ଓଡ଼ିଶାରେ ଆରମ୍ଭ ହୋଇନି, କିନ୍ତୁ ରାଷ୍ଟ୍ରପତିଙ୍କ ଗାଁ ଲୋକେ ନେଲେ 5-G ଅନୁଭୂତି

ରାଇରଙ୍ଗପୁର (ରାଜେଶ ଶର୍ମା): ଓଡ଼ିଶାରେ ଆରମ୍ଭ ହୋଇନାହିଁ 5-G ସେବା। କିନ୍ତୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ଅନୁଭୂତ ହୋଇଛି 5-G ସେବା। ଦିଲ୍ଲୀର ପ୍ରଗତି ମୈଦାନରେ ଦେଶରେ 5-G ସେବା ଯୁଗକୁ ଲୋକାର୍ପଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୟୂରଭଞ୍ଜ ଜିଲ୍ଲା ପାହାଡପୁର ଗାଁରେ ଥିବା ଏସ୍‌ଏଲ୍‌ଏସ୍‌ ସ୍ମାରକୀ ଆବାସିକ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଥା ହୋଇଛନ୍ତି। ଆଜିଠାରୁ ଭାରତରେ ଆରମ୍ଭ ହୋଇଛି 5-G ସେବା। ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ, ମୁମ୍ବାଇ, […]

5-G

5-G

Manoranjan Sial
  • Published: Saturday, 01 October 2022
  • Updated: 01 October 2022, 08:32 PM IST

Sports

Latest News

ରାଇରଙ୍ଗପୁର (ରାଜେଶ ଶର୍ମା): ଓଡ଼ିଶାରେ ଆରମ୍ଭ ହୋଇନାହିଁ 5-G ସେବା। କିନ୍ତୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ଅନୁଭୂତ ହୋଇଛି 5-G ସେବା। ଦିଲ୍ଲୀର ପ୍ରଗତି ମୈଦାନରେ ଦେଶରେ 5-G ସେବା ଯୁଗକୁ ଲୋକାର୍ପଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୟୂରଭଞ୍ଜ ଜିଲ୍ଲା ପାହାଡପୁର ଗାଁରେ ଥିବା ଏସ୍‌ଏଲ୍‌ଏସ୍‌ ସ୍ମାରକୀ ଆବାସିକ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଥା ହୋଇଛନ୍ତି।

ଆଜିଠାରୁ ଭାରତରେ ଆରମ୍ଭ ହୋଇଛି 5-G ସେବା। ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ପରି ମହାନଗର ସମେତ ଦେଶର ୧୩ଟି ସହରରେ 5-G ସେବା ଉପଲବ୍ଧ ହୋଇଛି। ଆସନ୍ତାବର୍ଷ ଶେଷ ସୁଦ୍ଧା ଏହି ସେବା ଦେଶର ସବୁ ସହର ଓ ଗାଁ ଗାଁରେ ପହଞ୍ଚିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ମୁକେଶ ଅମ୍ବାନୀ କହିଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶାର କୌଣସି ସହର ପ୍ରଥମ ପର୍ଯ୍ୟାୟରେ 5-G ସେବାରେ ସାମିଲ ହୋଇନାହିଁ। ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିଜ ଗାଁ ପାହାଡପୁରବାସୀଙ୍କୁ ମିଳିଛି ଏହି ସେବାର ଅନୁଭୂତି। ଦିଲ୍ଲୀରେ ସେବାର ଶୁଭାରମ୍ଭ ସମୟରେ ରାଜ୍ୟର ପ୍ରଥମ ସ୍କୁଲ ଭାବେ ପାହାଡ଼ପୁରର ଏସ୍‌ଏଲ୍‌ଏସ୍‌ ସ୍ମାରକୀ ଆବାସିକ ସ୍କୁଲର ଛାତ୍ରଛାତ୍ରୀମାନେ ରିଲାଏନ୍ସ ଜିଓର ୫ଜି ନେଟ୍ଓ୍ୱର୍କ ଜରିଆରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ସେଥିପାଇଁ ଜିଓ ପକ୍ଷରୁ ସ୍କୁଲ ପରିସରରେ ଅସ୍ଥାୟୀ ଭାବେ 5-G ଟାୱାର ପ୍ରତିଷ୍ଠା କରାଯାଇଥିଲା। 5-G ସେବାରେ ଉପଲବ୍ଧ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କୁଲର ଦୁଇ ଜଣ ପିଲାଙ୍କ ସହିତ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ 5-G ସେବା ବିଷୟରେ ପଚାରି ବୁଝିଥିଲେ ବୋଲି ଜଣାପଡ଼ିଛି।

