ନିଜ ପକେଟ୍‌ କାଟି ତିଆରି କଲେ ‘ବଳିଦାନ’

ରାୟଗଡ଼ା(ଓଡ଼ିଶା ରିପୋର୍ଟର): କୁହାଯାଏ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି, ରାୟଗଡ଼ା ଜିଲ୍ଲା ଗୁଣପୁରର କିଛି ଛାତ୍ର ଓ ଯୁବକ। ସେମାନେ ନିଜ ପକେଟ୍‌ ମନିକୁ ସଞ୍ଚୟ କରି ତିଆରି କରିଛନ୍ତି କ୍ଷୁଦ୍ର ଚଳଚ୍ଚିତ୍ର ‘ବଳିଦାନ’।  ଭାରତୀୟ ଯବାନଙ୍କ ଉଦ୍ଦେଶ୍ୟରେ ଏହି କ୍ଷୁଦ୍ର ସିନେମା ତିଆରି କରାଯାଇଥିବା ବେଳେ, ସିନେମାର ସମସ୍ତ ସଂପାଦନା ଭାର ବି ନିଜେ ତୁଲାଇଛନ୍ତି। ଯୁବ ବୟସରେ ଏଭଳି ପ୍ରୟାସ ପାଇଁ ସ୍ଥାନୀୟ ବାସିନ୍ଦା […]

c-987

Tapas Behera
  • Published: Wednesday, 21 August 2019
  • , Updated: 22 August 2019, 10:33 AM IST

ରାୟଗଡ଼ା(ଓଡ଼ିଶା ରିପୋର୍ଟର): କୁହାଯାଏ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି, ରାୟଗଡ଼ା ଜିଲ୍ଲା ଗୁଣପୁରର କିଛି ଛାତ୍ର ଓ ଯୁବକ। ସେମାନେ ନିଜ ପକେଟ୍‌ ମନିକୁ ସଞ୍ଚୟ କରି ତିଆରି କରିଛନ୍ତି କ୍ଷୁଦ୍ର ଚଳଚ୍ଚିତ୍ର ‘ବଳିଦାନ’।  ଭାରତୀୟ ଯବାନଙ୍କ ଉଦ୍ଦେଶ୍ୟରେ ଏହି କ୍ଷୁଦ୍ର ସିନେମା ତିଆରି କରାଯାଇଥିବା ବେଳେ, ସିନେମାର ସମସ୍ତ ସଂପାଦନା ଭାର ବି ନିଜେ ତୁଲାଇଛନ୍ତି। ଯୁବ ବୟସରେ ଏଭଳି ପ୍ରୟାସ ପାଇଁ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି।

ନିଜ ଜୀବନକୁ ବାଜି ଲଗାଇ ଦେଶର ଯବାନମାନେ ସୀମାରେ କିପରି ଆତଙ୍କବାଦୀଙ୍କ ସହିତ ଲଢ଼ୁଛନ୍ତି, ତାକୁ ନେଇ ତିଆରି ହୋଇଛି ‘ବଳିଦାନ’। ରାୟଗଡ଼ା ଜିଲ୍ଲା ଗୁଣପୁର ଅଞ୍ଚଳର ୨୨ଜଣ ଯୁବକ ଓ ଛାତ୍ର ଏହି ଫିଲ୍ମ ତିଆରି କରିଛନ୍ତି। ଗୁଣପୁରର ବିଭିନ୍ନ ଅଞ୍ଚଳରେ ଏହାର ଶୁଟିଂ ହୋଇଥିବା ବେଳେ ଏଥିପାଇଁ ସେମାନଙ୍କୁ ୨୫ ଦିନ ଲାଗିଥିଲା।

କିଛି ନୂଆ କରି ଦେଖାଇବା ପାଇଁ ପ୍ରୟାସ ଆରମ୍ଭ କରିଥିବା ଏହି ଯୁବକ ଓ ଛାତ୍ରମାନେ ପ୍ରଥମେ ପକେଟ୍‌ ଖର୍ଚ୍ଚ ଟଙ୍କା ସଞ୍ଚୟ କରିଥିଲେ। ଏହାପରେ ଆରମ୍ଭ କରିଥିଲେ ଫିଲ୍ମର ଶୁଟିଂ। ଏ ଫିଲ୍ମ ତିଆରି କରିବା ପାଇଁ ସେମାନେ ପ୍ରାୟ ୨୦ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ପାଠପଢ଼ା ସହ ଏଭଳି ଭିନ୍ନ ପ୍ରୟାସକୁ ସ୍ଥାନୀୟ ବାସିନ୍ଦାଙ୍କ ସହ ଗୁଣପୁର ଏସ୍‌ଡିପିଓ ମଧ୍ୟ ବେଶ୍‌ ପ୍ରଶଂସା କରିଛନ୍ତି।

Related story