ନିର୍ବାଚନୀ ହିଂସା, ବନ୍ଧା ହେଲେଣି ୯୮

ଯାଜପୁର(ସଞ୍ଜୀବ ନାୟକ): ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟିଂ ଜାରି ରହିଛି। ତେବେ ଏହା ପୂର୍ବରୁ ହୋଇଥିବା ଅନ୍ୟ ତିନୋଟି ପର୍ଯ୍ୟାୟ ମତଦାନ ବେଳେ ଯାଜପୁର ଜିଲ୍ଲାରେ ବ୍ୟାପକ ହିଂସା ଦେଖାଦେଇଥିଲା। କେଉଁଠି ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିଲା ତ ଆଉ କେଉଁଠି ଗାଡି ଭଙ୍ଗାରୁଜା। ସେହିପରି ଆଉ କେଉଁଠି ବୁଥ ଭିତରୁ ବାଲାଟ ବକ୍ସ ଚୋରାଇ ନେଇଥିଲେ ଦୁର୍ବୃତ୍ତ। ଏ ସମସ୍ତ ନିର୍ବାଚନୀ ହିଂସା ମାମଲାରେ ବର୍ତ୍ତମାନ ସୁଦ୍ଧ ୯୮ ଜଣଙ୍କୁ ଗିରଫ  କରିଛି […]

jajpur violation

Madhupriya Mistry
  • Published: Tuesday, 22 February 2022
  • , Updated: 22 February 2022, 12:31 PM IST

ଯାଜପୁର(ସଞ୍ଜୀବ ନାୟକ): ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟିଂ ଜାରି ରହିଛି। ତେବେ ଏହା ପୂର୍ବରୁ ହୋଇଥିବା ଅନ୍ୟ ତିନୋଟି ପର୍ଯ୍ୟାୟ ମତଦାନ ବେଳେ ଯାଜପୁର ଜିଲ୍ଲାରେ ବ୍ୟାପକ ହିଂସା ଦେଖାଦେଇଥିଲା। କେଉଁଠି ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିଲା ତ ଆଉ କେଉଁଠି ଗାଡି ଭଙ୍ଗାରୁଜା। ସେହିପରି ଆଉ କେଉଁଠି ବୁଥ ଭିତରୁ ବାଲାଟ ବକ୍ସ ଚୋରାଇ ନେଇଥିଲେ ଦୁର୍ବୃତ୍ତ। ଏ ସମସ୍ତ ନିର୍ବାଚନୀ ହିଂସା ମାମଲାରେ ବର୍ତ୍ତମାନ ସୁଦ୍ଧ ୯୮ ଜଣଙ୍କୁ ଗିରଫ  କରିଛି ପୁଲିସ। ଏନେଇ ଯାଜପୁର ଏସ୍‌ପି ରାହୁଲ ପିଆର୍‌ ସୂଚନା ଦେଇଛନ୍ତି।

ପୁଲିସ ସୂଚନା ଅନୁସାରେ ନିର୍ବାଚନୀ ହିଂସା ମାମଲାରେ ଗତକାଲି ୬୯ ଜଣଙ୍କ ସମେତ ମୋଟ ୯୮ଜଣଙ୍କୁ ଗିରଫ କରାଯାଇଛି। ସେହିପରି ବିଞ୍ଝାରପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଏଯାଏଁ ୧୨ ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛି।

ସେପଟେ ଯାଜପୁର ଜିଲ୍ଲାରେ ରାଜନୈତିକ ହିଂସା  ଓ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ଯିଏ ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି କରିବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି  ଯାଜପୁର ଏସପି ରାହୁଲ ପିଆର କହିଛନ୍ତି। ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହୋଇଥିବାରୁ ଶାନ୍ତିଶୃଙ୍ଖଳା ବଜାଏ ରଖିବା ଲାଗି ବ୍ୟାପକ ପଦକ୍ଷେପ ନିଆଯାଇଥିବା ଏସପି ସୂଚନା ଦେଇଛନ୍ତି।

Related story