ମଉଳିଗଲା ଶୀତଳାପଲ୍ଲୀର ସ୍ୱପ୍ନ: ଏଠି ହେବନି ରେଳ ୱାଗନ ଫ୍ୟାକ୍ଟ୍ରି!

Ordigital Desk
  • Published: Friday, 05 January 2018
  • , Updated: 05 January 2018, 09:22 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ରେଲୱେର ପୁଣି ଶକ୍ତ ଝଟକା ଲାଗିଛି। ଗଞ୍ଜାମ ଜିଲ୍ଲା ଶୀତଳାପଲ୍ଲୀରେ ହେବ ନାହିଁ ଓ୍ୱାଗନ୍ ଫ୍ୟାକ୍ଟ୍ରି। ସୂଚନା ଅଧିକାର ଆଇନ୍&zwnj; ବଳରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହା ପରେ ରାଜ୍ୟ ରାଜନୀତିରେ ପୁଣି ଜୋର ଧରିଛି କେନ୍ଦ୍ର ଅବହେଳାର ଝଡ଼।</p> <p>ଶୀତଳାପଲ୍ଲୀ ଓ୍ୱାଗନ୍ ଫ୍ୟାକ୍ଟ୍ରି ସ୍ଥିତି ସଂପର୍କରେ ଜାଣିବା ପାଇଁ ଆର୍&zwnj;ଟିଆଇରେ ବଲାଙ୍ଗିରର ସୂଚନାଧିକାର କର୍ମୀ ହେମନ୍ତ ପଣ୍ଡା ରେଳ ମନ୍ତ୍ରାଳୟକୁ ତଥ୍ୟ ମାଗିଥିଲେ। ରେଲୱେ ବୋର୍ଡ ଉତ୍ତରରେ ଦର୍ଶାଇଛନ୍ତି-&ldquo;ଦେଶରେ ଥିବା ରେଲୱେର କାରଖାନାରେ ଯଥେଷ୍ଟ ୱାଗନ୍ ନିର୍ମାଣ ହୋଇପାରୁଛି। ତେଣୁ ପ୍ରସ୍ତାବିତ ଓ୍ୱାଗନ୍ ଫ୍ୟାକ୍ଟ୍ରିକୁ ବନ୍ଦ କରିଦିଆଇଛି। ଏପରିକି ପୂର୍ବତଟ ରେଳପଥର ଅନ୍ୟ କେଉଁଠି ମଧ୍ୟ ଓ୍ୱାଗନ୍ ଫ୍ୟାକ୍ଟ୍ରିର ପ୍ରସ୍ତାବ ନାହିଁ।&rdquo;</p> <p>୨୦୧୧-୧୨ ବଜେଟ୍&zwnj;ରେ ଏହି ପ୍ରକଳ୍ପ ସଂପର୍କରେ ଘୋଷଣା କରାଯାଇଥିଲା। ଏପରିକି ଗତ ବଜେଟ୍&zwnj;ରେ ଟୋକନ ମନି ଭାବେ ଏହି ପ୍ରକଳ୍ପ ପାଇଁ ଗୋଟିଏ ଟଙ୍କାର ବ୍ୟୟବରାଦ ହୋଇଥିଲା। ହେଲେ ଏବେ ପ୍ରକଳ୍ପ ବାଟ ପୁରା ବନ୍ଦ।</p> <p>ପୂର୍ବରୁ କଳାହାଣ୍ଡିର ନର୍ଲାରେ ପ୍ରସ୍ତାବିତ ଓ୍ୱାଗନ୍ ଫ୍ୟାକ୍ଟ୍ରିର ସ୍ୱପ୍ନର ବି ଅକାଳ ମୃତ୍ୟୁ ହୋଇଥିଲା। ଆଉ ଏବେ ଗଞ୍ଜାମ ଶୀତଳାପଲ୍ଲୀ ଓ୍ୱାଗନ୍ ଫ୍ୟାକ୍ଟ୍ରି ବନ୍ଦ ନେଇ ରେଳ ମନ୍ତ୍ରାଳୟର ସୂଚନା ପରେ ରାଜନୀତି ଜୋର ଧରିଛି।</p>

Related story