5-G ସେବା ଉପଲବ୍ଧ ହେଲେ ଆଖି ପିଛୁଳାକେ ଡାଉନ୍‌ଲୋଡ୍‌ ଓ ବିଜୁଳି ବେଗରେ ସର୍ଫିଂ କରିହେବ। 5-G ଟେକ୍ନୋଲୋଜିରେ ମୋବାଇଲ୍‌ ଇଣ୍ଟରେନେଟ୍‌ ସ୍ପିଡ୍‌ ୪ଜି ତୁଳନାରେ ୧୦ ଗୁଣା ଅଧିକ ରହିବ। ଯାହାର ପ୍ରଭାବରେ ମାତ୍ର ୧୦ ସେକେଣ୍ଡରେ ପୂରା ଫିଲ୍ମ ଡାଉନ୍‌ଲୋଡ୍‌ ହୋଇପାରିବ। ଏହାର ପ୍ରୟୋଗରେ ଶିକ୍ଷା, ସ୍ୱାସ୍ଥ୍ୟ, ନିର୍ମାଣ, ବ୍ୟାଙ୍କିଂ ସବୁ କ୍ଷେତ୍ରରେ ଅଭୂତପୂର୍ବ ପରବିର୍ତ୍ତନ ଆସିବ। ଯେମିତି ସ୍ୱାସ୍ଥ୍ୟ କ୍ଷେତ୍ରରେ ଟେଲିମେଡିସିନ ଓ ରୋବଟ୍‌ର ବ୍ୟବହାର ବଢ଼ିବ। ଦୁର୍ଗମ ପାହାଡ଼ି ଅଞ୍ଚଳରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଚିକିତ୍ସାସେବା ପହଞ୍ଚାଯାଇ ପାରିବ। ହୋଟେଲ୍‌ ଓ ହସ୍ପିଟାଲିଟି କ୍ଷେତ୍ରରେ ମଧ୍ୟ ରୋବୋଟର ବ୍ୟବହାର ବୃଦ୍ଧି ପାଇବ।

ସେହପରି ଗାଁ ଗାଁରେ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ପହଞ୍ଚିବ। ଯାହାଫଳରେ ଶିକ୍ଷା ବିଶେଷକରି ଅନ୍‌ଲାଇନ୍‌ ଶିକ୍ଷାରେ ଡେଣା ଲାଗିବ। କୃଷିକ୍ଷେତ୍ରରେ ପ୍ରଭାବୀ ଢଙ୍ଗରେ ଡ୍ରୋନ୍‌ର ବ୍ୟବହାର ସମ୍ଭବ ହେବା ସାଙ୍ଗକୁ ପୂର୍ବାପେକ୍ଷା ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ ପାଣିପାଗର ସଠିକ ସୂଚନା ମିଳିପାରିବ। ଭବିଷ୍ୟତରେ ଭାରତରେ ଡ୍ରାଇଭର ଲେସ୍‌ କାର୍‌ ଓ ଡ୍ରାଇଭର ଲେସ୍‌ ମେଟ୍ରୋ ଚଳାଚଳ ପାଇଁ ବାଟ ଫିଟାଇବ 5-G ସେବା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story