ଆଳି (ବନମାଳି ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ଆଳିକୁ ସବ୍ଡିଭିଜନ୍ ମାନ୍ୟତା ଦାବିରେ ଆଜି ଆଳି ଓ ରାଜକନିକା ବ୍ଲକ୍ରେ ଛଅ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହାକୁ ବିଭିନ୍ନ ଦଳ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ସମର୍ଥନ କରାଯାଇଛି।
ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି। ଫଳରେ ଆଳି ଓ ରାଜକନିକାରେ ଦୋକାନ ବଜାର ବନ୍ଦ ରହିଛି। ଯାନବାହାନ ଚଳାଚଳରେ ବାଧାସୃଷ୍ଟି ହୋଇଛି।
ଆଳିକୁ ସବ୍ଡିଭିଜନ୍ ମାନ୍ୟତା ଦେବା ପାଇଁ ଦୀର୍ଘଦିନ ହେବ ଅଞ୍ଚଳବାସୀ ଦାବି କରିଆସୁଛନ୍ତି। ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ କରାଯିବ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ଦେବେନ୍ଦ୍ର ଶର୍ମା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।