ଦୁଇ ପରିବାର ମଧ୍ୟରେ ସଂଘର୍ଷ, ୬ ଆହତ

ଯାଜପୁର (ଗୁଲାମ୍ ଗସ୍‌): ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଚଇନିହୁଡ଼ା ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ବି ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଚଇନିହୁଡ଼ା ଗାଁର ପିତାମ୍ବର ନାୟକ ଓ ରତ୍ନାକର ନାୟକଙ୍କ ପରିବାର ମଧ୍ୟରେ ଜମିବାଡିକୁ କେନ୍ଦ୍ରକରି ବହୁ ଦିନରୁ ବିବାଦ ଲାଗିରହିଛି। ଏବେ ଏହି ମାମଲା କୋର୍ଟରେ ବିଚାରାଧୀନ ରହିଛି। ଆଜି ଉକ୍ତ […]

recast

Jitendra Garnayak
  • Published: Tuesday, 12 February 2019
  • , Updated: 12 February 2019, 02:55 PM IST

ଯାଜପୁର (ଗୁଲାମ୍ ଗସ୍‌): ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଚଇନିହୁଡ଼ା ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ବି ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଚଇନିହୁଡ଼ା ଗାଁର ପିତାମ୍ବର ନାୟକ ଓ ରତ୍ନାକର ନାୟକଙ୍କ ପରିବାର ମଧ୍ୟରେ ଜମିବାଡିକୁ କେନ୍ଦ୍ରକରି ବହୁ ଦିନରୁ ବିବାଦ ଲାଗିରହିଛି। ଏବେ ଏହି ମାମଲା କୋର୍ଟରେ ବିଚାରାଧୀନ ରହିଛି।

ଆଜି ଉକ୍ତ ବିବାଦୀୟ ଜମିରେ ବାଡ଼ ବସାଇବାକୁ କେନ୍ଦ୍ରକରି ଉଭୟ ପରିବାର ମଧ୍ୟରେ ମାରପିଟ ହୋଇଥିଲା। ଫଳରେ ଉଭୟ ଗୋଷ୍ଠୀରୁ ମୋଟ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ରତ୍ନାକରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ଏ ଘଟଣା ନେଇ ଉଭୟ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

Related story