ପୋଖରୀରୁ ଠାବ ହେଲା କଙ୍କାଳ, ବେକରେ ଲାଗିଛି ଓଢଣୀ

ଯାଜପୁର(ଗୁଲାମ ଗସ୍‌): ଯାଜପୁର ସଦର ଥାନା ଅନ୍ତର୍ଗତ ଜାହାନପୁର ପଂଚାୟତର କପିଳେଶ୍ୱର ଗ୍ରାମରେ ଥିବା ଏକ  ପୋଖରୀରୁ ଏକ  କଙ୍କାଳ ଠାବ କରାଯାଇଛି।  ଏହି କଙ୍କାଳଟି  କାହାର ବୋଲି ଜଣାପଡ଼ିନାହିଁ। କିନ୍ତୁ ବେକରେ ଏକ ଓଢଣୀ ବନ୍ଧା ଯାଇଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। ଖବର ପାଇ ଆଡିସନାଲ ଏସ୍‌ପିଙ୍କ ସମେତ ସଦର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି ।  ହେଲେ ମୃତଦେହ ପୁରୁଷ କିମ୍ବା ମହିଳାଙ୍କର ସ୍ପଷ୍ଟ ହୋଇ ପାରି  […]

police

police

Niharika Rout
  • Published: Thursday, 08 April 2021
  • Updated: 08 April 2021, 11:41 AM IST

Sports

Latest News

ଯାଜପୁର(ଗୁଲାମ ଗସ୍‌): ଯାଜପୁର ସଦର ଥାନା ଅନ୍ତର୍ଗତ ଜାହାନପୁର ପଂଚାୟତର କପିଳେଶ୍ୱର ଗ୍ରାମରେ ଥିବା ଏକ  ପୋଖରୀରୁ ଏକ  କଙ୍କାଳ ଠାବ କରାଯାଇଛି।  ଏହି କଙ୍କାଳଟି  କାହାର ବୋଲି ଜଣାପଡ଼ିନାହିଁ। କିନ୍ତୁ ବେକରେ ଏକ ଓଢଣୀ ବନ୍ଧା ଯାଇଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି।

ଖବର ପାଇ ଆଡିସନାଲ ଏସ୍‌ପିଙ୍କ ସମେତ ସଦର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି ।  ହେଲେ ମୃତଦେହ ପୁରୁଷ କିମ୍ବା ମହିଳାଙ୍କର ସ୍ପଷ୍ଟ ହୋଇ ପାରି  ନ ଥିବା ବେଳେ ଏଥିନିମନ୍ତେ ସାଇଣ୍ଟିଫିକ୍‌ ଟିମ୍‌କୁ ଡକାଯାଇଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

ଅପରପକ୍ଷେ, ଯାଜପୁର ଟାଉନ ଥାନାରେ ଜଣେ ମହିଳା ନିଜ ଝିଅ ନିଖୋଜ ନେଇ ୬ ମାସ ପୂର୍ବେ ଅଭିଯୋଗ କରିଥିଲେ। କୁମାର ପୂର୍ଣ୍ଣିମା ପରଠୁ ମହିଳାଙ୍କ ଝିଅ ଜଣେ ଯୁବକ ସହ ଫେରାର ହୋଇଯାଇଥିବା ସେ ନିଜ ଅଭିଯୋଗରେ ଉଲ୍ଲେଖ କରିଥିଲେ। ମାତ୍ର ସେବେଠୁ ସେ ଝିଅର ପତ୍ତା ପାଉ ନାହାନ୍ତି। ତେଣୁ ଉକ୍ତ କଙ୍କାଳ ତାଙ୍କ ଝିଅର ହୋଇଥାଇପାରେ ବୋଲି ମହିଳାଜଣକ ପୁଲିସ୍‌କୁ ଜଣାଇଛନ୍ତି।

ପ୍ରାୟ ୮ରୁ ୧୦ ଦିନ ପୂର୍ବରୁ କେହି ହତ୍ୟା କରି ମୃତଦେହ ସେଠାରେ ଫୋପାଡ଼ି ଦେଇଥିବା ଗ୍ରାମବାସୀ ଅନୁମାନ କରୁଛନ୍ତି। ଆଜି ହଠାତ୍‌ ଦୁର୍ଗନ୍ଧ ହେବାରୁ ଖୋଜାଖୋଜି କରି ସେମାନେ କଙ୍କାଳ ପାଇ ପୁଲିସ୍‌କୁ ଖବର ଦେଇଥିଲେ।  ।

ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତରୁ ମୃତଦେହଟି କାହାର ଓ କିପରି ମୃତ୍ୟୁ ହେଲା ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos