ପରୀ ନାକରୁ ବାହାରିଥିଲା ରକ୍ତ, ଅଭିଯୁକ୍ତ ଘରୁ ମିଳିଲା ଗାମୁଛା

ନୟାଗଡ଼(ଓଡ଼ିଶା ରିପୋର୍ଟର): ନୟାଗଡ଼ ଯଦୁପୁର ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ SIT ହାତରେ ଲାଗିଛି ଆଉ ଏକ ପ୍ରମାଣ। ତଣ୍ଟି ଚିପି ହତ୍ୟା ବେଳେ ପରୀ ନାକରୁ ରକ୍ତ ବାହାରିଥିଲା। ବାହାରିଥିବା ରକ୍ତକୁ ଅଭିଯୁକ୍ତ ନିଜ ଗାମୁଛାରେ ପୋଛିଥିଲା। ଏସ୍ଆଇଟି ହାତରେ ଉକ୍ତ ଗାମୁଛା ଲାଗିଥିବା ସୂଚନା ମିଳିଛି। ଯଦୁପୁର ଗାଁରେ ଅଭିଯୁକ୍ତ ଘରୁ ଉକ୍ତ ଗାମୁଛା ମିଳିଥିବା ଜଣାପଡ଼ିଛି। ଗାମୁଛାରେ ରକ୍ତଦାଗ ନେଇ ଏକ୍ସପର୍ଟ ସ୍ପଷ୍ଟ କରିଥିବା SIT କହିଛି। ଉକ୍ତ ଗାମୁଛାକୁ ପରୀକ୍ଷା ପାଇଁ […]

sit-chief-arun-bothra

sit-chief-arun-bothra

Tapas Behera
  • Published: Wednesday, 23 December 2020
  • Updated: 23 December 2020, 06:09 PM IST

ନୟାଗଡ଼(ଓଡ଼ିଶା ରିପୋର୍ଟର): ନୟାଗଡ଼ ଯଦୁପୁର ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ SIT ହାତରେ ଲାଗିଛି ଆଉ ଏକ ପ୍ରମାଣ। ତଣ୍ଟି ଚିପି ହତ୍ୟା ବେଳେ ପରୀ ନାକରୁ ରକ୍ତ ବାହାରିଥିଲା।

ବାହାରିଥିବା ରକ୍ତକୁ ଅଭିଯୁକ୍ତ ନିଜ ଗାମୁଛାରେ ପୋଛିଥିଲା। ଏସ୍ଆଇଟି ହାତରେ ଉକ୍ତ ଗାମୁଛା ଲାଗିଥିବା ସୂଚନା ମିଳିଛି। ଯଦୁପୁର ଗାଁରେ ଅଭିଯୁକ୍ତ ଘରୁ ଉକ୍ତ ଗାମୁଛା ମିଳିଥିବା ଜଣାପଡ଼ିଛି। ଗାମୁଛାରେ ରକ୍ତଦାଗ ନେଇ ଏକ୍ସପର୍ଟ ସ୍ପଷ୍ଟ କରିଥିବା SIT କହିଛି। ଉକ୍ତ ଗାମୁଛାକୁ ପରୀକ୍ଷା ପାଇଁ ଲାବୋରେଟୋରୀ ପଠାଇବ SIT। ଏହି ଘଟଣାରେ ଅଭିଯୁକ୍ତକୁ  ପୂର୍ବରୁ ଗିରଫ କରିଛି ଏସ୍ଆଇଟି।

ସେପଟେ  ଯଦୁପୁରରେ ଶେଷ ହୋଇଛି ଓଡ୍ରାଫର ଅପରେସନ। ଗତକାଲି ଗାଁ ପୋଖରୀରୁ ଏକ ଲେଗିଙ୍ଗସ୍‌ ମିଳିବା ସତ୍ତ୍ୱେ ଆଜି ମଧ୍ୟ ପୋଖରୀରେ ଖୋଜାଖୋଜି କରିଥିଲା ୧୦ଜଣିଆ ଓଡ୍ରାଫ ଟିମ୍  । ପ୍ରାୟ ଦିନ ଗୋଟାଏ ବେଳେ ଏହି ଅପରେସନ ସରିଛି । ଏହା ପରେ ଓଡ୍ରାଫ ଟିମ୍ ସେଠାରୁ ଫେରି ଆସିଛି ।

ଆଜି ସକାଳେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ମଧ୍ୟ ଯଦୁପୁରରେ ପହଞ୍ଚିଥିଲେ  ଏବଂ ଓଡ୍ରାଫ ଅପରେସନର ଅନୁଧ୍ୟାନ କରିଥିଲେ । ଗତକାଲି ପମ୍ପ ଯୋଗେ ପୋଖରୀର ପ୍ରାୟ ୭୫ ପ୍ରତିଶତ ପାଣି ଶୁଖା ଯାଇଥିଲା।  ଅଧା ଶୁଖା ପୋଖରୀରୁ କାଲି ଗୋଟିଏ ଲେଗିଙ୍ଗସ୍‌ ମିଳିଥିଲା । ତେବେ ଏହି ଲେଗିଙ୍ଗସ୍‌ କାହାର, ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି । ତେବେ ଲେଗିଙ୍ଗସ୍‌ କାହାର ସ୍ପଷ୍ଟ ଭାବେ ଜଣାପଡ଼ି ନଥିବା ବେଳେ ତାହା ଏବେ ଏସ୍ଆଇଟି ଟିମ୍ ହେପାଜତରେ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos