
  • Updated: 16 June 2022, 10:26 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚର୍ଚ୍ଚାରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତ। କଳା ଧନ ପାଇଁ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତି ପାଇଥିବା କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥାର ଉପାଧ୍ୟକ୍ଷ ଅଛନ୍ତି ଜଷ୍ଟିସ୍ ପଶାୟତ। କିନ୍ତୁ ତାଙ୍କ ନାଁରେ ରହିଛି ଆୟକର ଠକିଥିବା ନେଇ ସଂଗୀନ ଅଭିଯୋଗ। ଏ ନେଇ ଏକ ଜାତୀୟ ଖବର କାଗଜରେ ଖବର ପ୍ରସାରଣ ପରେ ଆଲୋଚନା ପରିସରକୁ ଆସିଛନ୍ତି ଜଷ୍ଟିସ ପଶାୟତ। ୨୦୧୭-୧୮ ଆର୍ଥିକ ବର୍ଷରେ କୋଟିଏ ୬ ଲକ୍ଷ ଟଙ୍କାର ଆୟକର ଫାଙ୍କିଥିବା ନେଇ କଟକ ଆୟକର ବିଭାଗ ତାଙ୍କୁ ନୋଟିସ କରିଥିଲା। କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଯୋଜନା “ବିବାଦରୁ ବିଶ୍ୱାସ’’ ଜରିଆରେ ୨୦୨୦ ନଭେମ୍ବରରେ ସେ ୩୭ ଲକ୍ଷ ୯୦ ହଜାର ଟଙ୍କା ଟ୍ୟାକ୍ସ ଭରଣ କରିଥିଲେ ଓ ମାମଲାର ରଫାଦଫା କରିବାରେ ସଫଳ ହୋଇଥିଲେ। ହେଲେ କଳାଧନର ଯାଂଚ କରୁଥିବା ଜଷ୍ଟିସ ପଶାୟତ ଏକଦା ନିଜେ କଳାଧନର ଅଧିକାରୀ ହେବା ନେଇ ଆୟକର ବିଭାଗର ନୋଟିସ୍ ପ୍ରଘଟ ହେବା ପରେ ଚର୍ଚ୍ଚା ଜୋର ଧରିଛି।

୨୦୧୭-୧୮ ଆର୍ଥିକ ବର୍ଷରେ ଜଷ୍ଟିସ ପଶାୟତ, ଏସଆଇଟି ଉପାଧ୍ୟକ୍ଷ ଭାବେ ୨୬ ଲକ୍ଷ ୮୫ ହଜାର ଟଙ୍କା ଦରମା ଆକାରରେ ପାଇଥିଲେ। କିନ୍ତୁ ଏହା ବାଦ ସେ ମଧ୍ୟସ୍ଥତା ଓ ବିବାଦ ସମାଧାନ କରି ୩ କୋଟି ୬୬ ଲକ୍ଷ ଟଙ୍କା ରୋଜଗାର କରିଥିଲେ। ଯାହାକୁ ସେ ଅନ୍ୟ ସୁତ୍ରରୁ ଆୟ କରିଥିବା ଦର୍ଶାଇଥିଲେ। ଆୟକର ବିଭାଗର ନିର୍ଦ୍ଦେଶନାମାରୁ ଏକଥା ମଧ୍ୟ ଜଣା ପଡିଛି କି, ସେ ମୋଟ୍ ୩ କୋଟି ୬୬ ଲକ୍ଷରୁ ଖର୍ଚ୍ଚ କରିଥିବା ୨ କୋଟି ୧ ଲକ୍ଷ ଟଙ୍କାର କୌଣସି ହିସାବ ନାହିଁ। ଏ ନେଇ ଜଷ୍ଟିସ ପଶାୟତ କୌଣସି ପ୍ରକାରର ଭାଉଚର କିମ୍ବା ରିସିଫ୍ଟ ଦେଖାଇ ପାରିନିଥିବା ନୋଟିସରେ ଉଲ୍ଲେଖ ରହିଛି। ଜଷ୍ଟିସ ପଶାୟତଙ୍କ ବ୍ୟାଙ୍କ ରେକର୍ଡରୁ ଜଣା ପଡିଥିଲା, ସେ ତାଙ୍କ ଝିଅ ରାଜଦ୍ୱୀପା ବେହେରାଙ୍କୁ ୧ କୋଟି ୩୪ ଲକ୍ଷ ଟଙ୍କା ଗିଫ୍ଟ ଆକାରରେ ଦେଇଥିଲେ। ରାଜଦ୍ୱୀପା ଏବେ ଦିଲ୍ଲୀରେ ସିବିଆଇ ଓକିଲ ଅଛନ୍ତି।

