ପରୀ ଗାଁରୁ ୩ ଜଣଙ୍କୁ ଉଠାଇ ନେଲା ଏସ୍‌ଆଇଟି

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ପରୀ ହତ୍ୟା ମାମଲାରେ ୩ ଜଣଙ୍କୁ ଉଠାଇ ନେଇଛି ଏସ୍‌ଆଇଟି। ପରୀର ଗାଁ ଯଦୁପୁରରୁ ଏହି ତିନି ଜଣଙ୍କୁ ଉଠାଯାଇଛି। ସେମାନେ ହେଲେ- ସରୋଜ ସେଠୀ, ତାଙ୍କ ମା’ ଓ ଭଉଣୀ। ସରୋଜଙ୍କୁ ପୂର୍ବରୁ ୨ ଥର ଉଠାଇ ନେଇ ପଚରାଉଚରା କରିଥିବା ଏସ୍‌ଆଇଟି‌ ଆଜି ପୁଣି ତାଙ୍କୁ ଉଠାଇଛି। ଏଥର ତାଙ୍କ ମା’ ଓ ଭଉଣୀଙ୍କୁ ମଧ୍ୟ ଏସ୍‌ଆଇଟି ଉଠାଇ ନେଇଛନ୍ତି। ସମସ୍ତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ସୂଚନା […]

parisit

parisit

Niharika Rout
  • Published: Saturday, 19 December 2020
  • Updated: 19 December 2020, 10:17 AM IST

Sports

Latest News

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ପରୀ ହତ୍ୟା ମାମଲାରେ ୩ ଜଣଙ୍କୁ ଉଠାଇ ନେଇଛି ଏସ୍‌ଆଇଟି। ପରୀର ଗାଁ ଯଦୁପୁରରୁ ଏହି ତିନି ଜଣଙ୍କୁ ଉଠାଯାଇଛି। ସେମାନେ ହେଲେ- ସରୋଜ ସେଠୀ, ତାଙ୍କ ମା’ ଓ ଭଉଣୀ।

ସରୋଜଙ୍କୁ ପୂର୍ବରୁ ୨ ଥର ଉଠାଇ ନେଇ ପଚରାଉଚରା କରିଥିବା ଏସ୍‌ଆଇଟି‌ ଆଜି ପୁଣି ତାଙ୍କୁ ଉଠାଇଛି। ଏଥର ତାଙ୍କ ମା’ ଓ ଭଉଣୀଙ୍କୁ ମଧ୍ୟ ଏସ୍‌ଆଇଟି ଉଠାଇ ନେଇଛନ୍ତି। ସମସ୍ତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ସୂଚନା ମିଳିଛି।

ପୂର୍ବରୁ ପଚରାଉଚରା ସମୟରେ ଏସ୍‌ଆଇଟିକୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ସତ୍ତ୍ୱେ ତାଙ୍କୁ ଫସାଇ ଦେବାକୁ ଉଦ୍ୟମ କରାଯାଉଥିବା ଭଳି ସଙ୍ଗିନ ଅଭିଯୋଗ ଆଣିଥିଲେ ସରୋଜ। ଦୋଷ ମୁଣ୍ଡେଇ ନେବାକୁ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ତାଙ୍କୁ ୫ ଲକ୍ଷ ଟଙ୍କା ଯାଚିଥିଲେ ବୋଲି ମଧ୍ୟ ସେ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଥିଲେ।

ସୂଚନାଯୋଗ୍ୟ, ଏହି ମାମଲାରେ ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଥିବା ପ୍ରାଥମିକ ରିପୋର୍ଟରେ ‘ପରୀ’କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଉଲ୍ଲେଖ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଥିଲା। ଏହି ରିପୋର୍ଟ ପ୍ରଘଟ ହେବାର ଦିନକ ପରେ ଏସ୍‌ଆଇଟି ମୁଖ୍ୟ ଆଇଜି ଅରୁଣ ବୋଥ୍ରାଙ୍କ ନାଁରେ ସଙ୍ଗିନ ଅଭିଯୋଗ ଆଣିଥିଲେ ‘ପରୀ’ ପରିବାରର ପଡ଼ୋଶୀ ସରୋଜ ସେଠୀ।

ସରୋଜ କହିଥିଲେ- “ନିଖୋଜ ହେବାର ପୂର୍ବଦିନ ପରୀ ଆମ ଘରକୁ ଆସିଥିବାରୁ ମୋତେ ସନ୍ଦେହ କରୁଛନ୍ତି। ସେଥିପାଇଁ ମୋ ରକ୍ତ, ଲାଳ ଓ ପ୍ୟାଣ୍ଟସାର୍ଟ ନମୁନା ନେଇଛନ୍ତି। ଦୋଷ ମାନିବାକୁ ଅରୁଣ ବୋଥ୍ରା ସାର୍‌ ମୋତେ ୫ ଲକ୍ଷ ଟଙ୍କା ଯାଚିଛନ୍ତି। ତୋତେ ୧୮ ବର୍ଷ, ଆମେ ୧୭ ଦେଖାଇବୁ, ତୁ ରାଜି ହେଇଯା ବୋଲି ବୋଥ୍ରା କହିଛନ୍ତି।”

୪ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ତାକୁ ନ୍ୟାୟ ଦିଆଯାଇପାରି ନଥିଲା।  ଓଲଟି ପୁଲିସ୍ ତା’ ବାପାମା’ଙ୍କୁ ହଇରାଣ କରିଥିବା ଅଭିଯୋଗ ହୋଇଛି। ଏପରିକି ଅଭିଯୁକ୍ତ ମନ୍ତ୍ରୀ ଅରୁଣ ସାହୁଙ୍କ ପାଖଲୋକ ହୋଇଥିବାରୁ ପୁଲିସ୍ ତାକୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରିଥିଲେ ‘ପରୀ’ର ବାପାମା’। ପୁଲିସ ପ୍ରଶାସନଠାରୁ ନିରାଶ ହେବା ପରେ ସେମାନେ ଭୁବନେଶ୍ୱର ଆସି ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଆଉ ଏହାକୁ ନେଇ ଉଭୟ ବିଧାନସଭା ବାହାରେ ଓ ଭିତରେ ତମ୍ୱି ତୋଫାନ୍ ହେବା‌ ପରେ ରାଜ୍ୟ ସରକାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos