ଥରୁଛି ଓଡ଼ିଶା, ୧୨ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଶୀତଲହରୀ ଜାରି ରହିଛି। ଜାଡ଼ରେ ଥରୁଛି ସାରା ରାଜ୍ୟ। ଆଜି ରାଜ୍ୟର ୧୨ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ଫୁଲବାଣୀରେ ତାପମାତ୍ରା ସବୁଠୁ କମ୍ ରହିଥିଲା। ଏଠାରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିଲା। ଏହା ପରେ ଅଧିକ ଶୀତ ଅନୁଭୂତ ହୋଇଥିଲା ଅନୁଗୋଳରେ। ଏଠାରେ ସର୍ବନିମ୍ନ ତାପମାତ୍ରା ୬.୬ ଡିଗ୍ରୀ ରେକର୍ଡ କରାଯାଇଥିଲା। ସୁନ୍ଦରଗଡ଼ ଓ ହୀରାକୁଦରେ ତାପମାତ୍ରା ୭.୫ ଡିଗ୍ରୀ ରହିଥିବା ବେଳେ କେନ୍ଦୁଝରରେ ୭.୭, ଦାରିଙ୍ଗବାଡ଼ିରେ […]

sita

Rakesh Mallick
  • Published: Monday, 16 January 2017
  • , Updated: 16 January 2017, 07:40 PM IST

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଶୀତଲହରୀ ଜାରି ରହିଛି। ଜାଡ଼ରେ ଥରୁଛି ସାରା ରାଜ୍ୟ। ଆଜି ରାଜ୍ୟର ୧୨ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ଫୁଲବାଣୀରେ ତାପମାତ୍ରା ସବୁଠୁ କମ୍ ରହିଥିଲା। ଏଠାରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିଲା। ଏହା ପରେ ଅଧିକ ଶୀତ ଅନୁଭୂତ ହୋଇଥିଲା ଅନୁଗୋଳରେ। ଏଠାରେ ସର୍ବନିମ୍ନ ତାପମାତ୍ରା ୬.୬ ଡିଗ୍ରୀ ରେକର୍ଡ କରାଯାଇଥିଲା।

ସୁନ୍ଦରଗଡ଼ ଓ ହୀରାକୁଦରେ ତାପମାତ୍ରା ୭.୫ ଡିଗ୍ରୀ ରହିଥିବା ବେଳେ କେନ୍ଦୁଝରରେ ୭.୭, ଦାରିଙ୍ଗବାଡ଼ିରେ ୮, ସମ୍ବଲପୁରରେ ୮.୨, ଝାରସୁଗୁଡ଼ାରେ ୮.୪, କୋରାପୁଟରେ ୮.୪, ବାରିପଦାରେ ୯, ଢେଙ୍କାନାଳରେ ୯.୧ ଓ ବଲାଙ୍ଗିରରେ ୯.୭ ଡିଗ୍ରୀ ରହିଥିଲା।

ଟିଟିଲାଗଡ଼ ଓ ସୋନପୁରରେ ତାପମାତ୍ରା ସର୍ବନିମ୍ନ ୧୦ ଡିଗ୍ରୀ ରହିଥିଲା।

ଭୁବନେଶ୍ୱରରେ ତାପମାତ୍ରା ୧୧.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଟକରେ ୧୧ ଡିଗ୍ରୀ ରହିଥିଲା।

 

Related story