ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଧାମନଗର ପାଇକ ସାହିରୁ ପୁଣି ଥରେ ଉଦ୍ଧାର ହୋଇଛି ନାଗ ସାପ। ବିଜୟ ଭୂୟାଁଙ୍କ ଘରରୁ ଆଜି ଉଦ୍ଧାର ହୋଇଛି ଏକାଧିକ ନାଗ ସାପ। ଏହାସହ ଘର ନିକଟରେ ଥିବା ଉଈ ହୁଙ୍କାକୁ ଭାଙ୍ଗିଛନ୍ତି ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ।(image)

ଗତ ତିନି ଦିନ ଧରି ପାଇକ ସାହିରୁ ମୋଟ୍ ୧୨୬ଟି ନାଗସାପ ଛୁଆ ଏବଂ ୨୧ରୁ ଅଧିକ ଅଣ୍ଡାକୁ ଉଦ୍ଧାର କରାଯାଇଛି। ସ୍ନେକ୍ ହେଲପ ଲାଇନ୍ ଉଦ୍ଧାର ସାପକୁ ବନ ବିଭାଗକୁ ହସ୍ତାନ୍ତର କରିଛି। ଉଦ୍ଧାର ହୋଇଥିବା ଏତେ ସଂଖ୍ୟାରେ ସାପ ଓ ଏହାର ଅଣ୍ଡାଗୁଡ଼ିକୁ ଦେଖିବା ପାଇଁ ବିଜୟ ଭୂୟାଁଙ୍କ ଘର ସମ୍ମୁଖରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

ସୂଚନା ଯୋଗ୍ୟ, ଗତକାଲି ବିଜୟ ଭୂୟାଁଙ୍କ ଘରେ ଥିବା ଉଈ ହୁଙ୍କାରୁ ୮୦ରୁ ଅଧିକ ନାଗ ସାପ ଛୁଆ ଉଦ୍ଧାର କରାଯାଇଥିଲା।

ଅଧିକ ପଢ଼ନ୍ତୁ- ଉଇ ହୁଙ୍କାରେ ସାପ ସାଲୁବାଲୁ, ଦେଖନ୍ତୁ ଭିଡିଓ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।