ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ରେଲୱେର ପୁଣି ଶକ୍ତ ଝଟକା ଲାଗିଛି। ଗଞ୍ଜାମ ଜିଲ୍ଲା ଶୀତଳାପଲ୍ଲୀରେ ହେବ ନାହିଁ ଓ୍ୱାଗନ୍ ଫ୍ୟାକ୍ଟ୍ରି। ସୂଚନା ଅଧିକାର ଆଇନ୍‌ ବଳରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହା ପରେ ରାଜ୍ୟ ରାଜନୀତିରେ ପୁଣି ଜୋର ଧରିଛି କେନ୍ଦ୍ର ଅବହେଳାର ଝଡ଼।</p> <p>ଶୀତଳାପଲ୍ଲୀ ଓ୍ୱାଗନ୍ ଫ୍ୟାକ୍ଟ୍ରି ସ୍ଥିତି ସଂପର୍କରେ ଜାଣିବା ପାଇଁ ଆର୍‌ଟିଆଇରେ ବଲାଙ୍ଗିରର ସୂଚନାଧିକାର କର୍ମୀ ହେମନ୍ତ ପଣ୍ଡା ରେଳ ମନ୍ତ୍ରାଳୟକୁ ତଥ୍ୟ ମାଗିଥିଲେ। ରେଲୱେ ବୋର୍ଡ ଉତ୍ତରରେ ଦର୍ଶାଇଛନ୍ତି-“ଦେଶରେ ଥିବା ରେଲୱେର କାରଖାନାରେ ଯଥେଷ୍ଟ ୱାଗନ୍ ନିର୍ମାଣ ହୋଇପାରୁଛି। ତେଣୁ ପ୍ରସ୍ତାବିତ ଓ୍ୱାଗନ୍ ଫ୍ୟାକ୍ଟ୍ରିକୁ ବନ୍ଦ କରିଦିଆଇଛି। ଏପରିକି ପୂର୍ବତଟ ରେଳପଥର ଅନ୍ୟ କେଉଁଠି ମଧ୍ୟ ଓ୍ୱାଗନ୍ ଫ୍ୟାକ୍ଟ୍ରିର ପ୍ରସ୍ତାବ ନାହିଁ।”</p> <p>୨୦୧୧-୧୨ ବଜେଟ୍‌ରେ ଏହି ପ୍ରକଳ୍ପ ସଂପର୍କରେ ଘୋଷଣା କରାଯାଇଥିଲା। ଏପରିକି ଗତ ବଜେଟ୍‌ରେ ଟୋକନ ମନି ଭାବେ ଏହି ପ୍ରକଳ୍ପ ପାଇଁ ଗୋଟିଏ ଟଙ୍କାର ବ୍ୟୟବରାଦ ହୋଇଥିଲା। ହେଲେ ଏବେ ପ୍ରକଳ୍ପ ବାଟ ପୁରା ବନ୍ଦ।</p> <p>ପୂର୍ବରୁ କଳାହାଣ୍ଡିର ନର୍ଲାରେ ପ୍ରସ୍ତାବିତ ଓ୍ୱାଗନ୍ ଫ୍ୟାକ୍ଟ୍ରିର ସ୍ୱପ୍ନର ବି ଅକାଳ ମୃତ୍ୟୁ ହୋଇଥିଲା। ଆଉ ଏବେ ଗଞ୍ଜାମ ଶୀତଳାପଲ୍ଲୀ ଓ୍ୱାଗନ୍ ଫ୍ୟାକ୍ଟ୍ରି ବନ୍ଦ ନେଇ ରେଳ ମନ୍ତ୍ରାଳୟର ସୂଚନା ପରେ ରାଜନୀତି ଜୋର ଧରିଛି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।