ଫିକ୍ସ ଜିପୋଜିଟ୍ ଓ ବିଭିନ୍ନ ପ୍ରମାଣିତ ଖର୍ଚ୍ଚ ବ୍ୟତୀତ ଜଷ୍ଟିସ ପଶାୟତଙ୍କ ତିନିଟି ଯାଙ୍କ ବ୍ୟାଙ୍କ ଖାତାରେ (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, କୋଅପରେସନ୍ ବ୍ୟାଙ୍କ ଓ ୟୁକୋ ବ୍ୟାଙ୍କ ) ୨୦୧୬-୧୭ ଆର୍ଥିକ ବର୍ଷରେ ମୋଟ୍ ୯୩ ଲକ୍ଷ ୭୯ ହଜାର ୯୨୫ଟଙ୍କା ଜମା ରାଶି ଥିଲା। ଏହା ସହ ଦେଢ ଲକ୍ଷ ଟଙ୍କାର ନଗଦ ରାଶି ମଧ୍ୟ ମଧ୍ୟସ୍ଥତା ଓ ବିବାଦ ସମାଧାନ ପାଇଁ ପାଇଥିଲେ। ଯାହାକୁ ମିଶାଇ ମୋଟ୍ ୯୫ ଲକ୍ଷ ୧୪ ହଜାର ଟଙ୍କା ଜମା ରାଶି ଜଷ୍ଟିସ ପଶାୟତ ୨୦୧୬-୧୭ରେ ଆୟ କରିଥିବା ଥିବା ଆୟକର ବିଭାଗ ଯାଂଚ କରି ନିଜ ରିପୋର୍ଟରେ ଦର୍ଶାଇଥିଲେ। ତେବେ ଜଷ୍ଟିସ ଦେଖାଇଥିବା ୨ କୋଟି ୧ ଲକ୍ଷ ଟଙ୍କାର ଖର୍ଚ୍ଚର ପ୍ରମାଣ ଦେଇ ପାରିନଥିବା ବେଳେ ବାର୍ଷିକ ଆୟ ଠାରୁ ଅଧିକ ୧ କୋଟି ୬ ଲକ୍ଷ ଟଙ୍କା କେଉଁଠୁ ଆସିଲା ବୋଲି ପ୍ରଶ୍ନ କରିଥିଲା ଆୟକର ବିଭାଗ।

ତେଣୁ ଆୟକର ଆଇନ୍ ଧାରା ୫୭ (୩) ଅନୁଯାୟୀ ଏହି ରାଶିକୁ ଆୟକର ବିଭାଗ ଟ୍ୟାକ୍ସ ଫ୍ରି କରି ପାରିବ ନାହିଁ। ତେଣୁ ୧ କୋଟି ୬ ଲକ୍ଷ ଟଙ୍କାକୁ ଜଷ୍ଟିସ ପସାୟତଙ୍କ ବାର୍ଷିକ ଆୟ ସହ ଯୋଡା ଯାଇଥିଲା। ଏବଂ ତାଙ୍କ ଉପରେ ଆୟକର ଫାଙ୍କିଥିବା ନେଇ ମଧ୍ୟ ନୋଟିସ ଜାରି କରାଯାଇଥିଲା। ଏପରକି ଆୟକର ଆଇନ୍ ଧାରା ୨୭୦କ(୧) ଅନୁଯାୟୀ ୧ କେଟି ୬ ଲକ୍ଷର ଆୟ ଲୁଚାଇଥିବା ନେଇ ଜୋରିମାନା ଲଗାଯାଇଥିଲା।

ତେବେ ଏକ ଜାତୀୟ ଖବରକାଗଜକୁ ଏ ସଂକ୍ରାନ୍ତରେ ଜଷ୍ଟିସ ପଶାୟତ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ ମୁଁ ୨୦୨୦ ନଭେମ୍ବରରୁ ୩୭ ଲକ୍ଷ ୯୦ ହଜାର ଟଙ୍କା ଟ୍ୟାକ୍ସ ଭରଣା କରି ସାରିଛି। ଏବେ ଆୟକର ବିଭାଗର ଏହି ନିର୍ଦେଶନାମା କେମିତି ଲିକ୍ ଦେଲା ମତେ ଜଣା ନାହିଁ। ହୁଏତ ଏହା ଏମିତି ଜଣେ ବ୍ୟକ୍ତିଙ୍କ ଦ୍ୱାରା ହୋଇଥିବ ଯିଏ କି ମୋର କୌଣସି ଅର୍ଡର ଦ୍ୱାରା କ୍ଷତି ସହିଥିବେ। ମୁଁ ଆୟକର ବିଭାଗର ଏହି ଅର୍ଡର ଉପରେ ଅପିଲ କରିଥିଲି। ହେଲେ ମତେ ପରାମର୍ଶ ଦିଆଗଲା କି କେନ୍ଦ୍ର ସରକାରଙ୍କ ‘ବିବାଦରୁ ବିଶ୍ୱାସ’ ଯୋଜନାର ଲାଭ ଉଠାଇବାକୁ ଏବଂ ମାମଲାରୁ ମୁକ୍ତି ପାଇବାକୁ। ହେଲେ ଏବେ କାହିଁକି ଏହି କେସକୁ ଗୁରୁତ୍ୱ ଦିଆଯାଉଛି ମୁଁ ବୁଝିପାରୁ ନାହିଁ?’’

ବିବାଦରୁ ବିଶ୍ୱାସ ଯୋଜନା ଅନୁଯାୟୀ ଯଦି କୌଣସି ବ୍ୟକ୍ତିର ଆୟକର ଭରିବା ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି ତାହାଲେ ସେ ବ୍ୟକ୍ତି ୧୦୦ ପ୍ରତିଶତ ଆୟକର ସହ ଜୋରିମାନାର ୨୫ ପ୍ରତିଶତ ଭରଣା କରି ଏହି ବିବାଦରୁ ମୁକ୍ତି ପାଇ ପାରିବେ। ଏଭଳି ବ୍ୟକ୍ତିଙ୍କ ନାମକୁ ସଂପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି ଯୋଜନାରେ ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story