ଅସନ୍ତୋଷ ଝାଡ଼ିଲେ ସ୍ମିତାରାଣୀଙ୍କ ବାପା-କହିଲେ ମୋତେ ମାରିଦେବେ, କହିବେ ଝିଅ ଦୁଃଖରେ ଆତ୍ମହତ୍ୟା କରିଦେଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ଦେଇଥିବା ଉତ୍ତର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ସ୍ମିତାଙ୍କ ବାପା ସଦାନନ୍ଦ ବିଶ୍ୱାଳ। OTVକୁ ପ୍ରତିକ୍ରିୟା ଦେଇ ସଦାନନ୍ଦ ବିଶ୍ୱାଳ କହିଛନ୍ତି ଯେ, ମୋ ଜୀବନ ପ୍ରତି ବିପଦ ଅଛି, ମୋତେ ବି ମାରିଦେବେ । ଗୃହ ମନ୍ତ୍ରୀ ନିଜେ ଯଦି ଏକଥା କହିବେ ମୁଁ ଆଉ କାହାକୁ କହିବି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଏଠାକୁ ଆସିଛନ୍ତି ନା ମୋତେ କିଛି ପଚାରିଛନ୍ତି। ତାଙ୍କର […]

smita-2

Tapas Behera
  • Published: Thursday, 14 November 2019
  • , Updated: 14 November 2019, 02:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ଦେଇଥିବା ଉତ୍ତର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ସ୍ମିତାଙ୍କ ବାପା ସଦାନନ୍ଦ ବିଶ୍ୱାଳ। OTVକୁ ପ୍ରତିକ୍ରିୟା ଦେଇ ସଦାନନ୍ଦ ବିଶ୍ୱାଳ କହିଛନ୍ତି ଯେ, ମୋ ଜୀବନ ପ୍ରତି ବିପଦ ଅଛି, ମୋତେ ବି ମାରିଦେବେ । ଗୃହ ମନ୍ତ୍ରୀ ନିଜେ ଯଦି ଏକଥା କହିବେ ମୁଁ ଆଉ କାହାକୁ କହିବି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଏଠାକୁ ଆସିଛନ୍ତି ନା ମୋତେ କିଛି ପଚାରିଛନ୍ତି। ତାଙ୍କର ପାୱାର ଅଛି, ସେ ମନେ ମନେ ଯାହା କହିବେ। ତାଙ୍କ ପାଖରେ କଳ ବଳ ସବୁ ଅଛି, ମୋ ପାଖରେ କିଛି ନାହିଁ।

ସେ ପୋଲିସ ବାବୁ କହିବାରୁ ସେତେବେଳେ ମୁଁ ଆତ୍ମହତ୍ୟା କରିଥିବା ଲେଖିଦେଲି। ପ୍ରକୃତରେ କିନ୍ତୁ ତାକୁ ହତ୍ୟା କରି ଟାଙ୍ଗି ଦିଆଯାଇଛି। ମହିଳା କମିଶନ ମୋ ପାଖକୁ ନ ଆସି କହିଲେ ତଦନ୍ତ ସରିଯାଇଛି। ଏସ୍‌ପି ମନଇଛା ତା ଚରିତ୍ର ସଂହାର କରି ବୟାନ ଦେଇଦେଲେ। ଏସ୍‌ପି କାହା କଥାରେ କହିଲେ ମୋ ଝିଅର ଚରିତ୍ର ଖରାପ ? ସେ ମୋ ଝିଅକୁ ଜାଣିଥିଲେ, ମୋତେ ପଚାରିଥିଲେ କି ବୋଲି ସଦାନନ୍ଦ ପ୍ରଶ୍ନ କରିଛନ୍ତି। ଏଭଳି ତଦନ୍ତରେ ମୁଁ ସନ୍ତୁଷ୍ଟ ନୁହେଁ ବୋଲି ସଦାନନ୍ଦ କହିଛନ୍ତି। ସିବିଆଇ ତଦନ୍ତ ନହେଲେ ମୁଁ ନ୍ୟାୟ ପାଇବି ନାହିଁ ବୋଲି ସଦାନନ୍ଦ କହିଛନ୍ତି। ମୋ ଜୀବନ ପ୍ରତି ବିପଦ ଅଛି, ମୁଁ ଭୟଭୀତ ଅବସ୍ଥାରେ ଅଛି। ମୋତେ ମାରିଦେବାକୁ ତାଙ୍କୁ କେତେ ସମୟ ଲାଗିବ ବୋଲି ସଦାନନ୍ଦ କହିଛନ୍ତି।

ମୋତେ ମାରିଦେବେ, କହିବେ ଝିଅ ଦୁଃଖରେ ଆତ୍ମହତ୍ୟା କରିଦେଲା ବୋଲି ସଦାନନ୍ଦ କହିଛନ୍ତି। ସ୍ମିତାରାଣୀ ମୃତ୍ୟୁ ମାମଲାରେ ବିଧାନସଭାରେ ଆଜି ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ବେକରେ ଦଉଡ଼ି ଲାଗି ଶ୍ୱାସରୁଦ୍ଧ ଯୋଗୁଁ ସ୍ମିତାରାଣୀଙ୍କ ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ସ୍ମିତାଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ଆସିଛି। ରୂପେଶ ଭଦ୍ରଙ୍କ ନାଁରେ ଯଥେଷ୍ଟ ପ୍ରମାଣ ମିଳିବାରୁ ଗିରଫ କରାଯାଇଛି। ଦଫା ୩୦୬ରେ ରୂପେଶ ଭଦ୍ରଙ୍କୁ ଗିରଫ କରାଯାଇଛି। ରୂପେଶ ଭଦ୍ର ଏବେ ଜେଲରେ, ତଦନ୍ତ ଚାଲୁ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

Related story