ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକରେ ୬ ବର୍ଷର ଝିଅକୁ କରୋନା। କଟକ ମହାନଗର ଅଞ୍ଚଳରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି । ଚିହ୍ନଟ ଆକ୍ରାନ୍ତ ଅରୁଣୋଦୟ ନଗରର ଜଣେ ୬ ବର୍ଷର ଶିଶୁ କନ୍ୟା । ପୂର୍ବରୁ ଶିଶୁଙ୍କ ପରିବାରର ଜଣେ ସଦସ୍ୟ ପଜିଟିଭ ଚିହ୍ନଟ ହୋଇଥିଲେ। ଶିଶୁଙ୍କ ସମେତ ସମସ୍ତ ପରିବାର ହୋମ୍ କ୍ୱାରେଣ୍ଟାଇନରେ ଥିଲେ। କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟର ଯୋଗେ ସୂଚନା ଦିଆଯାଇଛି।
ସେପଟେ ରାଜ୍ୟରେ ୪ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ନୂଆ ୧୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ମୋଟ ସଂଖ୍ୟା ହୋଇଛି ୪ ହଜାର ୫୫ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୮ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ ଓ ୧୮ ଜଣ ଲୋକାଲ୍ କେସ୍ । ୧୫ଟି ଜିଲ୍ଲାରୁ ଏହି ନୂଆ ଅକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, କନ୍ଧମାଳରୁ ସର୍ବାଧିକ ୪୮ ଜଣ ଚିହ୍ନଟ ହୋଇଛନ୍ତି । କଟକ ଓ ଭଦ୍ରକରୁ ୧୯, ବାଲେଶ୍ୱର ଓ ଗଞ୍ଜାମରୁ ୮, ଖୋର୍ଦ୍ଧାରୁ ୭, ଅନୁଗୁଳରୁ ୬, ରାୟଗଡ଼ାରୁ ୫, ନୟାଗଡ଼, ସୁନ୍ଦରଗଡ଼ ଓ ଜଗତସିଂହପୁରରୁ ୪, ସୁବର୍ଣ୍ଣପୁରରୁ ୨, ଝାରସୁଗୁଡ଼ା, ଢେଙ୍କାନାଳ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏଥିସହ ପଶ୍ଚିମବଙ୍ଗରୁ ଫେରିଥିବା ଆଉ ୯ ଜଣ ଅଗ୍ନିଶମ କର୍ମଚାରୀ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଯାଏଁ ଆମ୍ପନ ଡ୍ୟୁଟିରେ ପଶ୍ଚିମବଙ୍ଗ ଯାଇଥିବା ୧୫୮ ଯବାନ ସଂକ୍ରମିତ ଚିହ୍ନଟ ହେଲେଣି। ତେବେ ଚିନ୍ତାଜନକ ବିଷୟ ହେଉଛି, ଜୁନ୍ ମାସରେ ୨ ହଜାର ୧୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହେଲେଣି । ଏମାନଙ୍କ ମଧ୍ୟରୁ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୨୦୨ ରହିଛି।W