ଦକ୍ଷତା କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦି ଇଣ୍ଡିଆ ସ୍କିଲ୍ସ ରିପୋର୍ଟ-୨୦୨୧ ରିପୋର୍ଟରେ ଓଡ଼ିଶାର ଚିତ୍ର ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ଦର୍ଶାଯାଇଛି। ଏହି ରିପୋର୍ଟ ଅନୁସାରେ ରାଜ୍ୟରେ ଦକ୍ଷତା ବିକାଶ ସାଂଘାତିକ ସମସ୍ୟା ଭିତରେ ରହିଛି। ଏହାଛଡ଼ା ନିଯୁକ୍ତି କ୍ଷେତ୍ରରେ ଓଡ଼ିଶା ନା ସେତେଟା ସଫଳ ପାଇଛି ନା ଚାହିଦା ଅନୁଯାୟୀ ଦକ୍ଷତା ସୃଷ୍ଟି କରିପାରୁଛି। ଗୋଟିଏ ପଟେ ରାଜ୍ୟ ସରକାର ଦକ୍ଷତା ବିକାଶ ନେଇ ଡିଣ୍ଡିମ ପିଟୁଥିବାବେଳେ ଏବେ ଏହି ରିପୋର୍ଟ ନୈରାଶ୍ୟଜନକ ଛବି ଦେଇଛି। ଓଡ଼ିଶାର ଛାତ୍ରଛାତ୍ରୀ […]

skill-India-2021

Ranjit Kumar Jena
  • Published: Wednesday, 03 March 2021
  • , Updated: 03 March 2021, 06:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦି ଇଣ୍ଡିଆ ସ୍କିଲ୍ସ ରିପୋର୍ଟ-୨୦୨୧ ରିପୋର୍ଟରେ ଓଡ଼ିଶାର ଚିତ୍ର ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ଦର୍ଶାଯାଇଛି। ଏହି ରିପୋର୍ଟ ଅନୁସାରେ ରାଜ୍ୟରେ ଦକ୍ଷତା ବିକାଶ ସାଂଘାତିକ ସମସ୍ୟା ଭିତରେ ରହିଛି। ଏହାଛଡ଼ା ନିଯୁକ୍ତି କ୍ଷେତ୍ରରେ ଓଡ଼ିଶା ନା ସେତେଟା ସଫଳ ପାଇଛି ନା ଚାହିଦା ଅନୁଯାୟୀ ଦକ୍ଷତା ସୃଷ୍ଟି କରିପାରୁଛି।

ଗୋଟିଏ ପଟେ ରାଜ୍ୟ ସରକାର ଦକ୍ଷତା ବିକାଶ ନେଇ ଡିଣ୍ଡିମ ପିଟୁଥିବାବେଳେ ଏବେ ଏହି ରିପୋର୍ଟ ନୈରାଶ୍ୟଜନକ ଛବି ଦେଇଛି। ଓଡ଼ିଶାର ଛାତ୍ରଛାତ୍ରୀ ଯେଉଁ ଦକ୍ଷତା ଆହରଣ କରିଛନ୍ତି, ତାହା ଭଲ ଚାକିରୀ ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଇଂରାଜୀ ଭାଷା ଜ୍ଞାନ ହେଉ କିମ୍ବା କମ୍ପ୍ୟୁଟର ଦକ୍ଷତା କ୍ଷେତ୍ରରେ ଆସାମ ଓ ମଧ୍ୟପ୍ରଦେଶଠାରୁ ଓଡ଼ିଶାର ଛାତ୍ରଛାତ୍ରୀ ପଛରେ ଅଛନ୍ତି।

ଭୁବନେଶ୍ୱରରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ ପାଇଁ ଚଳିତବର୍ଷ ବଜେଟରେ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏସବୁ ସତ୍ତ୍ୱେ ରାଜ୍ୟର ଛାତ୍ରଛାତ୍ରୀଙ୍କ ଦକ୍ଷତା ସଂପର୍କିତ ଇଣ୍ଡିଆ ସ୍କିଲ୍ସ ରିପୋର୍ଟ ଚିନ୍ତା ବଢ଼ାଇଛି। ଭୁବନେଶ୍ୱର ଦେଶର ଏକ ସ୍ମାର୍ଟସିଟି ହୋଇଥିଲେ ମଧ୍ୟ ଏହା ରୋଜଗାର କ୍ଷମତା ସହର ମାନଚିତ୍ରରେ ସ୍ଥାନ ପାଇନାହିଁ। ସହର ଗୁଡ଼ିକ ମଧ୍ୟରେ ହାଇଦ୍ରାବାଦ ପ୍ରଥମ ସ୍ଥାନରେ ଥିବାବେଳେ ବେଙ୍ଗାଲୁରୁ ଦ୍ୱିତୀୟ, ପୁନେ ତୃତୀୟ, ନୂଆଦିଲ୍ଲୀ ଚତୁର୍ଥ ଏବଂ ଚେନ୍ନାଇ ପଞ୍ଚମ ସ୍ଥାନରେ ରହିଛନ୍ତି।

ଓଡ଼ିଶାରେ ଦକ୍ଷତା ଅଭାବର ପ୍ରମୁଖ କାରଣ ଭାବେ ସରକାର ଓ ଶିକ୍ଷାନୁଷ୍ଠାନଗୁଡ଼ିକର ଉଦ୍ୟମ ନଥିବାକୁ ରିପୋର୍ଟରେ ଦର୍ଶାଯାଇଛି। ସେହିଭଳି ଦକ୍ଷତା ଅନୁସାରେ ନିଯୁକ୍ତି ସୁଯୋଗର ଅଭାବ ମଧ୍ୟ ଏହାର ଅନ୍ୟତମ କାରଣ।

ତେବେ ରାଜ୍ୟର ପିଲାଙ୍କଠାରେ ନିଯୁକ୍ତି ଦକ୍ଷତା ଅଭାବକୁ ନେଇ ବିରୋଧୀ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଭିତ୍ତିଭୂମି ଅଭାବ ଯୋଗୁ ପିଲାଙ୍କଠାରେ ଦକ୍ଷତା କମୁଥିବା କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି। ସେହିପରି ବିଜେପି ମଧ୍ୟ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି। ତେବେ ଗତ ୨୧ ବର୍ଷ ଭିତରେ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବା ବିଜେଡି କହିଛି।

Related story