ଡକାୟତି ଯୋଜନା ପଣ୍ଡ: ଜାଲରେ ପଡ଼ିଲେ ୬ ଡକାୟତ

କଟକ: ଡକାୟତି ଯୋଜନା ପଣ୍ଡ। ଡକାୟତି ଯୋଜନା କରୁଥିବା ବେଳେ କଟକ ଜିଲ୍ଲା ସାଲେପୁର ପୋଲିସ ୬ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କଠାରୁ ଦୁଇଟି ପିସ୍ତଲ, ୨ଟି କଟୁରି, ୮ ମୋବାଇଲ ଓ ୨ଟି ଜୀବନ୍ତ ବୋମା ଜବତ କରିଛି। ଗିରଫ ଡକାୟତମାନେ ହେଲେ ମାହାଙ୍ଗା ଅଞ୍ଚଳର ବସନ୍ତ ଲେଙ୍କା, କେନ୍ଦ୍ରାପଡା ଅଞ୍ଚଳର ଉମେଶ ସାହୁ, ଚୌଦାର ଅଞ୍ଚଳର ଚିତ୍ତରଂଜନ ଦାସ, ତିର୍ତ୍ତୋଲ ଅଞ୍ଚଳର ପ୍ରମୋଦ କୁମାର ଦାସ, ଭୁବନେଶ୍ୱର ଅଞ୍ଚଳର ପ୍ରକାଶ ଭୋଇ […]

cuttack police arrest

cuttack police arrest

Rakesh Mallick
  • Published: Friday, 30 June 2017
  • Updated: 30 June 2017, 05:01 PM IST

Sports

Latest News

କଟକ: ଡକାୟତି ଯୋଜନା ପଣ୍ଡ। ଡକାୟତି ଯୋଜନା କରୁଥିବା ବେଳେ କଟକ ଜିଲ୍ଲା ସାଲେପୁର ପୋଲିସ ୬ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କଠାରୁ ଦୁଇଟି ପିସ୍ତଲ, ୨ଟି କଟୁରି, ୮ ମୋବାଇଲ ଓ ୨ଟି ଜୀବନ୍ତ ବୋମା ଜବତ କରିଛି। ଗିରଫ ଡକାୟତମାନେ ହେଲେ ମାହାଙ୍ଗା ଅଞ୍ଚଳର ବସନ୍ତ ଲେଙ୍କା, କେନ୍ଦ୍ରାପଡା ଅଞ୍ଚଳର ଉମେଶ ସାହୁ, ଚୌଦାର ଅଞ୍ଚଳର ଚିତ୍ତରଂଜନ ଦାସ, ତିର୍ତ୍ତୋଲ ଅଞ୍ଚଳର ପ୍ରମୋଦ କୁମାର ଦାସ, ଭୁବନେଶ୍ୱର ଅଞ୍ଚଳର ପ୍ରକାଶ ଭୋଇ ଓ ଖୁଣ୍ଟୁଣି ଥାନା ଅଞ୍ଚଳର କୁନିଆ ସାମଲ।

ଗତକାଲି ରାତିରେ କେନ୍ଦୁପାଟଣା ଇରିଗେସନ ସବଡିଭିଜନ ଅଫିସର ଏକ ଗୃହରେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ଏମାନଙ୍କୁ ଧରିବାରେ ସଫଳ ହୋଇଥିଲା। ହେଲେ ଘଟଣାସ୍ଥଳରୁ ଅନ୍ୟ ୨ ଜଣ ଡକାୟତ ଫେରାର ହୋଇଯାଇଥିଲେ। ଗିରଫ ଡକାୟତମାନଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ବହୁ ମାମଲା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos