ମଶାରି ଭିତରେ ସାପ, ଶୋଇଥିବା ବେଳେ ପଶିଗଲା

ବାଙ୍କୀ (ଓଡ଼ିଶା ରିପୋର୍ଟର): ମଶାରି ଭିତରେ ସାପ। କଟକ ବାଙ୍କୀ ଥାନା ସାହାଡା ପଦା ପାଇକ ସାହିର ଉଜ୍ଜ୍ୱଳା ରାଉତଙ୍କ ଘରେ ଏକ ବିଷାକ୍ତ ସାପ ଦେଖିବାକୁ ମିଳିଛି। ଉଜ୍ୱଳା ମଶାରି ଟାଣି ଶୋଇଥିବା ବେଳେ ପାଖାପାଖି ଭୋର ୩ଟାରେ ସାପଟି ତା’ ଭିତରେ ପଶିଯାଇଥିଲା। ଏହାପରେ ସେ ନିଜ ପରିବାର ଓ ସାହି ପଡିଶାଙ୍କୁ ଖବର ଦେଇଥିଲେ। ପରେ ଖବର ପାଇ ସ୍ନେକ୍ ହେଲ୍ପ ଲାଇନ ଟିମ୍ ପହଞ୍ଚିବା ପରେ ବିଷାକ୍ତ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିଲା। ତେବେ ସାପଟି କାହାରି କିଛି କ୍ଷତି କରିନଥିବା ଜଣାପଡିଛି।