ଭିଡିଓ ଶୁଟିଂ ପାଇଁ ଯାଉଥିଲେ, ହଠାତ୍ ମାଡ଼ି ଆସିଲେ ମହୁମାଛି

ବାରିପଦା(ମାନିକ ଲାଲ୍ ପାଣି): ଆଜିକାଲି YouTube ପାଇଁ ଭିଡିଓ ଶୁଟିଂ କରିବା ସାଧାରଣ କଥା ହେଲାଣି। କିନ୍ତୁ ବେଳେ ବେଳେ ଭିଡିଓ ଶୁଟିଂ କରିବା ମହଙ୍ଗା ମଧ୍ୟ ପଡ଼ିଥାଏ। ଏମିତି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଘାଟିରେ। ଘାଟିରେ ଭିଡିଓ ଶୁଟିଂ କରୁଥିବା ବେଳେ କିଛି ଛାତ୍ର ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି। ମହୁମାଛି ଆକ୍ରମଣରେ ୬ଜଣ ଛାତ୍ର ଆହତ ହୋଇଥିବା ବେଳେ ଜଣେ ଗୁରୁତର ଛନ୍ତି। ଶୁକ୍ରବାର ସକାଳେ କିଛି ଛାତ୍ର ଏକଜୁଟ୍ […]

honey

Tapaswini Nayak
  • Published: Friday, 30 October 2020
  • , Updated: 30 October 2020, 11:17 AM IST

ବାରିପଦା(ମାନିକ ଲାଲ୍ ପାଣି): ଆଜିକାଲି YouTube ପାଇଁ ଭିଡିଓ ଶୁଟିଂ କରିବା ସାଧାରଣ କଥା ହେଲାଣି। କିନ୍ତୁ ବେଳେ ବେଳେ ଭିଡିଓ ଶୁଟିଂ କରିବା ମହଙ୍ଗା ମଧ୍ୟ ପଡ଼ିଥାଏ। ଏମିତି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଘାଟିରେ। ଘାଟିରେ ଭିଡିଓ ଶୁଟିଂ କରୁଥିବା ବେଳେ କିଛି ଛାତ୍ର ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି। ମହୁମାଛି ଆକ୍ରମଣରେ ୬ଜଣ ଛାତ୍ର ଆହତ ହୋଇଥିବା ବେଳେ ଜଣେ ଗୁରୁତର ଛନ୍ତି।

ଶୁକ୍ରବାର ସକାଳେ କିଛି ଛାତ୍ର ଏକଜୁଟ୍ ହେଇ ବାଙ୍ଗିରିପୋଷି ଘାଟିକୁ ବୁଲି ବାକୁ ଯାଇଥିଲେ। ସେଠାରେ ଥିବା ଗୁମ୍ଫା ଭିତରକୁ ପିଲାମାନେ ବୁଲିବାକୁ ଯାଇଥିଲେ। କିଛି ପିଲା ସେଲ୍‌ଫି ନେଉଥିବା ବେଳେ କିଛି ଭିଡିଓ ଶୁଟିଂ କରୁଥିଲେ।

ଏହି ସମୟରେ ମହୁମାଛି ପଲ ଛାତ୍ରମାନଙ୍କୁ ଆକ୍ରମଣ କରିଥିଲେ। ତେବେ କିଛି ଛାତ୍ର ସେଠାରୁ ଖସି ପଳାଇ ଆସିଥିବା ବେଳେ ଜଣେ ଛାତ୍ର ଫସି ଯାଇଥିଲେ। ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ହୋଇଥିବା ଛାତ୍ରଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

 

Related story